ନୂଆଦିଲ୍ଲୀ: ବାପୁଙ୍କୁ ସଙ୍ଗୀତ ମାଧ୍ୟମରେ ଇଟିଭି ଭାରତର ଶ୍ରଦ୍ଧାଞ୍ଜଳି ଜ୍ଞାପନକୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଜାତିର ପିତା ମହାତ୍ମା ଗାନ୍ଧୀଙ୍କ 150ତମ ଜନ୍ମ ଜୟନ୍ତୀରେ ‘ଇଟିଭି ଭାରତ’ ଅପର୍ଣ କରିଥିଲା ଅନନ୍ୟ ଶ୍ରଦ୍ଧାଞ୍ଜଳି । ବିଶ୍ବ ପ୍ରସିଦ୍ଧି ହାସଲ କରିଥିବା ବାପୁଙ୍କ ଅତି ପ୍ରିୟ ଭଜନ ‘ବୈଷ୍ଣବ ଜନ ତୋ’କୁ11ଟି ଭାଷାରେ ସୁପ୍ରସିଦ୍ଧ କଣ୍ଠ ଶିଳ୍ପୀଙ୍କ ସ୍ବରରେ ଉପସ୍ଥାପନ କରିଥିଲା ଇଟିଭି ଭାରତ । ଏହି ଉପସ୍ଥାପନାକୁ ସାଧୁବାଦ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜ ଟ୍ବିଟର ପେଜରେ ଇଟିଭି ଭାରତର ଏହି ସୁନ୍ଦରତମ ପ୍ରସ୍ତୁତି ପାଇଁ ହାର୍ଦ୍ଦିକ ଅଭିନନ୍ଦନ ଜଣାଇଛନ୍ତି । ଏହାସହ ମୋଦି ଲେଖିଛନ୍ତି ଯେ, ମାହାତ୍ମା ଗାନ୍ଧୀଙ୍କ ସ୍ବପ୍ନର ଅନୁରୂପ ସ୍ବଚ୍ଛ ଭାରତ ଅଭିଯାନ ଦିଗରେ ସଚେତନତା ପ୍ରଚାର କରିବାରେ ମିଡିଆ ଜଗତର ବହୁମୂଲ୍ୟ ଅବଦାନ କଥା କହିଛନ୍ତି । ଏହାସହ ସିଙ୍ଗଲ ୟୁଜ ପ୍ଲାଷ୍ଟିକରୁ ଭାରତ ବର୍ଷକୁ ମୁକ୍ତ ପାଇଁ ଆହ୍ବାନ ଦେଇଛନ୍ତି ।
ଏଠାରେ ସୂଚନା ଯୋଗ୍ୟ ଯେ 11ଟି ଭାଷାରେ ବୈଷ୍ଣବ ଜନ ତୋ... ପ୍ରସାରଣ ପରେ ସାରା ଦେଶରୁ ଇଟିଭି ଭାରତର ଏହି ସଙ୍ଗୀତମୟ ଶ୍ରଦ୍ଧାଞ୍ଜଳି ପାଇଁ ପ୍ରଶଂସା ଛୁଟିଛି । ଗତକାଲି ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ଓ କେନ୍ଦ୍ରମନ୍ତ୍ରୀ ପିୟୁଷ ଗୋଏଲ ନିଜ ନିଜ ଟ୍ବିଟର ଆକାଉଣ୍ଟରେ ସେୟାର କରିଛନ୍ତି ଏହି ଗୀତ । ବୈଷ୍ଣବ ଜନ ତୋ’ ଲଞ୍ଚ କରି ଗାନ୍ଧୀ ମନ୍ତ୍ରରେ ସମଗ୍ର ଦେଶକୁ ବାନ୍ଧିବାକୁ ସ୍ବତନ୍ତ୍ର ପ୍ରୟାସ ।