ETV Bharat / bharat

'ବିହାରରେ ଶିଶୁମୃତ୍ୟୁ ପାଇଁ ମେଣ୍ଟ ସରକାର ହିଁ ଦାୟୀ'

ମହାମାରୀ ରୂପ ନେଲାଣି ବିହାରରେ ମସ୍ତିଷ୍କ ଜ୍ବର । ଦିନକୁ ଦିନ ଏଠାରେ ଶିଶୁମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି । ଏହାକୁନେଇ ରାଜ୍ୟରେ ରାଜନୀତି ବି ଜୋର ଧରିଲାଣି।

author img

By

Published : Jun 23, 2019, 2:12 AM IST

ଫଟୋ ସୌଜନ୍ୟ:ଏଏନଆଇ

ପାଟନା: ମହାମାରୀ ରୂପ ନେଲାଣି ବିହାରରେ ମସ୍ତିଷ୍କ ଜ୍ବର । ଦିନକୁ ଦିନ ଏଠାରେ ଶିଶୁମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି । ସ୍ୱାସ୍ଥ୍ୟ ବିଭାଗର ସ୍ୱତନ୍ତ୍ର ଟିମ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତି ଉପରେ ନଜର ରଖିଥିଲେ ମଧ୍ୟ କିଛି ସୁଫଳ ମିଳିପାରୁନାହିଁ । ବରଂ ଦିନକୁ ଦିନ ମୃତ୍ୟୁ ସଂଖ୍ୟା କମିବା ପରିବର୍ତ୍ତେ ବଢିବାରେ ଲାଗିଛି । ଯାହା ସୂଚନା ରହିଛି ବିହାରର ମୁଜାଫରପୁରରେ ପ୍ରାୟ 145ରୁ ଅଧିକ ଶିଶୁଙ୍କ ମୃତ୍ୟୁ ହୋଇଥିବାବେଳେ ଅନେକ ଆକ୍ରାନ୍ତ ହୋଇ ଚିକିତ୍ସା ହେଉଛନ୍ତି।

ତେବେ ଏହାକୁ ନେଇ ଆରମ୍ଭ ହୋଇଯାଇଛି ରାଜନୀତି । କଂଗ୍ରେସ ମୁଖପାତ୍ର ରଣଦୀପ ସୁର୍ଜେୱାଲା ଏନେଇ ରାଜ୍ୟ ସରକାର ଉପରେ ଜୋରଦାର ବର୍ଷିଛନ୍ତି । ସେ କହିଛନ୍ତି କି , କେବଳ ନୀତିଶ ନୁହଁନ୍ତି ଉଭୟ ମେଣ୍ଟ ସରକାର ଶିଶୁ ମୃତ୍ୟୁ ରୋକିବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି । ତେବେ ଶନିବାର ଶ୍ରୀକ୍ରିଷ୍ଣା ମେଡିକାଲ କଲେଜ ପଛପଟୁ ଉଦ୍ଧାର ହୋଇଥିବା ମଣିଷ କଙ୍କାଳକୁ ନେଇ ବି ସେ ଟ୍ୱିଟ କରିଛନ୍ତି ।

ସେ କହିଛନ୍ତି, ଏସବୁ ଘଟଣା ପାଇଁ ସରକାର ସମ୍ପୂର୍ଣ୍ଣ ରୂପେ ଦାୟୀ । ଶିଶୁମାନଙ୍କ ଯନ୍ତ୍ରଣାର ଚିତ୍କାର ଏମେଣ୍ଚ ସରକାର କାନରେ ପଡୁନି । କାରଣ ସରକାରଙ୍କ ଡବଲ ଇଞ୍ଜିନ ସରକାର ହିଁ ଏବେ ରୋଗାଗ୍ରସ୍ତ ବୋଲି ସେ ଟ୍ୱିଟ ଜରିଆରେ ନିଜର କ୍ଷୋଭପ୍ରକାଶ କରିଛନ୍ତି ।

