ନୂଆଦିଲ୍ଲୀ: ଦେଶରେ ମନି ଲଣ୍ଡରିଂ ମାମଲାରେ ବ୍ରାଜିଲ ସରକାରଙ୍କ ଅନୁରୋଧ କ୍ରମେ ଦେଶରେ 60 ରୁ ଅଧିକ ବ୍ୟାଙ୍କ ଆକାଉଣ୍ଟକୁ ଅଚଳ କରିବାକୁ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ ପ୍ରକ୍ରିୟା ଆରମ୍ଭ କରିଛି।
ଆର୍ଥିକ ଅପରାଧର ମୁକାବିଲା ପାଇଁ ଦୁଇ ଦେଶ ମଧ୍ୟରେ ପାରସ୍ପରିକ ଚୁକ୍ତି ଅନୁଯାୟୀ ମନି ଲଣ୍ଡରିଂ ଆକ୍ଟ (PMLA)ର ବ୍ୟବସ୍ଥା ଅନୁଯାୟୀ ଏଜେନ୍ସି ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ବ୍ରାଜିଲରେ ଅବସ୍ଥିତ କେତେକ ବ୍ୟକ୍ତି ଓ ବ୍ୟବସାୟୀଙ୍କ ଦ୍ବାରା 60 ରୁ ଅଧିକ ବ୍ୟାଙ୍କ ଆକାଉଣ୍ଟ ରହିଛି ।