ETV Bharat / bharat

ରାଜସ୍ଥାନର ସମ୍ଭାର ହ୍ରଦରେ ପକ୍ଷୀ ମଡକ, କାରଣ ଖୋଜୁଛି ପ୍ରଶାସନ - migratory birds

ରାଜସ୍ଥାନର ସମ୍ଭାର ହ୍ରଦରେ ପକ୍ଷୀ ମଡକ। ଏବେ ସୁଦ୍ଧା 25 ହଜାରରୁ ଉର୍ଦ୍ଧ୍ବ ପକ୍ଷୀଙ୍କ ମୃତଦେହ ହ୍ରଦ ନିକଟରୁ ଉଦ୍ଧାର କରାଯାଇଛି। ତେବେ ଏତେ ସଂଖ୍ୟକ ପକ୍ଷୀଙ୍କ ମୃତ୍ୟୁର କାରଣ ଖୋଜି ପାଉନି ପ୍ରଶାସନ। ଅଧିକ ଖବର ପଢନ୍ତୁ...

ରାଜସ୍ଥାନର ସମ୍ଭାର ହ୍ରଦରେ ପକ୍ଷୀ ମଡକ, କାରଣ ଖୋଜୁଛି ପ୍ରଶାସନ
author img

By

Published : Nov 20, 2019, 2:24 PM IST

Updated : Nov 22, 2019, 1:41 PM IST

ଜୟପୁର: ଶୀତ ଆରମ୍ଭରୁ ବିଭିନ୍ନ ହ୍ରଦରେ ଦେଖିବାକୁ ମିଳିଥାଏ ବିଦେଶାଗତ ପକ୍ଷୀଙ୍କ ଆଗମନ। ଯାହାଙ୍କ କଳରବରେ କମ୍ପି ଉଠେ ପୂରା ପରିବେଶ। ପକ୍ଷୀଙ୍କ ଏହି ଆଗମନ ପାଇଁ ଦେଶରେ ବିଦେଶରେ ପ୍ରସିଦ୍ଧି ଲାଭି କରିଛି ରାଜସ୍ଥାନର ସମ୍ଭାର ହ୍ରହ। ହେଲେ ଏଠାରେ ଏବେ ଦେଖିବାକୁ ମିଳିଛି ପକ୍ଷୀ ମଡକ। ଗତ 10 ଦିନ ମଧ୍ୟରେ ଏହି ହ୍ରଦରେ ହଜାର ହଜାର ପକ୍ଷୀଙ୍କ ଜୀବନ ଗଲାଣି।

ରାଜସ୍ଥାନର ସମ୍ଭାର ହ୍ରଦରେ ପକ୍ଷୀ ମଡକ, କାରଣ ଖୋଜୁଛି ପ୍ରଶାସନ

ହଜାର ହଜାର କିଲୋମିଟର ପଥ ଅତିକ୍ରମ କରି ଏହି ହ୍ରଦକୁ ଆସୁଥିବା ପକ୍ଷୀ ଏବେ କାଳର କରାଳ ଚକ୍ରରେ ବଳି ପଡୁଛନ୍ତି। ଅନ୍ୟପଟେ କେଉଁ କାରଣ ପାଇଁ ଏତେ ସଂଖ୍ୟକ ପକ୍ଷୀଙ୍କ ମୃତ୍ୟୁ ହେଉଛି ତାହାର କାରଣ ଖୋଜି ପାଉନି ପ୍ରଶାସନ।

ପକ୍ଷୀ ମୃତ୍ୟୁର କାରଣ ଖୋଜିବାକୁ ଜୟପୁରର ଏକ ମେଡିକାଲ ଟିମ ପହଞ୍ଚି ମୃତ ପକ୍ଷୀଙ୍କର ରକ୍ତ ନମୁନା ସଂଗ୍ରହ କରି ଲୁଧିଆନା ଓ ଭୋପାଳକୁ ପଠାଇଛି। 4 ରୁ 5 ଦିନ ଭିତରେ ରିପୋର୍ଟ ଆସିଲା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ। ସଂକ୍ରମଣ ଯୋଗୁଁ ପକ୍ଷୀଙ୍କ ମୃତ୍ୟୁ ହୋଇଥିବାର ଆଶଙ୍କା କରାଯାଉଛି।

ଅନ୍ୟପଟେ ଏବେ ପର୍ଯ୍ୟନ୍ତ କେତେ ପକ୍ଷୀଙ୍କ ମୃତ୍ୟୁ ହୋଇଛି ତାହାର ସଠିକ୍ ଆକଳନ କରିପାରିନି ପ୍ରଶାସନ। ଦେଶରେ କ୍ଷାର ପାଣି ପାଇଁ ପ୍ରସିଦ୍ଧି ଲାଭକରିଥିବା ଏହି ହ୍ରଦ କୂଳରୁ ପାଖାପାଖି 25 ହଜାରରୁ ଉର୍ଦ୍ଧ୍ବ ପକ୍ଷୀଙ୍କ ମୃତଦେହ ମିଳିସାରିଥିବା କୁହାଯାଉଛି।

ଏହି ଘଟଣା ଗମ୍ଭୀର ରୂପ ନେଉଥିବା ବେଳେ ତଦନ୍ତ ପାଇଁ ପର୍ଯ୍ୟବେକ୍ଷଣ ମନ୍ତ୍ରୀ ସୁଖରାମ ବିଷ୍ଣୋୟୀ ଓ କୃଷିମନ୍ତ୍ରୀ ଲାଲଚାନ୍ଦ କଟାରିଆ, ବିଜେପି ପ୍ରଦେଶ ଅଧକ୍ଷ ସତୀଶ ପୁନିଆ ପକ୍ଷୀଙ୍କ ମୃତ୍ୟୁର କାରଣ ଖୋଜିବାକୁ ଦାବି କରିଛନ୍ତି।

Intro:Body:

BLANK FOR LINK 

Conclusion:
Last Updated : Nov 22, 2019, 1:41 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.