ସୂଚନା ଯୋଗ୍ୟ, ଏବେ ନିୟନ୍ତ୍ରଣ ବାହାରେ ବିହାରରେ ଏନସେଫାଲାଇଟସ ଜ୍ୱର । ଦିନକୁ ଦିନ ଶିଶୁ ମୃତ୍ୟୁ ସଂଖ୍ୟା ବଢୁଥିବା ବେଳେ ସରକାର ଏସବୁକୁ ରୋକିବାରେ ବିଫଳ ବୋଲି କହି ବିରୋଧୀ ବି ଜୋରଦାର ଟାର୍ଗେଟ କରିଛନ୍ତି ।

Intro:Body:

ପାଟନା: ମହମାରୀ ରୂପ ନେଲାଣି ବିହାରରେ ମସ୍ତିଷ୍କ ଜ୍ବର । ଦିନକୁ ଦିନ ଏଠାରେ ଶିଶୁମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି । ସ୍ୱାସ୍ଥ୍ୟ ବିଭାଗର ସ୍ୱତନ୍ତ୍ର ଟିମ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତି ଉପରେ ନଜର ରଖିଥିଲେ ମଧ୍ୟ କିଛି ସୁଫଳ ମିଳିପାରୁନାହିଁ । ବରଂ ଦିନକୁ ଦିନ ମୃତ୍ୟୁ ସଂଖ୍ୟା ନ କମି ବଢିବାରେ ଲାଗିଛି । ଯାହା ସୂଚନା ରହିଛି ବିହାରର ମୁଜାଫରପୁରରେ ପ୍ରାୟ 145ରୁ ଅଧିକ ଶିଶୁଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଆକ୍ରାନ୍ତ ହୋଇ ଚିକିତ୍ସା ହେଉଛନ୍ତି ।

ତେବେ ଏହାକୁ ନେଇ ଆରମ୍ଭ ହୋଇଯାଇଛି ରାଜନୀତି । କଂଗ୍ରେସ ମୁଖପାତ୍ର ରଣଦୀପ ସୁର୍ଜେୱାଲା ଏନେଇ ରାଜ୍ୟ ସରକାର ଉପରେ ଜୋରଦାର ବର୍ଷିଛନ୍ତି । ସେ କହିଛନ୍ତି କେବଳ ନୀତିଶ ନୁହଁନ୍ତି ଉଭୟ ମେଣ୍ଟ ସରକାର ଶିଶୁ ମୃତ୍ୟୁ ରୋକିବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି । ତେବେ ଶନିବାର ଶ୍ରୀକ୍ରିଷ୍ଣା ମେଡିକାଲ କଲେଜ ପଛପଟୁ ଉଦ୍ଧାର ହୋଇଥିବା ମଣିଷ କଙ୍କାଳକୁ ନେଇ ବି ସେ ଟ୍ୱିଟ କରିଛନ୍ତି ।

ସେ କହିଛନ୍ତି, ଏସବୁ ଘଟଣା ପାଇଁ ସରକାର ସମ୍ପୂର୍ଣ୍ଣ ରୂପେ ଦାୟୀ । ଶିଶୁ ମାନଙ୍କ ଯନ୍ତ୍ରଣାର ଚିତ୍କାର ଏ ମେଣ୍ଚ ସରକାର କାନରେ ପଡୁନି । କାରଣ ସରକାରଙ୍କ ଡବଲ ଇଞ୍ଜିନ ସରକାର ହିଁ ଏବେ ରୋଗାଗ୍ରସ୍ତ ବୋଲି ସେ ଟ୍ୱିଟ ଜରିଆରେ ନିଜର କ୍ଷୋଭ ପ୍ରକାଶ କରିଛନ୍ତି ।

ସୂଚନା ଯୋଗ୍ୟ, ଏବେ ନିୟନ୍ତ୍ରଣ ବାହାରେ ବିହାରରେ ଏନସେଫାଲାଇଟସ ଜ୍ୱର । ଦିନକୁ ଦିନ ଶିଶୁ ମୃତ୍ୟୁ ସଂଖ୍ୟା ବଢୁଥିବା ବେଳେ ସରକାର ଏସବୁକୁ ରୋକିବାରେ ବିଫଳ ବୋଲି କହି ବିରୋଧୀ ବି ଜୋରଦାର ଟାର୍ଗେଟ କରିଛନ୍ତି ।

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.