ETV Bharat / bharat

ପୁଣି କୋରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଡାକ୍ତର - ଏଲଏନଜିପି ମେଡିକାଲ

ରାଜଧାନୀ ଦିଲ୍ଲୀର ଏଲଏନଜିପି ମେଡିକାଲରେ ଆଇସିୟୁ ଇନଚାର୍ଜ ତଥା ସିନିୟର କନ୍ସଲଣ୍ଟାଣ୍ଟ ଡ.ଅସୀମ ଗୁପ୍ତାଙ୍କ କୋରୋନାରେ ମୃତ୍ୟୁ ଘଟିଛି ।

corona
ପୁଣି କୋରୋନା ଯୁଦ୍ଧରେ ହାରିଲେ ଆଉ ଜଣେ ଡାକ୍ତର
author img

By

Published : Jun 29, 2020, 10:58 AM IST

Updated : Jun 29, 2020, 1:46 PM IST

ନୂଆଦିଲ୍ଲୀ: ପୁଣି କୋରୋନା ଯୁଦ୍ଧରେ ହାରିଲେ ଡାକ୍ତର । ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀର ଏଲଏନଜିପି ମେଡିକାଲରେ ଆଇସିୟୁ ଇନଚାର୍ଜ ତଥା ସିନିୟର କନ୍ସଲଣ୍ଟାଣ୍ଟ ଡ.ଅସୀମ ଗୁପ୍ତାଙ୍କ କୋରୋନାରେ ମୃତ୍ୟୁ ଘଟିଛି ।

ସୂଚନା ଅନୁଯାୟୀ, ଡ. ଗୁପ୍ତା କୋରୋନା ରୋଗୀଙ୍କ ଚିକିତ୍ସା ବେଳେ କୋରୋନା ସଂକ୍ରମିତ ହୋଇଥିଲେ । ଗତ ଦୁଇ ସପ୍ତାହ ଅସୀମ ଗୁପ୍ତା କୋରୋନା ଆକ୍ରାନ୍ତ ହୋଇ ସାକେତ ସ୍ଥିତ ସ୍ମିଥ ମ୍ୟାକ୍ସ ମେଡିକାଲରେ ଭର୍ତ୍ତି ଥିଲେ ।

ତେବେ ଡ. ଗୁପ୍ତାଙ୍କ ପତ୍ନୀ ମଧ୍ୟ ଜଣେ ଡାକ୍ତର ଅଟନ୍ତି । ସେ ମଧ୍ୟ କୋରୋନା ସଂକ୍ରମିତ ହୋଇ ସୁସ୍ଥ ହୋଇ ଘରକୁ ଫେରିଥିଲେ । ମାତ୍ର ଗତ ରବିବାର ଡ. ଗୁପ୍ତା କୋରୋନାରେ ପ୍ରାଣ ହରାଇଛନ୍ତି ।

ଡ. ଗୁପ୍ତାଙ୍କ ମୃତ୍ୟୁ ନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଶୋକ ପ୍ରକାଶ କରିଛନ୍ତି । ଏଥିସହ କେଜ୍ରୀୱାଲ ଟ୍ବିଟ ଜରିଆରେ ଲେଖିଛନ୍ତି, ଆମେ ଆଉ ଏକ କୋରୋନା ଯୋଦ୍ଧାଙ୍କୁ ହରାଇଛୁ, ଯାହାର ବଳୀଦାନକୁ ଆମେ ମୁଣ୍ଡ ନୁଆଁଉଛୁ।

ଏଥିସହ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତାଙ୍କ ପରିବାରକୁ 1 କୋଟି ଟଙ୍କା କ୍ଷତିପୂରଣ ଦେଇଛନ୍ତି ।

Last Updated : Jun 29, 2020, 1:46 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.