ETV Bharat / bharat

କୋଭିଡ ମହାମାରୀରେ ବିଶ୍ବ ମନେ ରଖିବ ଇଞ୍ଜିନିୟର୍ସଙ୍କ ଅବଦାନ - ପ୍ରଯୁକ୍ତିବିଦ୍ୟା ଦିବସ

ୟୁନେସ୍କୋ ପ୍ରତିବର୍ଷ ମାର୍ଚ୍ଚ 4 କୁ ଅନ୍ତର୍ଜାତୀୟ ସ୍ତରରେ ଅଭିନବ ଏବଂ ପ୍ରଯୁକ୍ତିବିଦ୍ୟା ଦିବସ ଭାବରେ ପାଳନ କରିଥାଏ । ଭାରତ ପ୍ରତିବର୍ଷ ସେପ୍ଟେମ୍ବର 15 ରେ ଇଞ୍ଜିନିୟରିଂ ଦିବସ ପାଳନ କରିଥାଏ । ସ୍ବର୍ଗତ ସାର୍ ଏମ୍ ବିଶ୍ବେଭାରାୟାଙ୍କୁ ଏହି ଦିବସରେ ଶ୍ରଦ୍ଧାଞ୍ଜଳୀ ଦିଆଯାଏ ।

ଏମ୍ ବିଶ୍ବେଭାରାୟା
ଏମ୍ ବିଶ୍ବେଭାରାୟା
author img

By

Published : Sep 15, 2020, 9:01 AM IST

ହାଇଦ୍ରାବାଦ: ୟୁନେସ୍କୋ ପ୍ରତିବର୍ଷ ମାର୍ଚ୍ଚ 4 କୁ ଅନ୍ତର୍ଜାତୀୟ ସ୍ତରରେ ଅଭିନବ ଏବଂ ପ୍ରଯୁକ୍ତିବିଦ୍ୟା ଦିବସ ଭାବରେ ପାଳନ କରିଥାଏ । ଭାରତ ପ୍ରତିବର୍ଷ ସେପ୍ଟେମ୍ବର 15 ରେ ଇଞ୍ଜିନିୟରିଂ ଦିବସ ପାଳନ କରିଥାଏ । ସ୍ବର୍ଗତ ସାର୍ ଏମ୍ ବିଶ୍ବେଭାରାୟାଙ୍କୁ ଏହି ଦିବସରେ ଶ୍ରଦ୍ଧାଞ୍ଜଳୀ ଦିଆଯାଏ । ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଆମର ଇଞ୍ଜିନିୟରମାନଙ୍କ ସଫଳତା ପାଇଁ ଗର୍ବିତ ଅନୁଭବ କରିବାକୁ ଏହି ଦିନଟି ଉତ୍ସର୍ଗୀକୃତ । ଦେଶର ଅର୍ଥନୈତିକ ପ୍ରଗତି ଏବଂ ବିକାଶରେ ଇଞ୍ଜିନିୟରଙ୍କ ଏକ ଉଲ୍ଲେଖନୀୟ ଅବଦାନ ରହିଛି ।

ଅତୀତର ସଫଳତାକୁ ପ୍ରଶଂସା କରିବା ଏବଂ ବର୍ତ୍ତମାନର ଇଞ୍ଜିନିୟରିଂ ଧାରାକୁ ଗୌରବାନ୍ବିତ କରିବା ପାଇଁ ଏହି ଗୁରୁତ୍ବପୂର୍ଣ୍ଣ ଦିନ ପାଳନ କରାଯାଏ । ଆମ ଜୀବନକୁ ସହଜ, ସରଳ ଏବଂ ଅଧିକ ସୁନ୍ଦର କରିବା ପାଇଁ ଜଟିଳ ଇଞ୍ଜିନିୟରିଂ ନୀତିର ଉପଯୋଗିତାକୁ ବୁଝିବାରେ ଇଞ୍ଜିନିୟରଙ୍କ ଦିନ ଏକ ଶକ୍ତିଶାଳୀ ବାର୍ତ୍ତା ପ୍ରସାରଣ କରେ ।

ଏମ୍ ବିଶ୍ବେଭାରାୟା
ଏମ୍ ବିଶ୍ବେଭାରାୟା

କିଏ ମୋକ୍ଷଗୁନ୍ଦମ୍ ବିଶ୍ବେଭାରାୟା ?

