ETV Bharat / bharat

ଗୁଗୁଲ ଡୁଡୁଲରେ ସ୍ଥାନ ପାଇଲେ ପିଏଚଡି କରିଥିବା ପ୍ରଥମ ମହିଳା - Google

ଆଜି ଗୁୁଗୁଲ ଡୁଡୁଲରେ ସ୍ଥାନ ପାଇଛି ପିଏଚଡି ଡିଗ୍ରୀ ହାସଲ କରିଥିବା ବିଶ୍ବର ପ୍ରଥମ ମହିଳା ଏଲେନା କୋରନାରୋ ପିସକୋପିଆଙ୍କ ଚିତ୍ର ।

ଫଟୋ ସୌଜନ୍ୟ: ଗୁଗୁଲ
author img

By

Published : Jun 5, 2019, 2:18 PM IST

Updated : Jun 5, 2019, 3:20 PM IST

ଆଜି ଗୁଗୁଲ ଡୁଡୁଲରେ ସ୍ଥାନ ପାଇଛି ଇଟାଲିଆନ ଦାର୍ଶନିକ ଓ ଧର୍ମଶାସ୍ତ୍ରୀ ଏଲେନା କୋରନାରୋ ପିସକୋପିଆ । ଏଲେନା ଇଟାଲୀର ଭେନିସରେ ଜୁନ 5 ତାରିଖ 1646 ମସିହାରେ ଜନ୍ମ ଗ୍ରହଣ କରିଥିଲେ । ସେ ହେଉଛନ୍ତି ପ୍ରଥମ ମହିଳା ଯିଏକି 32 ବର୍ଷ ବୟସରେ ପିଏଚଡି କରିଥିଲେ । କୁହାଯାଏ ସେ ନିଜ ଜୀବନକାଳ ଭିତରେ ଅନେକ ଭାଷା, ବିଷୟ ଓ ସଙ୍ଗୀତରେ ସେ ଦକ୍ଷତା ହାସଲ କରିଥିଲେ । ତେବେ ଏଲେନା ଲଉରେଲର ଏକ ମାଳା ମୁଣ୍ଡରେ ଲଗାଇଥିବାବେଳେ, ସେ ଆଙ୍ଗୁଠିରେ ଏକ ସୁନା ମୁଦି ପିନ୍ଧିଛନ୍ତି ଓ ହାତରେ ଏକ ବହି ଧରିବାର ଚିତ୍ର ଗୁଗୁଲ ଡୁଡୁଲରେ ନଜର ଆସିଛି ।

ଏଲେନାଙ୍କୁ ଯେତବେଳେ 7 ବର୍ଷ ବୟସ ହୋଇଥିଲା ତାଙ୍କ ପ୍ରତିଭା ବିଷୟରେ ତାଙ୍କ ବାପା ଜାଣିବାକୁ ପାଇଥିଲେ । ଏଲେନା ଇଟାଲି ବ୍ୟତୀତ ହିବ୍ରୁ, ସ୍ପାନିସ, ଫ୍ରେଞ୍ଚ ଓ ଆରବୀ ଭାଷା ଜାଣିଥିଲେ । ଏହାସହ ଏଲେନା କୋରନାରୋ ପିସକୋପିଆ ହାର୍ପସିକୋର୍ଡ, କ୍ଲାଭିକୋର୍ଡ, ବିଣା ଓ ଭାୟୋଲିନ ବଜାଇବା ଶିଖିଥିଲେ । ସେ ଗଣିତରେ ଅଧ୍ୟୟନ କରିଥିବାବେଳେ ତାଙ୍କର ରୁଚି କିନ୍ତୁ ଧର୍ମଶାସ୍ତ୍ର ଓ ଦର୍ଶନ ଶାସ୍ତ୍ରରେ ଥିଲା । ଏଲେନା 1672ରେ ଭେନିସ ବିଶ୍ବବିଦ୍ୟାଳୟରେ ଏକେଡେମିୟା ଦେଇ ପେସିଫିକରେ ଅଧ୍ୟକ୍ଷ ହେବା ପରେ ପଡୁଆ ବିଶ୍ବବିଦ୍ୟାଳୟରେ ଦାଖଲ ହୋଇଥିଲେ ।

ବିଶ୍ବବିଦ୍ୟାଳୟରେ ଦାଖଲ ହେବାପରେ ସେ ଡକ୍ଟର ଅଫ ଥିୟୋଲୋଜି(ଭଗବାନ ଓ ଭକ୍ତି, ଶ୍ରଦ୍ଧା ପାଠ୍ୟକ୍ରମ) ପାଇଁ ଆବେଦନ କରିଥିଲେ । କିନ୍ତୁ ସେ ଜଣେ ମହିଳା ହୋଇଥିବାବରୁ ଚର୍ଚ୍ଚ ଅଧିକାରୀ ତାଙ୍କୁ ଉପାଧି ଦେବାପାଇଁ ମନାକରିଦେଇଥିଲେ । ଏହାପରେ ସେ ତାଙ୍କ ପିତାଙ୍କ ସହଯୋଗରେ ଡକ୍ଟର ଅଫ ଫିଲୋସୋଫି ପାଇଁ ଆବେଦନ କଲେ । ଏହାପରେ ତାଙ୍କର ମୌଖିକ ପରୀକ୍ଷା ବହୁତ ଭଲ ହୋଇଥିଲା । ଯେଉଁଥିପାଇଁ ତାଙ୍କୁ ପିଏଚଡି କରିବାରେ ବାଟ ଖୋଲିଯାଇଥିଲା । ଏହାପରେ ସେ ଡକ୍ଟର ଉପାଧି ଲାଭ କରିଥିଲେ ।

Intro:Body:

dgss

Conclusion:
Last Updated : Jun 5, 2019, 3:20 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.