ଶ୍ରୀନଗର: ଜାମ୍ମୁ କାଶ୍ମୀରର ବାରମୁଲା ଓ କିଶତଓ୍ବାଡ଼ାରେ ଶୁକ୍ରବାର ବିଲମ୍ବିତ ରାତିରୁ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଜାରି ରହିଛି । ତେବେ ବାରମୁଲା ଠାରେ ସୁରକ୍ଷାକର୍ମୀଙ୍କ ଗୁଳିରେ ଜଣେ ଆତଙ୍କୀ ସଫା ହୋଇଥିବା ଜଣାପଡ଼ିଛି । ସେପଟେ ବୋନିଆରେ ଜାରି ଏନକାଉଣ୍ଟରରେ 2 ଯବାନ ଶହୀଦ ହୋଇଛନ୍ତି ।
ସୂଚନାନୁଯାୟୀ, ଆତଙ୍କବାଦୀ ଆକ୍ରମଣ ନେଇ ସୂଚନା ମିଳିବା ପରେ ଅପରେସନ ଆରମ୍ଭ କରିଥିଲା ସେନା । କିଶତୱାଡ଼ାର କେଶୱନ ଅଞ୍ଚଳରେ ସେନା ପକ୍ଷରୁ ଘେରାବନ୍ଦୀ କରାଯାଇ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା । ସେପଟେ ବାରାମୁଲା ଜିଲ୍ଲାରେ ମଧ୍ୟ ସୁରକ୍ଷାକର୍ମୀ ଏବଂ ଆତଙ୍କୀଙ୍କ ମଧ୍ୟରେ ଗୁଳିବିନିମୟ ଜାରି ରହିଛି । ଉତ୍ତର କାଶ୍ମୀରର ବାରାମୁଲାସ୍ଥିତ ବୋନିୟାରର ବିଜଥଲନ ଅଞ୍ଚଳରେ ଆତଙ୍କବାଦୀଙ୍କୁ ଘେରିଛନ୍ତି ସୁରକ୍ଷାକର୍ମୀ ।