ETV Bharat / bharat

ଶାହୀନବାଗ ପ୍ରଦର୍ଶନରେ ଦେଶ ବିରୋଧୀ ସ୍ବର,  ଆସାମକୁ ଭାରତରୁ ଅଲଗା କରିବାକୁ ଶରଜିଲର ଦାବି

author img

By

Published : Jan 25, 2020, 9:40 PM IST

ଶାହୀନବାଗ ପ୍ରଦର୍ଶନର ମାଷ୍ଟରମାଇଣ୍ଡ କୁହାଯାଉଥିବା ଜେଏନୟୁର ପୂର୍ବତନ ଛାତ୍ର ଶରଜୀଲ ଇମାମଙ୍କ ଦେଶବିରୋଧୀ ବୟାନ । ଆସାମକୁ ଭାରତରୁ ଅଲାଗ କରିଦେବା ଦରକାର ବୋଲି ଦାବି କଲା ଶରଜୀଲ । ଅଧିକ ପଢନ୍ତୁ...

ଦେଶ ବିଭାଜନର ରୂପ ନେଉଛି ଶାହୀନବାଗ ପ୍ରଦର୍ଶନ, ଆସାମକୁ ଅଲଗା କରିବାକୁ ମାଷ୍ଟରମାଇଣ୍ଡର ଦାବି

ନୂଆଦିଲ୍ଲୀ: ଶାହୀନବାଗ ପ୍ରଦର୍ଶନର ମାଷ୍ଟରମାଇଣ୍ଡ କୁହାଯାଉଥିବା ଜେଏନୟୁର ପୂର୍ବତନ ଛାତ୍ର ଶରଜିଲ ଇମାମଙ୍କ ଦେଶବିରୋଧୀ ବୟାନ ସାମ୍ନାକୁ ଆସିଛି । ଦେଶକୁ ପୁଣି ଥରେ ଭାଗ କରିବାକୁ ଦାବି ଉଠାଉଛନ୍ତି ଶରଜିଲ । ଆସାମକୁ ଭାରତରୁ ଅଲଗା କରିଦେବା ଦରକାର ବୋଲି ସେ କହିଛନ୍ତି ।

ଶରଜୀଲ କହିଛନ୍ତି ଯେ ପୂର୍ବୋତ୍ତରରେ ମୁସଲମାନଙ୍କ ସଂଖ୍ୟା ଏତେ ଅଧିକ ରହିଛି । ତେଣୁ ପୂର୍ବୋତ୍ତରକୁ ଭାରତରୁ ଅଲଗା କରିଦେବୁ । ପୂର୍ବରୁ ମଧ୍ୟ ଏଏମୟୁ ପ୍ରଦର୍ଶନ ସମୟରେ ଏହିପରି ବିବାଦିତ ବୟାନ ଦେଇଥିଲେ ଶରଜିଲ । ପ୍ରଦର୍ଶନ ସମୟରେ ସମ୍ବୋଧନ କରି ଶରଜିଲ କହିଥିଲେ ଆସାମ ଓ ପୂର୍ବୋତ୍ତରକୁ ଭାରତରୁ ଅଲଗା କରିବା ଆମର ଲକ୍ଷ୍ୟ ।

ଶରଜିଲ ନିଜ ଭାଷଣରେ ଉତ୍ତେଜନା ପୂର୍ଣ୍ଣ ଶବ୍ଦ ବ୍ୟବହାର କରିଛନ୍ତି । ସେ ଜନସାଧାରଣଙ୍କୁ ପ୍ରଦର୍ଶନ ପାଇଁ ଉସୁକାଇଛନ୍ତି । ଭାରତ ଓ ଚୀନ ମଧ୍ୟରେ ଡୋକଲାମରେ ଯାହାକିଛି ହୋଇଥିଲା ତାହା ବେଜିଂର ରଣନୀତି ଥିଲା । ରଣନୀତି ରହିଥିଲା ଚିକେନ ନେକ୍‌ ଓ ପୂର୍ବୋତ୍ତୋରକୁ ଭାରତରୁ ଅଲଗା କରିବା । ଇମାମ ଏହି ରଣନୀତି ଲାଗୁ କରିବାକୁ ବିଷୟ ଉଠାଇଛନ୍ତି ।

ଇମାମଙ୍କ ବୟାନକୁ ନେଇ ତାଙ୍କୁ ଟାର୍ଗେଟ କରିଛନ୍ତି ଆସାମ ମନ୍ତ୍ରୀ ହେମନ୍ତ ବିଶ୍ବଶର୍ମା । ଶାହୀନବାଗ ପ୍ରଦର୍ଶନର ମୁଖ୍ୟ ଆୟୋଜକ ଶରଜିଲର ବୟାନକୁ ରାଜ୍ୟସରକାର ଗମ୍ଭୀରତାର ସହ ନେଇଥିବା ବିଶ୍ବଶର୍ମା ସୂଚନା ଦେଇଛନ୍ତି । ଇମାମଙ୍କ ବୟାନକୁ ଦେଶଦ୍ରୋହୀ ବୟାନ ଭାବେ ଦେଖାଯାଉଛି । ଇମାମଙ୍କ ବିରୁଦ୍ଧରେ ମାମଲା ରୁଜୁ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିବା କହିଛନ୍ତି ବିଶ୍ବଶର୍ମା ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.