ETV Bharat / bharat

ଛତିଶଗଡରେ ଏନକାଉଣ୍ଟର: 4 ଯବାନ ଶହୀଦ, 2 ଗୁରୁତର

ଲୋକସଭା ନିର୍ବାଚନ ପୂର୍ବରୁ ମାତିଲେ ଲାଲବାହିନୀ । ଛତିଶଗଡ କାଙ୍କେରରେ ସୁରକ୍ଷାବଳ ଓ ନକ୍ସଲ ମୁହାଁମୁହିଁ । ଏନକାଉଣ୍ଟରରେ 4 ବିଏସଏଫ ଯବାନ ଶହୀଦ ଓ 2 ଗୁରୁତର।

ଫଟୋ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ
author img

By

Published : Apr 4, 2019, 4:24 PM IST

Updated : Apr 4, 2019, 5:10 PM IST

ରାୟପୁର: ଲୋକସଭା ନିର୍ବାଚନ ପୂର୍ବରୁ ମାତିଲେ ନକ୍ସଲ । ଛତିଶଗଡରେ ନକ୍ସଲ ଘଟାଇଛନ୍ତି ବର୍ବର ହିଂସାକାଣ୍ଡ । ରାଜ୍ୟର କାଙ୍କେର ଜିଲ୍ଲାରେ ଗୁରୁବାର ବିଏସଫ ଯବାନ ଓ ନକ୍ସଲଙ୍କ ମଧ୍ୟରେ ଗୁଳି ବିନିମୟ ଜାରି ରହିଛି । ଶେଷ ଖବର ସୁଦ୍ଧା ଏନକାଉଣ୍ଟରରେ୪ ଜଣ ଯବାନ ଶହୀଦ ହେବା ସହ ୨ ଆହତ ହୋଇଛନ୍ତି ।

ଭିଡିଓ ସୌଜନ୍ୟ; ଇଟିଭି ଭାରତ ବ୍ୟୁରୋ

ଆହତ ଯବାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସୂଚନାଯୋଗ୍ୟ, ଯବାନଙ୍କ ଏକ ଟିମ ସର୍ଚ୍ଚ ଅପରେଶନ ପାଇଁ ବାହାରିଥିଲେ । ସେହି ସମୟରେ ନକ୍ସଲମାନେ ହଠାତ ଅତର୍କିତଆକ୍ରମଣ କରିଥିଲେ । ଘଟଣାଟି ନକ୍ସଲ ପ୍ରଭାବିତ ପାଙ୍ଖାଜର ସ୍ଥିତ ପ୍ରତାପପୁର ଥାନା ଅନ୍ତର୍ଗତ ଗ୍ରାମ ମୌଲା ଜଙ୍ଗଲରେ ଘଟଛି । ଏହି ଗୁଳି ବିନିମୟ ଆଜି (ଗୁରୁବାର) ସକାଳ ୧୧.୪୫ ମିନିଟରେ ଆରମ୍ଭ ହୋଇଥିଲା ।

ଏହି ଘଟଣାର ସୂଚନା ପାଇବା ମାତ୍ରେ ଘଟଣା ସ୍ଥଳରେ ଅତିରିକ୍ତି ସୁରକ୍ଷାକର୍ମୀଙ୍କୁ ମୁତୟନ କରାଯାଇଛି। ବର୍ତ୍ତମାନ ଯାଏ ଘଟଣା ସ୍ଥଳରେ ସୁରକ୍ଷାକର୍ମୀ ଓ ନକ୍ସଲଙ୍କ ମଧ୍ୟରେ ଗୁଳି ବିନିମୟ ଜାରି ରହିଛି। ଏହି ଘଟଣାରେ ବହୁ ନକ୍ସଲ ମଧ୍ୟ ଆହତ ହୋଇଥିବାର ଅନୁମାନ କରାଯାଉଛି । ଅଞ୍ଚଳକୁ ଚାରି ଆଡୁରୁ ସୁରକ୍ଷାକର୍ମୀ ଘେରି ନେଇଛନ୍ତି ।

Intro:Body:

New Delhi: The Congress will release its manifesto for the upcoming Lok Sabha polls at various state capitals on Thursday. Party spokespersons will release the manifesto at the state headquarters and list out the key points in the document.

Conclusion:
Last Updated : Apr 4, 2019, 5:10 PM IST

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.