ପ୍ରତିବର୍ଷ ଦେଶ ମୋକ୍ଷଗୁନ୍ଦମ୍ ବିଶ୍ବେଭାରାୟାଙ୍କ ଅବଦାନକୁ ପ୍ରଶଂସା କରିବା ପାଇଁ ସେପ୍ଟେମ୍ବର 15 କୁ ଜାତୀୟ ଇଞ୍ଜିନିୟର ଦିବସ ଭାବରେ ପାଳନ କରିଥାଏ। ସେ 15 ସେପ୍ଟେମ୍ବର 1861 ରେ କର୍ଣ୍ଣାଟକର ମୁଦଡେନାହାଲ୍ଲୀ ନାମକ ଏକ ଗାଁରେ ଜନ୍ମଗ୍ରହଣ କରିଥିଲେ। ଭାରତ ରତ୍ନ ପୁରସ୍କାର ପ୍ରାପ୍ତ ବିଶ୍ବେଭାରାୟ ମାଡ୍ରାସ ବିଶ୍ବବିଦ୍ୟାଳୟରୁ ସ୍ନାତକୋତ୍ତର (ବିଏ) ଅଧ୍ୟୟନ କରିଥିଲେ ଏବଂ ପୁଣେର ସାଇନ୍ସ କଲେଜରେ ସିଭିଲ ଇଞ୍ଜିନିୟରିଂ ପଢିଥିଲେ।

ପରେ ସେ ପୁଣେ ନିକଟ ଖଡକଭାସଲା ଜଳଭଣ୍ଡାରରେ ବନ୍ୟାଜଳ ସହିତ ଏକ ଜଳସେଚନ ବ୍ୟବସ୍ଥା ସ୍ଥାପନ କରି ଖାଦ୍ୟ ଯୋଗାଣ ସ୍ତର ତଥା ସଂରକ୍ଷଣ ସ୍ଥାନକୁ ସର୍ବୋଚ୍ଚ ସ୍ତରକୁ ବୃଦ୍ଧି କରିଥିଲେ। ଏହାପରେ ଗୱାଲିଅରର ଟିଗ୍ରା ଡ୍ୟାମ୍ ଏବଂ ମହିଶୂରର କୃଷ୍ଣରାଜ ସାଗର (KRS) ବନ୍ଧରେ ବ୍ୟବସ୍ଥା କରାଗଲା । ଯାହା ପରବର୍ତ୍ତୀ ସମୟରେ ଏସିଆର ଏକ ବୃହତ୍ତମ ଜଳଭଣ୍ଡାର ସୃଷ୍ଟି କରିଥିଲା ।

1915 ମସିହାରେ କିଙ୍ଗ ଜର୍ଜ ଭି ତାଙ୍କୁ ବ୍ରିଟିଶ ଭାରତୀୟ ସାମ୍ରାଜ୍ୟର କମାଣ୍ଡର ଭାବରେ ନିଯୁକ୍ତ କରିଥିଲେ । ସେ ସ୍ବୟଂଚାଳିତ ସ୍ଲୁଇସ୍ ଗେଟ୍ ନିର୍ମାଣ କରିଥିଲେ । ଏହାପରେ ଟିଗ୍ରା ଡ୍ୟାମ୍ (ମଧ୍ୟପ୍ରଦେଶ) ଏବଂ KRS ଡ୍ୟାମ୍ (କର୍ଣ୍ଣାଟକ) ପାଇଁ ଗେଟ୍ ପୁନଃ ବ୍ୟବହାର କରାଯାଇଥିଲା । ତାଙ୍କର ଏହି ବ୍ୟବସ୍ଥା ପରେ ବ୍ରିଟିଶ ସରକାରଙ୍କ ପକ୍ଷରୁ ଅର୍ଥ ପାଇଲେ ।

ହାଇଦ୍ରାବାଦରେ ସେ ବନ୍ୟା ସୁରକ୍ଷା ବ୍ୟବସ୍ଥାର ପରିକଳ୍ପନା କରିଥିଲେ । ଏହା ତାଙ୍କୁ ସେଲିବ୍ରିଟି ମାନ୍ୟତା ପ୍ରଦାନ କରିଥିଲା।ତାଙ୍କୁ 1908 ମସିହାରେ ମହୀଶୂର ଦିବାନସିପ୍ (ପ୍ରଧାନମନ୍ତ୍ରୀ ପଦ) ପ୍ରଦାନ କରାଯାଇଥିଲା ଓ ସମସ୍ତ ବିକାଶମୂଳକ ପ୍ରକଳ୍ପର ସମ୍ପୂର୍ଣ୍ଣ ଦାୟିତ୍ବ ପ୍ରଦାନ କରାଯାଇଥିଲା। ତାଙ୍କ ଦିବାନସିପ୍ ଅଧୀନରେ ମହୀଶୂର କୃଷି, ଜଳସେଚନ, ଶିଳ୍ପାୟନ, ଶିକ୍ଷା, ବ୍ୟାଙ୍କିଙ୍ଗ ଏବଂ ବାଣିଜ୍ୟ କ୍ଷେତ୍ରରେ ପ୍ରମୁଖ ପରିବର୍ତ୍ତନ ଆଣିଥିଲା ।

