ETV Bharat / bharat

କୁଲଗାମରେ ଏନକାଉଣ୍ଟର, ଜଣେ ଆତଙ୍କବାଦୀ ନିହତ - ଜମ୍ମୁ-କାଶ୍ମୀର

କୁଲଗାମର ଆରାହ ଅଞ୍ଚଳରେ କିଛି ଆତଙ୍କବାଦୀ ଲୁଚି ରହିଥିବା ସୁରକ୍ଷାକର୍ମୀଙ୍କୁ ସୂଚନା ମିଳିଥିଲା । ସୂଚନା ଆଧାରରେ ପୋଲିସ ଏବଂ ସୁରକ୍ଷାକର୍ମୀ ମିଳିତ ଭାବରେ ସର୍ଚ୍ଚ ଅପରେଶନ ଆରମ୍ଭ କରିଥିଲେ । ଏହା ପରେ ଆତଙ୍କବାଦୀ ଏବଂ ଯବାନଙ୍କ ମଧ୍ୟରେ ଏନକାଉଣ୍ଟର ହୋଇଥିଲା । ଏଥିରେ ଜଣେ ଆତଙ୍କୀ ନିପାତ ହୋଇଛି ।

ଏନକାଉଣ୍ଟର
ଏନକାଉଣ୍ଟର
author img

By

Published : Jul 4, 2020, 3:02 PM IST

ଶ୍ରୀନଗର: ଜମ୍ମୁ କାଶ୍ମୀରର କୁଲଗାମରେ ସୁରକ୍ଷାକର୍ମୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଏନକାଉଣ୍ଟର ହୋଇଛି । ସୁରକ୍ଷାକର୍ମୀଙ୍କ ଗୁଳିରେ ଜଣେ ଆତଙ୍କବାଦୀ ନିପାତ ହୋଇଥିବା ଜଣାପଡିଛି । କୁଲଗାମର ଆରାହ ଅଞ୍ଚଳରେ କିଛି ଆତଙ୍କବାଦୀ ଲୁଚି ରହିଥିବା ସୁରକ୍ଷାକର୍ମୀଙ୍କୁ ସୂଚନା ମିଳିଥିଲା । ସୂଚନା ଆଧାରରେ ପୋଲିସ ଏବଂ ସୁରକ୍ଷାକର୍ମୀ ମିଳିତ ଭାବରେ ସର୍ଚ୍ଚ ଅପରେଶନ ଆରମ୍ଭ କରିଥିଲେ । ଏହି ସମୟରେ ଆତଙ୍କବାଦୀମାନେ ସୁରକ୍ଷାକର୍ମୀଙ୍କ ଉପରେ ଗୁଳିଚାଳନା କରିଥିଲେ । ଏହାପରେ ଉଭୟପଟୁ ଗୁଳିବିନିମୟ ଆରମ୍ଭ ହୋଇଥିବା ସୂଚନା ମିଳିଛି । ଏହି ଏନକାଉଣ୍ଟରରେ ଦୁଇ ଯବନ ମଧ୍ୟ ଆହତ ହୋଇଥିବା ସୂଚନା ରହିଛି ।

ଏନକାଉଣ୍ଟର
ଏନକାଉଣ୍ଟର

ଅନ୍ୟପକ୍ଷରେ ଜମ୍ମୁ-କାଶ୍ମୀର ରଜୌରୀ ଜିଲ୍ଲାର ଦୋଡାସନ ଅଞ୍ଚଳରେ ସମ୍ଭାବ୍ୟ ଆତଙ୍କବାଦୀ ଲୁଚି ରହିଥିବା ପୋଲିସକୁ ସୂଚନା ମିଳିଥିଲା । ସୂଚନା ଆଧାରରେ 38 ରାଷ୍ଟ୍ରିୟ ରାଇଫଲ୍ସ (ମାଡ୍ରାସ) ଏବଂ ଜାମ୍ମୁ କାଶ୍ମୀର ପୋଲିସ ମିଳିତ ଭାବରେ ସର୍ଚ୍ଚ ଅପରେସନ କରିଥିଲେ । ଘଟଣାସ୍ଥଳରୁ ବିପୁଳ ସଂଖ୍ୟକ ଅସ୍ତ୍ରଶସ୍ତ୍ର ଏବଂ ଗୁଳିଗୋଳା ଜବତ ହୋଇଛି ।

ଜବତ ହୋଇଥିବା ଅସ୍ତ୍ରଶସ୍ତ୍ର ଏବଂ ଗୁଳିଗୋଳା ମଧ୍ୟରେ ବ୍ୟାରେଲ ଗ୍ରେନେଡ ଲଞ୍ଚର, 11 ୟୁବିଜିଏଲ ଗ୍ରେନେଡ, 14 ଏକେ ମାଗାଜିନ, ଚୀନ ପିସ୍ତଲ, ଚୀନ ଗ୍ରେନେଡ, ଆଇଡି ପ୍ରସ୍ତୁତ ସାମଗ୍ରୀ ସମେତ ଡିଟୋନେଟର ରହିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.