ETV Bharat / bharat

ଦିଲ୍ଲୀ ମେଡିକାଲରେ ଅକ୍ସିଜେନର ଅଭାବ ନାହିଁ: ସ୍ବାସ୍ଥ୍ୟମନ୍ତ୍ରୀ - ଦିଲ୍ଲୀ ମେଡିକାଲ

ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ କହିଛନ୍ତି, ଦିଲ୍ଲୀ ମେଡିକାଲଗୁଡ଼ିକରେ ଅକ୍ସିଜେନର ଅଭାବ ନାହିଁ । ଆସନ୍ତା 6-7 ଦିନ ପର୍ଯ୍ୟନ୍ତ ରାଜ୍ୟରେ ପର୍ଯ୍ୟାପ୍ତ ପରିମାଣର ଷ୍ଟକ୍ ଉପଲବ୍ଧ ରହିଛି ।

ଦିଲ୍ଲୀ ମେଡିକାଲଗୁଡ଼ିକରେ ଅକ୍ସିଜେନର ଅଭାବ ନାହିଁ

author img

By

Published : Sep 23, 2020, 5:48 PM IST

ନୂଆଦିଲ୍ଲୀ: ପୁଣି ଥରେ ଦିଲ୍ଲୀରେ କୋରୋନା ମାମଲା ବୃଦ୍ଧି ପାଇବାରେ ଲାଗିଛି । ଏହାରି ମଧ୍ୟରେ ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ କହିଛନ୍ତି, ଦିଲ୍ଲୀ ମେଡିକାଲଗୁଡ଼ିକରେ ଅକ୍ସିଜେନର ଅଭାବ ନାହିଁ । ଆସନ୍ତା 6-7 ଦିନ ପର୍ଯ୍ୟନ୍ତ ରାଜ୍ୟରେ ପର୍ଯ୍ୟାପ୍ତ ପରିମାଣର ଷ୍ଟକ୍ ଉପଲବ୍ଧ ରହିଛି ।

ଏଥିସହ ମନ୍ତ୍ରୀ କହିଛନ୍ତି, ଦିଲ୍ଲୀରେ ଆସନ୍ତା ଦୁଇ ସପ୍ତାହ ମଧ୍ୟରେ କୋରୋନା ମାମଲା ହ୍ରାସ ପାଇବାର ଆଶଙ୍କା ରହିଛି । ଦିଲ୍ଲୀକୁ ଉତ୍ତରପ୍ରଦେଶ ଏବଂ ରାଜସ୍ଥାନରୁ ଅକ୍ସିଜେନ ଆସୁଛି ।

ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, ମଙ୍ଗଳବାର ଦିଲ୍ଲୀର କୋରୋନା ପଜେଟିଭ ହାର 6.47 ପ୍ରତିଶତ ରହିଛି। ପୂର୍ବରୁ ଏହି ହାର 5-9 ପ୍ରତିଶତ ଥିଲା। ମହାମାରୀ ଆରମ୍ଭରୁ ପଜେଟିଭ ହାର 12 ପ୍ରତିଶତରୁ 9 ପ୍ରତିଶତକୁ ଖସି ଆସିଥିଲା । ତେବେ ଆସନ୍ତା 1-2 ସପ୍ତାହ ମଧ୍ୟରେ ଦିଲ୍ଲୀରେ କୋରୋନା ମାମଲା ହ୍ରାସ ପାଇବ ବୋଲି ମନ୍ତ୍ରୀ କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.