ETV Bharat / bharat

ଦିଲ୍ଲୀରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତି, ହେଲ୍‌ଥ ଏମରଜେନ୍ସି ଜାରି - ଦିଲ୍ଲୀରେ ବାୟୁ ପ୍ରଦୂଷଣ

ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିକୁ ଦୃଷ୍ଟିରେ ରଖି ଇପିସିଏ ପକ୍ଷରୁ ହେଲ୍‌ଥ ଏମରଜେନ୍ସି ଜାରି । ଅନ୍ୟପକ୍ଷେ ଜରୁରୀ ବୈଠକ ଡକାଇଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ।

ଫଟୋ ସୌଜନ୍ୟ: ଏଏନଆଇ
author img

By

Published : Nov 2, 2019, 11:38 AM IST

ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀରେ ବିଷାକ୍ତ ବାୟୁର ପ୍ରକୋପ ଜାରି ରହିଛି । ଦିଲ୍ଲୀର ସମସ୍ତ ସ୍କୁଲ ବନ୍ଦ କରାଯିବା ସହ ହେଲ୍‌ଥ ଏମରଜେନ୍ସି ଲାଗୁ କରିଦିଆଯାଇଛି । ସେହିପରି ଉତ୍ତର ପ୍ରଦେଶରେ ପ୍ରଦୂଷଣକୁ ନେଇ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଜରୁରୀ ବୈଠକ ଡକାଇଛନ୍ତି ।

ଦିଲ୍ଲୀର ବାୟୁପ୍ରଦୂଷଣ ବିପଜ୍ଜନକ ପରିସ୍ଥିତିରେ ଥିବାବେଳେ ଏୟାର କ୍ବାଲିଟି ଇଣ୍ଡେକ୍ସ 470ରେ ରହିଛି । ଦିଲ୍ଲୀରେ ବାୟୁପ୍ରଦୂଷଣକୁ ଦୃଷ୍ଟିରେ ରଖି ପର୍ଯ୍ୟାବରଣ ପ୍ରଦୂଷଣ ଓ ପ୍ରାଧିକରଣ(ଇପିସିଏକୁ) ପବଲିକ ହେଲ୍‌ଥ ଏମରଜେନ୍ସି ଘୋଷଣା କରିବାକୁ ପଡିଛି ।

ଭିଡିଓ ସୌଜନ୍ୟ: ଇଟିଭି ଭାରତ

ଦିଲ୍ଲୀ ଏନସିଆରରେ ହେଲ୍‌ଥ ଏମରଜେନ୍ସି ଘୋଷଣା ହେବା ପରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ସମସ୍ତ ସ୍କୁଲକୁ ଆସନ୍ତା 5 ତାରିଖ ପର୍ଯ୍ୟନ୍ତ ଛୁଟି ଘୋଷଣା କରିଥିଲେ ।

sample description
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.