ETV Bharat / bharat

ଗୁରୁଗ୍ରାମରୁ ଦିଲ୍ଲୀ ପ୍ରବେଶକୁ ଅନୁମତି, ୟୁପି ସୀମାରେ ବିଶୃଙ୍ଖଳା - Entry into Delhi allowed from Gurugram

ଗୁରୁଗ୍ରାମରୁ ଦିଲ୍ଲୀରେ ପ୍ରବେଶ ପାଇଁ ରବିବାର ଦିନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଘୋଷଣା କରିଥିବା ବେଳେ ଉତ୍ତରପ୍ରଦେଶର ଅନେକ ବାସିନ୍ଦା ଦିଲ୍ଲୀ ସୀମାରେ ବିଶୃଙ୍ଖଳା ସୃଷ୍ଟି କରିଥିବା ଦେଖିବାକୁ ମିଳିଥିଲା। ଅଧିକ ପଢନ୍ତୁ...

ଗୁରୁଗ୍ରାମରୁ ଦିଲ୍ଲୀରେ ପ୍ରବେଶ ଅନୁମତି, ଯାତ୍ରୀମାନଙ୍କ ୟୁପି ସୀମାରେ ବିଶୃଙ୍ଖଳା

author img

By

Published : Jun 8, 2020, 4:27 PM IST

ନୂଆଦିଲ୍ଲୀ: କୋରୋନାକୁ ନେଇ ସାରାଦେଶ ଲକଡାଉନ ଥିବା ବେଳେ ଏହାର ପଞ୍ଚମ ପର୍ଯ୍ୟାୟରେ ସରକାର କିଛି ମାତ୍ରାରେ ଲକଡାଉନକୁ କୋହଳ କରିଛନ୍ତି । ଯାହାକୁ କେନ୍ଦ୍ର ସରକାର ଅନଲକ-1 ନାଁ ଦେଇଛନ୍ତି । ଏହି ଅନଲକ-1ର ପ୍ରଥମ ପର୍ଯ୍ୟାୟରେ ସୋମବାର ଦିଲ୍ଲୀ ସୀମା ଖୋଲିଛି । ଏନେଇ ରବିବାର ଦିନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଘୋଷଣା କରିଥିଲେ । ଜାତୀୟ ରାଜଧାନୀ ଅଞ୍ଚଳ (ଏନସିଆର) ରୁ ହଜାର ହଜାର ଯାତ୍ରୀ ସେମାନଙ୍କ କାର୍ଯ୍ୟାଳୟରେ ଯୋଗଦେବା ପାଇଁ କିମ୍ବା ଅନ୍ୟ ଉଦ୍ଦେଶ୍ୟରେ ଦିଲ୍ଲୀ ଯାଇଥାନ୍ତି । ତେବେ ସେମାନଙ୍କ ସୁବିଧା ପାଇଁ ସରକାର ଏପରି ନିର୍ଦ୍ଦେଶ ଦେଇଥିବା କହିଛନ୍ତି ।

କିନ୍ତୁ ଉତ୍ତରପ୍ରଦେଶର ଅନେକ ବାସିନ୍ଦା ଦିଲ୍ଲୀ ସୀମାରେ ବିଶୃଙ୍ଖଳା ସୃଷ୍ଟି କରିଥିବା ଦେଖିବାକୁ ମିଳିଥିଲା। ସେମାନେ ଦାବି କରିଛନ୍ତି ଯେ ସୀମା ପରିଚାଳନା କରୁଥିବା ପୋଲିସ କର୍ମଚାରୀଙ୍କୁ ଉଚ୍ଚ କର୍ତ୍ତୃପକ୍ଷଙ୍କ ଠାରୁ ସୀମା ଖୋଲିବା ବିଷୟରେ କିଛି କୁହାଯାଇ ନାହିଁ। ତେଣୁ ସେମାନଙ୍କୁ ସାହାଯ୍ୟ କରିବା ପାଇଁ ସେମାନେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ନୋଏଡା ଏବଂ ଗାଜିଆବାଦର ଜିଲ୍ଲା ମାଜିଷ୍ଟ୍ରେଟଙ୍କୁ ଟ୍ୟାଗ୍ କରିଥିଲେ ।

