ETV Bharat / bharat

ଟିଏସଆରଟିସି କର୍ମଚାରୀଙ୍କ ବିରୋଧରେ କଠୋର ହେଉଛନ୍ତି ତେଲେଙ୍ଗାନା ସରକାର

ତେଲେଙ୍ଗାନା ରାଜ୍ୟ ସଡକ ପରିବହନ ନିଗମ(ଟିଏସଆରଟିସି) କର୍ମଚାରୀଙ୍କ ଆନ୍ଦୋଳନ ଚତୁର୍ଥ ଦିବସରେ ପହଞ୍ଚିଛି। ଏହାକୁ ନେଇ ଉଭୟ ଟିଏସଆରଟିସି କର୍ମଚାରୀ ଓ ରାଜ୍ୟ ସରକାର ମୁହାଁମୁହିଁ ହୋଇଛନ୍ତି। ସେପଟେ ଆନ୍ଦୋଳନକୁ ନେଇ ରାଜ୍ୟ ସରକାର ବେଶ କଠୋର ହୋଇ ଉଠିଛନ୍ତି। ଆନ୍ଦୋଳନରତ କର୍ମଚାରୀଙ୍କୁ ପୁନର୍ବାର ଚାକିରିରେ ଯୋଗ ଦେବାକୁ ଦିଆଯିବ ନାହିଁ ବୋଲି କହିଛନ୍ତି ତେଲେଙ୍ଗାନ ମୁଖ୍ୟମନ୍ତ୍ରୀ।

author img

By

Published : Oct 7, 2019, 2:32 PM IST

ଫଟୋ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ

ହାଇଦ୍ରାବାଦ: ଗତ ଶୁକ୍ରବାର ଠାରୁ ତେଲଙ୍ଗାନା ରାଜ୍ୟ ସଡ଼କ ପରିବହନ ନିଗମ(ଟିଏସଆରଟିସି)ର କର୍ମଚାରୀ ଅନିର୍ଦ୍ଦିଷ୍ଟ କାଳ ପାଇଁ ଆନ୍ଦୋଳନରେ ବସିଛନ୍ତି । ସେପଟେ ଆନ୍ଦୋଳନରତ କର୍ମଚାରୀଙ୍କ ପ୍ରତି ରାଜ୍ୟ ସରକାର କଠୋର ହୋଇ ଉଠିଛନ୍ତି। ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ କହିଛନ୍ତି ଯେ, ଆନ୍ଦୋଳନରତ କର୍ମଚାରୀଙ୍କୁ କାର୍ଯ୍ୟରେ ଯୋଗଦେବା ପାଇଁ ନିର୍ଦ୍ଦିଷ୍ଟ ସମୟସୀମା ଦିଆଯାଇଥିଲା । ମାତ୍ର ଯେଉଁମାନେ କାର୍ଯ୍ୟରେ ଯୋଗ ଦେଇନାହାଁନ୍ତି, ସେମାନଙ୍କୁ ପୁନର୍ବାର କାର୍ଯ୍ୟରେ ଯୋଗ ଦେବାକୁ ଦିଆଯିବ ନାହିଁ ବୋଲି ସେ କହିଛନ୍ତି।

ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ନିଗମ ପକ୍ଷରୁ ଦାବିକୁ ମଧ୍ୟ ସରକାର ଖାରଜ କରିଛନ୍ତି। ବର୍ତ୍ତମାନ ଟିଏସଆରଟିସି ଭୟଙ୍କର କ୍ଷତିରେ ଗତି କରୁଛି। ଟିଏସଆରଟିସି ମାସକୁ ପାଖାପାଖି 12 ଶହ କୋଟି ଟଙ୍କାର କ୍ଷତି ସହୁଛି । ଏହା ସହିତ ସରକାର ଏଥିପାଇଁ 5 ହଜାର କୋଟି ଟଙ୍କା ମଧ୍ୟ ଋଣ କରିଛନ୍ତି । ଏଭଳି ସ୍ଥିତିରେ ଏହି ନିଗମକୁ ସରକାରୀ ମାନ୍ୟତା ଦେବା ନିହାତି ଭାବେ ମୁର୍ଖତାର ପରିଚୟ ହେବ ବୋଲି ମୁଖ୍ୟମନ୍ତ୍ରୀ ଜଣାଇଛନ୍ତି।

ଅଧିକାଂଶ ସମୟରେ ଏହି ନିଗମ ପକ୍ଷରୁ ବିଭିନ୍ନ ବ୍ଲାକମେଲ, ରଣନୀତି, ଅନୁଶାସନହୀନ ଏବଂ ମୁଣ୍ଡବିନ୍ଧାଉଥିବା ଭଳି କାର୍ଯ୍ୟର ଖୁବ ଶୀଘ୍ର ଅନ୍ତ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଏହା ସହିତ ବର୍ତ୍ତମାନ ସମୟରେ ପରିବହନ ପାଇଁ 25 ଶହ ବେସରକାରୀ ବସ ସାମୟିକ ସମୟ ପାଇଁ ଚଳାଚଳ କରିବାକୁ ପରିବହନ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ । ଏହା ସହିତ ଟିଏସଆରଟିସି ସ୍ବଭାବିକ ଭାବେ କାର୍ଯ୍ୟକ୍ଷମ ହେବା ପାଇଁ ସେ ପରିବହନ ବିଭାଗକୁ 15 ଦିନ ସମୟ ଦେଇଛନ୍ତି।

