ETV Bharat / bharat

ମନ୍ତ୍ରୀ କୋରୋନା ପଜିଟିଭ୍ ପରେ ସମଗ୍ର କ୍ୟାବିନେଟ୍ ସମେତ ସିଏମ୍ କ୍ବାରେଣ୍ଟାଇନରେ

author img

By

Published : Jun 1, 2020, 12:56 AM IST

ଉତ୍ତରାଖଣ୍ଡ ପର୍ଯ୍ୟଟନ ମନ୍ତ୍ରୀ ସତ୍ୟପାଲ ମହାରାଜ, ତାଙ୍କ ପରିବାର ଏବଂ କର୍ମଚାରୀ 22 ଜଣଙ୍କ ସମେତ ରବିବାର କୋରୋନା ସଂକ୍ରମିତ ହୋଇଥିବା ଜଣାପଡିଛି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ସମଗ୍ର କ୍ୟାବିନେଟ୍ ସମେତ ସିଏମ୍ କ୍ବାରେଣ୍ଟାଇନରେ

ଡେରାଡୁନ୍: ଉତ୍ତରାଖଣ୍ଡ ପର୍ଯ୍ୟଟନ ମନ୍ତ୍ରୀ ସତ୍ୟପାଲ ମହାରାଜ, ତାଙ୍କ ପରିବାର ଏବଂ କର୍ମଚାରୀ 22 ଜଣଙ୍କ ସମେତ ରବିବାର କୋରୋନା ସଂକ୍ରମିତ ହୋଇଥିବା ଜଣାପଡିଛି । ଏହି ସୂଚନା ପରେ ବର୍ତ୍ତମାନ ନିଜ କ୍ୟାବିନେଟ ସଦସ୍ୟ ମୁଖ୍ୟମନ୍ତ୍ରୀ ତ୍ରୀବେନ୍ଦ୍ର ସିଂ ରାୱତ କ୍ବାରେଣ୍ଟାଇନରେ ରହିବେ ବୋଲି ସୂଚନା ମିଳିଛି ।

ସୂତ୍ରରୁ ପ୍ରକାଶ ଯେ, ମନ୍ତ୍ରୀ ସତ୍ୟପାଲ ମହାରାଜ ଶୁକ୍ରବାର ରାଜ୍ୟ କ୍ୟାବିନେଟର ବୈଠକରେ ଯୋଗ ଦେଇଥିଲେ । ଏବେ ସେ କୋରୋନା ସଂକ୍ରମିତ ରହିଛନ୍ତି । ଏହାପରେ ସତର୍କତାମୂଳକ ପଦକ୍ଷେପ ଭାବରେ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂ ରାୱତଙ୍କ ସମେତ ସମଗ୍ର କ୍ୟାବିନେଟକୁ କ୍ବାରେଣ୍ଟାଇନରେ ରହିବା ପାଇଁ ବିଚାର କରିଛନ୍ତି । ସୂତ୍ରରୁ ପ୍ରକାଶ ଯେ ଆବଶ୍ୟକ ହେଲେ ସମଗ୍ର କ୍ୟାବିନେଟ ସଦସ୍ୟଙ୍କ କୋରୋନା ଟେଷ୍ଟ କରାଯିବ ।

ସୂଚନା ଯେ, ମନ୍ତ୍ରୀଙ୍କ ପତ୍ନୀ ଅମୃତା ରାୱତଙ୍କ କୋରୋନା ସଂକ୍ରମିତ ହୋଇଥିବା ନିଶ୍ଚିତ ହେବା ପରେ ମହାରାଜା ଏବଂ ତାଙ୍କ ପରିବାରର ଅନ୍ୟ ସଦସ୍ୟଙ୍କୁ ଟେଷ୍ଟ କରାଯାଇଥିଲା । ପରେ ତାଙ୍କ ପୁଅ , ବୋହୁ, 5 ବର୍ଷର ନାତି ସମେତ 22ଜଣ କୋରୋନା ସଂକ୍ରମିତ ରହିଥିଲେ । ଏବେ ତାଙ୍କର ଡେରାଡୁନସ୍ଥିତ ଡାଲାନୱାଲା ଅଞ୍ଚଳରେ ଅବସ୍ଥିତ ତାଙ୍କ ଘର ଏବଂ ରାସ୍ତାକୁ ସମ୍ପୂର୍ଣ୍ଣ ସିଲ୍ କରାଯାଇଛି ।

For All Latest Updates

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.