ETV Bharat / bharat

ଶାହିନବାଗରେ କେବେ ଖୋଲିବ ରାସ୍ତା ? ସୁପ୍ରିମକୋର୍ଟରେ ଆଜି ପୁଣି ଶୁଣାଣି

author img

By

Published : Feb 17, 2020, 7:53 AM IST

ଦିଲ୍ଲୀର ଶାହିନବାଗ ଆନ୍ଦୋଳନ ମାମଲାରେ ଆଗତ ଆବେଦନର ଶୁଣାଣି ଆଜି(ସୋମବାର) ସୁପ୍ରିମକୋର୍ଟରେ ପୁଣିଥରେ ହେବ । ନାଗରିକତା ସଂଶୋଧନ ଆଇନ୍‌(ସିଏଏ)କୁ ବିରୋଧ କରି ଦୀର୍ଘ 2 ମାସରୁ ବନ୍ଦ ଥିବା ରାସ୍ତା ଖୋଲିବା ପାଇଁ ଏହି ଆବେଦନ କରାଯାଇଛି । ଅଧିକ ପଢନ୍ତୁ...

shaheen-bagh-protest
ଶାହିନବାଗ ଆନ୍ଦୋଳନ

ନୂଆଦିଲ୍ଲୀ: ଦିଲ୍ଲୀର ଶାହିନବାଗ ଆନ୍ଦୋଳନ ମାମଲାରେ ଆଗତ ଆବେଦନର ଶୁଣାଣି ଆଜି(ସୋମବାର) ସୁପ୍ରିମକୋର୍ଟରେ ପୁଣିଥରେ ହେବ । ନାଗରିକତା ସଂଶୋଧନ ଆଇନ୍‌(ସିଏଏ)କୁ ବିରୋଧ କରି ଦୀର୍ଘ 2 ମାସରୁ ବନ୍ଦ ଥିବା ରାସ୍ତା ଖୋଲିବା ପାଇଁ ଏହି ଆବେଦନ କରାଯାଇଛି । ଗତ ଶୁଣାଣିରେ ସୁପ୍ରିମକୋର୍ଟ ଏନେଇ କଡା ସମାଲୋଚନା କରିବା ସହ ଦିଲ୍ଲୀ ସରକାର ଏବଂ ଦିଲ୍ଲୀ ପୋଲିସକୁ ନୋଟିସ ଜାରି କରିଥିଲେ । ସେମାନେ ଆଜି ସୁପ୍ରିମକୋର୍ଟରେ ନିଜ ପକ୍ଷ ରଖିବେ । ସେପଟେ ଶାହିନବାଗର ଆନ୍ଦୋଳନରତ ମହିଳା ମଧ୍ୟ ଅଦାଲତରେ ନିଜ ପକ୍ଷ ରଖିବେ ବୋଲି ଜଣା ପଡିଛି ।

ଗତ ଶୁଣାଣିରେ ସୁପ୍ରିମକୋର୍ଟ ରାସ୍ତା ଖୋଲିବା ନେଇ କୌଣସି ରାୟ ଦେଇନଥିଲେ ମଧ୍ୟ ଏହାକୁ କଡା ସମାଲୋଚନା କରିଥିଲେ । ଆନ୍ଦୋଳନ ନାମରେ କୌଣସି ରାସ୍ତାକୁ ସର୍ବଦା ବନ୍ଦ କରାଯାଇ ପାରିବନାହିଁ ବୋଲି କୋର୍ଟ କହିଥିଲେ । ଏହା ସହିତ ମାମଲାର ପରବର୍ତ୍ତୀ ଶୁଣାଣି ଫେବୃଆରୀ 17 ପର୍ଯ୍ୟନ୍ତ ଘୁଞ୍ଚାଇ ଦେଇଥିଲେ ।

ସୂଚନାଯୋଗ୍ୟ ଯେ, ଶାହିନବାଗରେ ସିଏଏ ଏବଂ ଏନଆରସିକୁ ବିରୋଧ କରି ପ୍ରାୟ 2 ମାସ ହେବ ପ୍ରଦର୍ଶନ ଜାରି ରହିଛି । ଯାହା ଫଳରେ 13 ରାସ୍ତା ସମ୍ପୁର୍ଣ୍ଣ ଭାବରେ ବନ୍ଦ ହୋଇଯାଇଛି । ଏହି ରୋଡ ଦିଲ୍ଲୀରୁ ନୋଏଡାକୁ ସଂଯୋଗ କରେ । ରାସ୍ତା ବନ୍ଦ ହେବା ଫଳରେ ଦିଲ୍ଲୀ ଏବଂ ନୋଏଡା ଯାତାୟତ କରୁଥିବା ଲୋକଙ୍କୁ ଦୀର୍ଘ ସମୟ ଅତିକ୍ରମ କରିବାକୁ ପଡୁଛି । ତେଣୁ ଏହି ରାସ୍ତା ଖୋଲିବା ପାଇଁ ସୁପ୍ରିମକୋର୍ଟରେ ଏକାଧିକ ଜନହିତ ଯାଚିକା ଦାଖଲ କରାଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.