ETV Bharat / bharat

ଆସନ୍ତା 17ରେ ପୋଲିଓ ଟୀକାକରଣ ପାଇଁ ପରାମର୍ଶ ଦେଲେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ - ପୋଲିଓ ଟୀକାକରଣ ପାଇଁ ପରାମର୍ଶ ଦେଲେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ

ପାଞ୍ଚ ବର୍ଷରୁ କମ୍ ପିଲାମାନଙ୍କୁ ଜାନୁଆରୀ 17ରୁ ଓରାଲ ପୋଲିଓ ଟୀକା ଦିଆଯିବା ନେଇ ପରାମର୍ଶ ଦେଲେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ । ଅଧିକ ପଢନ୍ତୁ...

Ensure oral polio vaccine for children on Jan 17, says Harsh Vardhan
ଆସନ୍ତା 17ରେ ପିଲାଙ୍କ ପୋଲିଓ ଟୀକାକରଣ ପାଇଁ ପରାମର୍ଶ ଦେଲେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ
author img

By

Published : Jan 9, 2021, 6:07 AM IST

ଚେନ୍ନାଇ: ଜାନୁଆରୀ 17ରୁ ଦେଶରେ ଆରମ୍ଭ ହେବ ପୋଲିଓ ଟୀକାକରଣ । ଏଣୁ ପାଞ୍ଚ ବର୍ଷରୁ କମ୍ ପିଲାମାନଙ୍କୁ ଓରାଲ ପୋଲିଓ ଟୀକା ଦିଆଯିବ ଉଚିତ ଓ ପିତାମାତାଙ୍କୁ ଏ ଦିଗରେ ଧ୍ୟାନ ଦେବାକୁ ଶୁକ୍ରବାର କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ ପରାମର୍ଶ ଦେଇଛନ୍ତି । ଏହି ଅବସରରେ 10 ବର୍ଷ ପୂର୍ବେ ପଶ୍ଚିମବଙ୍ଗରେ ପୋଲିସ ଭାଇରସର ସ୍ଥିତିକୁ ମନେ ପକାଇଛନ୍ତି ସହ 2014 ମସିହା ସୁଦ୍ଧା ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ଭାରତକୁ ପୋଲିଓ ମୁକ୍ତ ବୋଲି ନିଶ୍ଚିତ କରିବା ସମ୍ପର୍କରେ କହିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ।

ଆହୁରିମଧ୍ୟ ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି, ଆଜି ବିଶ୍ବର ପ୍ରାୟ ସମସ୍ତ ଦେଶ ପୋଲିଓ ମୁକ୍ତ ହୋଇଥିଲେ ମଧ୍ୟ ଆମର ଦୁଇଟି ପଡୋଶୀ ରାଷ୍ଟ୍ରରେ ଏବେ ବି ପୋଲିଓ କେସ ରହିଛି । ମାତ୍ର ସ୍ବାସ୍ଥ୍ୟମନ୍ତ୍ରୀ ସେହି ଦୁଇଟି ରାଷ୍ଟ୍ର ସମ୍ପର୍କରେ ବିଶେଷ କିଛି ଆଲୋକପାତ କରିନାହାନ୍ତି । ତେବେ ଦେଶକୁ ପୋଲିଓ ଠାରୁ ଦୂରେଇ ରଖିବାକୁ ହେଲେ ଟୀକାକରଣ ଅତ୍ୟନ୍ତ ଜରୁରୀ ବୋଲି ସେ ଜଣାଇଛନ୍ତି ।

ତେବେ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନର ପୋଲିଓ ବିଭାଗ ଓ୍ବେବସାଇଟ ମୁତାବକ, ବିଶ୍ବର କେବଳ ତିନୋଟି ଦେଶ ପାକିସ୍ତାନ, ଆଫଗାନିସ୍ତାନ ଏବଂ ନାଇଜେରିଆରରେ ପୋଲିଓ ରୋଗର ବିଲୋପ ଘଟି ପାରିନାହିଁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.