ନୂଆଦିଲ୍ଲୀ: ରାଜଧାନୀରେ ଦିଲ୍ଲୀରେ ଦିନକୁ ଦିନ ପ୍ରଦୂଷଣର ମାତ୍ରା ବୃଦ୍ଧି ପାଇବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ପରିବେଶ ମନ୍ତ୍ରୀ ପ୍ରକାଶ ଜାଭେଡକର 50ଟି ଟିମ ଗଠନ କରିଛନ୍ତି । ଏହି ଟିମ ଦିଲ୍ଲୀର ବିଭିନ୍ନ ଇଲାକାରେ କେଉଁ କାରଣରୁ ପ୍ରଦୂଷଣର ମାତ୍ରା ବୃଦ୍ଧି ପାଉଛି ତାହାର କାରଣ ଖୋଜ ବାହାର କରିବେ । ବିଶେଷ କରି ଦିଲ୍ଲୀ ଏନସିଆର ଉପରେ ଏହି ଟିମ ନଜର ରଖିବ ।
ଏହି ଟିମରେ କେନ୍ଦ୍ର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ସଦସ୍ୟ ସାମିଲ ହୋଇଛନ୍ତି । ଅକ୍ଟୋବର 15 ତାରିଖରୁ 2021 ମସିହା ଫେବୃଆରୀ 28 ତାରିଖ ଯାଏଁ ଏହି ଟିମ କାର୍ଯ୍ୟ କରିବ । ଦିଲ୍ଲୀ ଏନସିଆରରେ ବାୟୁ ପ୍ରଦୂଷଣର ମାତ୍ରା ବୃଦ୍ଧି ପାଇଛି । ଏହାର କାରଣ ଖୋଜି ବାହାର କରିବ ଏହି ଟିମ । ଏହାଛଡ଼ା ଦିଲ୍ଲୀର ଗୁରୁଗ୍ରାମ, ନୋଏଡ଼ା, ଫରିଦାବାଦ, ବଲ୍ଲଭଗଡ଼ ଓ ହରିଆଣାର ପାନିପତ ଓ ସୋନିପଥ, ଉତ୍ତର ପ୍ରଦେଶର ଗାଜିଆବାଦ, ମେରଟ ରାଜସ୍ଥାନର ଅଲୱାର ଓ ଭରତପୁରରେ ପ୍ରଦୂଷଣ ହେଉଥିବା ହଟସ୍ପଟ ସ୍ଥାନ ପରିଦର୍ଶନ କରିବ ଏହି 50ଟି ଟିମ ।
ଯେଉଁ ଅଞ୍ଚଳରେ ପ୍ରଦୂଷଣ ବଢ଼ିବାର ସମ୍ବାବନା ରହିଛି ସେହି ଅଞ୍ଚଳରୁ ଏହି ଟିମ ସ୍ପଟ୍ ରିପୋର୍ଟିଂ କରିବ । ପ୍ରଦୂଷଣ ସୃଷ୍ଟି କରୁଥିବା କାରଣ ଯେପରିକି କଠିନ ବର୍ଜ୍ୟବସ୍ତୁ, କୋଠା ନିର୍ମାଣ ବର୍ଜ୍ୟବସ୍ତୁ ଓ ଅନ୍ୟାନ ଅଳିଆ ଆବର୍ଜନାକୁ ଖୋଲାରେ ଜଳା ଯାଉଥିବା ସ୍ଥାନ ଗୁଡ଼ିକୁ ଖୋଜି ବାହାର କରିବ । ଏହାଛଡ଼ା ନିଷେଧାଞ୍ଚଳରେ ଯେଉଁ କାରଖାନା କିମ୍ବା କମ୍ପାନୀ ଚାଲିଥିବ ସେଗୁଡ଼ିକୁ ସିଲ କରିବ କେନ୍ଦ୍ର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଏହି ଟିମ ।
@ians