ସେ 1955 ମସିହାରେ ଭାରତ ରତ୍ନ ଗ୍ରହଣ କରିଥିଲେ । ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସ (IISC) ବାଙ୍ଗାଲୋର ଦ୍ବାରା ଫେଲୋସିପ୍ ପାଇବା ପୂର୍ବରୁ ସେ ଲଣ୍ଡନ ଇନଷ୍ଟିଚ୍ୟୁସନ୍ ଅଫ୍ ସିଭିଲ୍ ଇଞ୍ଜିନିୟର୍ସର ସଦସ୍ୟ ହୋଇଥିଲେ।

କୋଭିଡ-19 ବିରୋଧରେ ଇଞ୍ଜିନିୟର୍ସଙ୍କ ଅବଦାନ-

ଇଞ୍ଜିନିୟର୍ସ ଓ ବୈଜ୍ଞାନିକମାନେ ଏହି ସମୟ ମଧ୍ୟରେ ଚମତ୍କାର ପଦକ୍ଷେପ ଗ୍ରହଣ କରିଛନ୍ତି । ମହାମାରୀର ମୁକାବିଲା ପାଇଁ ଉଭୟ ବଡ଼ ଏବଂ ଛୋଟ କମ୍ପାନୀ ସହଯୋଗ କରିଛନ୍ତି। ହସ୍ପିଟାଲର ସ୍ଥାନ ଆୟୋଜନ କରିବା ଏବଂ ହସ୍ପିଟାଲ୍ କର୍ମଚାରୀଙ୍କ ପାଇଁ ବ୍ୟକ୍ତିଗତ ସୁରକ୍ଷା ଉପକରଣ (PPE) ଯୋଗାଇବା ପ୍ରଥମ ପଦକ୍ଷେପ । ଘରୋଇ ଡାକ୍ତରଖାନା ସହିତ ଅନେକ ଅନୁଷ୍ଠାନ, ଯେପରିକି ହିନ୍ଦୁସ୍ତାନ ଏରୋସ୍ପେସ୍, ରେଳବିଭାଗ ଏବଂ ପ୍ରତିରକ୍ଷା ସେବା, କୋଭିଡ୍-19 ରୋଗୀଙ୍କ ପାଇଁ କୋଭିଡ୍ ୱାର୍ଡ ପ୍ରସ୍ତୁତ କରିଥିଲେ ।

ଭାରତୀୟ ରେଳ ବିଭାଗର ମେକାନିକାଲ ଇଞ୍ଜିନିୟର୍ସ କୋରୋନା କାଳରେ ପ୍ରାୟ 5000 ଏୟାର କଣ୍ଡିସନ୍ ରେଳ କୋଚକୁ କୋଭିଡ ୱାର୍ଡରେ ପରିବର୍ତ୍ତନ କରିଥିଲେ । ଏହାସହ ବ୍ୟାଗ ରେସପିରେଟୋରୀ, ପିପିଇ କିଟ୍, ୟୁଭି ସାନିଟାଇଜର ଭଳି ଅନେକ ସାମଗ୍ରୀକୁ ଲୋକଙ୍କ ପାଖରେ ପହଞ୍ଚାଇବାରେ ସେମାନଙ୍କ ଅବଦାନ ରହିଛି ।