ଏନେଇ ଅନ୍ୟ ଜଣେ ଉପଭୋକ୍ତା ପ୍ରଭାକର ଗୁପ୍ତା ଟ୍ବିଟ୍ କରି କହିଛନ୍ତି: ‘ୟୁପି ସରକାର ଏବଂ ଡି ଏମ ଗୌତମ ବୁଦ୍ଧନଗର, ଦୟାକରି ନୋଏଡା ଦିଲ୍ଲୀ ସୀମା ଖୋଲିବା ବିଷୟରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ। ନୋଏଡା ଠାରେ ଅଧିକାଂଶ ଅଫିସ୍ ଏବଂ ଇଣ୍ଡଷ୍ଟ୍ରିଜ୍ ଖୋଲା ଅଛି, ଜିଏନଆଇଡିଏ ଅନେକ କର୍ମଚାରୀ ଦିଲ୍ଲୀରୁ ଆସୁଛନ୍ତି | ଏହି ପ୍ରତିବନ୍ଧକ ଯୋଗୁଁ ସମସ୍ତେ ଯାତାୟାତରେ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।’ଅନ୍ୟ ଜଣେ ଉପଭୋକ୍ତା କହିଛନ୍ତି ଯେ, ଯଦି ସବୁକିଛି ଖୋଲା ଅଛି ତେବେ ଆପଣ କାହିଁକି ଡିଏନଡି ଏବଂ ଗାଜିଆବାଦ ସୀମାରେ ଟ୍ରାଫିକ୍ ଜାମ୍ ସୃଷ୍ଟି କରୁଛନ୍ତି । କେବଳ bcs ପାସ୍ ଯାଞ୍ଚ କରୁଥିବା ଲୋକମାନେ ହିଁ ଏହି ସମସ୍ୟାର ସମ୍ମୁଖୀନ ହେଉଛନ୍ତି | ଯଦିଓ ଗାଜିଆବାଦ ଜିଲ୍ଲା ପ୍ରଶାସନ ରବିବାର ଦିନ ଘୋଷଣା କରିସାରିଛି ଯେ, ପରବର୍ତ୍ତୀ ଦିଗ ପର୍ଯ୍ୟନ୍ତ ସେମାନଙ୍କ ସୀମା ସିଲ୍ ହୋଇ ରହିବ।

ଗାଜିଆବାଦ ଜିଲ୍ଲା ମାଜିଷ୍ଟ୍ରେଟ 22 ଏପ୍ରିଲରେ ଜିଲ୍ଲାର କୋଭିଡ -19 ମାମଲା ବଢୁଥିବା ଦର୍ଶାଇ ଲୋକଙ୍କ ଆନ୍ତଃ ସୀମା ଗତିବିଧି ଉପରେ ପ୍ରତିବନ୍ଧକ ଲଗାଇଥିଲେ। ମେ 27 ରେ ଅତିରିକ୍ତ ପ୍ରତିବନ୍ଧକ ମଧ୍ୟ ଲଗାଯାଇଥିଲା। ପରେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଜୁନ୍ 1 ରେ ଏକ ସପ୍ତାହ ପାଇଁ ସୀମା ବନ୍ଦ କରିବାକୁ ଘୋଷଣା କରିଥିଲେ। ଗାଜିଆବାଦରୁ ପୂର୍ବ ଦିଲ୍ଲୀ ଯିବା ପାଇଁ ୟୁପି-ଗେଟ୍ ସୀମା ଏକ ପ୍ରମୁଖ ଗମନାଗମନ ସ୍ଥାନ ଅଟେ। ତେବେ ଲକଡାଉନ ପୂର୍ବରୁ ଜାତୀୟ ରାଜପଥ କର୍ତ୍ତୃପକ୍ଷର ଆକଳନ ଅନୁଯାୟୀ ହାରାହାରି ଅତିକମରେ 80,000 ଯାତ୍ରୀବାହୀ କାର ଚଳାଚଳ କରୁଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.