ବର୍ତ୍ତମାନ ପାର୍ବଣ ସମୟରେ ଟିଏସଆରଟିସି କର୍ମଚାରୀ ଏଭଳି ଆନ୍ଦୋଳନ କରି ନିଜ ପାଇଁ ବିପଦ ଠିଆ କରିଛି । ଏହି ସମୟରେ ଯେଉଁମାନେ ଆନ୍ଦୋଳନ କରିଛନ୍ତି, ସେମାନଙ୍କ ବିପକ୍ଷରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ଏହା ସହିତ ଟିଏସଆରଟିସିକୁ ସ୍ବାଭାବିକ କରିବା ପାଇଁ ନୂତନ କର୍ମଚାରୀଙ୍କୁ ଖୁବ ଶୀଘ୍ର ନିଯୁକ୍ତି ଦିଆଯିବ। ଏହା ସହିତ ସେମାନେ ଯେପରି କୌଣସି ସଙ୍ଗଠନରେ ସାମିଲ ନ ହୁ୍ଅନ୍ତି, ସେଥିପାଇଁ ଚୁକ୍ତି ମଧ୍ୟ କରାଯିବ।

ଟିଏସଆରଟିସି ଆନ୍ଦୋଳନ

ଏନେଇ ଏକ ପ୍ରଶାସନିକ ସ୍ତରରେ ଏକ କମିଟି ଗଠନ କରିବାକୁ ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ରାଓ ନିର୍ଦ୍ଦେଶ ଦେଇଛନ୍ତି। ଏହି କମିଟି ସମସ୍ତ କାର୍ଯ୍ୟର ତଦାରଖ କରିବା ସହିତ ରିପୋର୍ଟ ମଧ୍ୟ ପ୍ରଦାନ କରିବ। ସେ ଆହୁରି ମଧ୍ୟ କହିଛନ୍ତି ଯେ, ଟିଏସଆରଟିସି ଏକ ଲାଭଦାୟକ ଅନୁଷ୍ଠାନ ହୋଇପାରିବ । ଖୁବ କମ ଦିନ ମଧ୍ୟରେ ଏହି ଅନୁଷ୍ଠାନରୁ ଲାଭ ବାହାରି ପାରିବ। କୌଣସି ପରିସ୍ଥିତିରେ ଏହା କ୍ଷତିର ସମ୍ମୁଖିନ ହୋଇପାରିବ ନାହିଁ । ତେବେ ଏଥି ପାଇଁ କିଛି ସମୟ ଲାଗିପାରେ । କେବଳ ଯାତ୍ରୀ ପରିବହନ ନୁହେଁ, ମାଲ ପରିବହନ କ୍ଷେତ୍ରରେ ମଧ୍ୟ ଲାଭ ମିଳିପାରିବ ବୋଲି ସେ କହିଛନ୍ତି।

ସେପଟେ ଏନେଇ ସରକାରୀ ଓକିଲ ମାନ୍ୟବର କୋର୍ଟକୁ ଜଣାଇଛନ୍ତି ଯେ, ଯାତ୍ରୀଙ୍କ ସମସ୍ୟାର ସମାଧାନ ପାଇଁ ବିକଳ୍ପ ବ୍ୟବସ୍ଥା କରାଯାଇଛି । ଯାତ୍ରୀ, ଏହି ଆନ୍ଦୋଳନ ସମୟରେ ଯେପରି କୌଣସି ସମସ୍ୟାରେ ନ ପଡ଼ନ୍ତି ସେଥିପାଇଁ ବସର ବ୍ୟବସ୍ଥା କରାଯାଇଛି ବୋଲି ସରକାରୀ ଓକିଲ କହିଛନ୍ତି । ଏନେଇ ଗଠିତ ଖଣ୍ଡପୀଠ ତେଲେଙ୍ଗାନା ସରକାରଙ୍କୁ ଆସନ୍ତା 10 ତାରିଖ ସୁଦ୍ଧା ଏକ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଟିଏସଆରଟିସିକୁ ସରକାରୀ ମାନ୍ୟତା, କର୍ମଚାରୀଙ୍କୁ ସରକାରୀ ପାହ୍ୟା ଏବଂ ଅନ୍ୟାନ୍ୟ ପଦରେ ନିଯୁକ୍ତି ପାଇଁ ଏଥିରେ କାର୍ଯ୍ୟରତ କର୍ମଚାରୀ ଗତ ଶୁକ୍ରବାର ରାତି 12ଟାରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଏନେଇ ଟିଏସଆରଟିସିର ଯୁଗ୍ନ କାର୍ଯ୍ୟକାରୀ କମିଟି(JAC) ସରକାରଙ୍କ ଦ୍ବାରା ଗଠିତ କମିଟି ସହିତ ଆଲୋଚନା ମଧ୍ୟ କରିଥିଲା । ମାତ୍ର ସରକାର ଏଥିରେ ରାଜି ନହେବାରୁ ଆନ୍ଦୋଳନ ଡକରା ଦେଇଛି ଟିଏସଆରଟିସି । ଏହି ଆନ୍ଦୋଳନରେ ପାଖାପାଖି 50 ହଜାର କର୍ମଚାରୀ ସାମିଲ ହୋଇଛନ୍ତି । ୟାହା ବର୍ତ୍ତମାନ ସମଗ୍ର ତେଲେଙ୍ଗାନାକୁ ବ୍ୟାପିବାରେ ଲାଗିଛି । ଏପରିକି ରବିବାର ଆନ୍ଦୋଳନ କର୍ମଚାରୀମାନେ ଏକ ରାଲି ବାହାର କରିଥିବା ଜଣାପଡ଼ିଛି।

Intro:Body:

PRABHU

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.