ଅଟୋମୋବାଇଲ୍ ଫାର୍ମ ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ପରିଚାଳନା ନିର୍ଦ୍ଦେଶକ ଡ଼ଃ ପୱନ ଗୋଏଙ୍କା ସୁଲଭ ଶ୍ବାସକ୍ରିୟା ଉତ୍ପାଦନ ପାଇଁ ଏକ ପ୍ରମୁଖ ପ୍ରକଳ୍ପକୁ ପ୍ରସ୍ତୁତ କରିଥିଲେ । ରତନ ଟାଟାଙ୍କ ନେତୃତ୍ବରେ ଟାଟା ଗ୍ରୁପ୍ ଏବଂ ଟ୍ରଷ୍ଟଗୁଡିକ PPE ଏବଂ ଟେଷ୍ଟ କିଟ୍ ପାଇଁ 200 ମିଲିୟନ୍ ଡଲାର୍ ଦାନ କରିଥିଲେ । ଏହି ସମୟରେ ଟାଟାର ଇଞ୍ଜିନିୟରମାନେ ଡାକ୍ତରଖାନା ଗୁଡିକୁ ସାନିଟାଇଜ୍ କରିବା ପାଇଁ ରୋବଟ୍ ନିର୍ମାଣ କରିବାରେ କାର୍ଯ୍ୟ କରିଥିଲେ ।

କୋଭିଡ-19 ଯୁଗରେ ଅଭିନବ ଏବଂ ପ୍ରଯୁକ୍ତିବିଦ୍ୟା-

1. ସ୍ବୟଂଚାଳିତ ମାସ୍କ ମେସିନ୍- ଏନଆଇଟି ଓ ଆଇଆଇଏମର ଇଞ୍ଜିନିୟର୍ସଙ୍କ ଦ୍ବାରା ମାସ୍କର ଅଭାବ ଦୂର ପାଇଁ ଏହାକୁ ନିର୍ମାଣ କରାଯାଇଛି ।

2. ରୁହଦାର- ଆଇଆଇଟି ବମ୍ବେ ଦ୍ବାରା ନିର୍ମିତ କମ୍ ମୂଲ୍ୟର ଭେଣ୍ଟିଲେଟର

3.ଜୀବସେତୁ ଭେଣ୍ଟିଲେଟର - ବେଙ୍ଗାଲୁରୁର ରେଭା ବିଶ୍ବବିଦ୍ୟାଳୟ ଦ୍ବାରା ପ୍ରସ୍ତୁତ ଭେଣ୍ଟିଲେଟର ।

4. ନାଭି ଇନୋଭେସନ୍- ଭାରତୀୟ ଜଳସେନାର ଡକ୍ଟର କମ୍ ମୂଲ୍ୟର ପିପିଇ କିଟ୍ ନିର୍ମାଣ କରିଥିଲେ । ନ୍ୟାସନାଲ ରିସର୍ଚ୍ଚ ଡେଭେଲପମେଣ୍ଟ କର୍ପୋରେସନର ମିଳିତ ଉଦ୍ୟମରେ ଏହା ପ୍ରସ୍ତୁତ କରାଯାଇଥିଲା ।

5. ସେଫ୍ ସ୍ବାବ- ସ୍ବାସ୍ଥ୍ୟକର୍ମୀଙ୍କୁ କୋରୋନା ସଂକ୍ରମଣରୁ ରକ୍ଷା କରିବା ପାଇଁ ବିଏମସି ଫୋନ୍ ବୁଥ୍ ନିର୍ମାଣ କରିଥିଲେ ।

6. ଡିଭାଇସ୍ ଟ୍ରାକିଂ ଆପ୍- ଆଇଆଇଟି ବମ୍ବେର ଛାତ୍ର କ୍ବାରେଣ୍ଟାଇନ୍ ଉଲଂଘନକୁ ରୋକିବା ପାଇଁ ଏହି ଆପ୍ ପ୍ରସ୍ତୁତ କରିଥିଲେ ।

7.ଭେଣ୍ଟିଲେଟର- ଆଇଆଇଟି ହାଇଦ୍ରାବାଦର ଛାତ୍ରଛାତ୍ରୀ ଏହି କମ୍ ମୂଲ୍ୟର ଭେଣ୍ଟିଲେଟର ପ୍ରସ୍ତୁତ କରିଥିଲେ ।

8. ଆୱାରନେସ୍ ଭିଡିଓ- ଆଇଆଇଟି ଖଡଗପୁରର ଛାତ୍ର 12ଟି ଆଞ୍ଚଳିକ ଭାଷରେ ସଚେତନତା ଭିଡିଓ ପ୍ରସ୍ତୁତ କରିଥିଲେ ।

9. ହର୍ବାଲ ସାନିଟାଇଜର୍- ଆଇଆଇଟି ରୁର୍କୀର ସିଦ୍ଧାର୍ଥ ଶର୍ମା ଓ ବୈଭବ ଜୈନ 150 ଲିଟରର ହର୍ବାଲ ସାନିଟାଇଜର୍ ପ୍ରସ୍ତୁତ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.