ETV Bharat / bharat

ନିର୍ବାଚନ ପୂର୍ବରୁ ଜବତ ହେଲାଣି ୨୪ ଶହ କୋଟି - black money

ନୂଆ ରିପୋର୍ଟ ଅନୁସାରେ ଗତ ୧୦ଦିନରେ ୧୦୦୦ କୋଟି ଟଙ୍କାର ସାମଗ୍ରୀ ଜବତ କରିଛି ନିର୍ବାଚନ ଆୟୋଗ । ଯେଉଁଥିରେ ନଗଦ ଟଙ୍କା, ମଦ, ନିଶା ଜାତୀୟ ଦ୍ରବ୍ୟ ଡ୍ରଗ୍ସ ଓ ନାର୍କୋଟିକ୍ସ, ସୁନା ଓ ବିଲାସମୟ ହୋଟେଲରେ ମଜାମସ୍ତି କରିବା ସାମିଲ ରହିଛି । ଏହାର ସୂଚନା ନିର୍ବାଚନ ଆୟୋଗ ତରଫରୁ ଜାରି କରାଯାଇଛି ।

ଫାଇଲ ଫଟୋ
author img

By

Published : Apr 12, 2019, 11:51 PM IST

ନୂଆଦିଲ୍ଲୀ: ସାଧାରଣ ନିର୍ବାଚନକୁ ଶାନ୍ତି ଶୃଙ୍ଖଳା ସହ ପରିଚାଳନା କରିବା ପାଇଁ ଲାଗିପଡିଛି ଜାତୀୟ ନିର୍ବାଚନ ଆୟୋଗ । ନଗଦ ଟଙ୍କା, ବେଆଇନ ମଦ ଓ ନିଶା ଦ୍ରବ୍ୟ ଉପରେ ଅଙ୍କୁଶ ଲଗାଇବା ପାଇଁ ନିର୍ବାଚନ ଆୟୋଗ ତରଫରୁ ନିଆଯାଉଛି ପଦକ୍ଷେପ । ଚଳିତ ନିର୍ବାଚନରେ ଆୟୋଗ ଏହା ବାବଦକୁ ପ୍ରାୟ ୨୪୨୬.୪୮ କୋଟି ଟଙ୍କାର ସାମଗ୍ରୀ ଜବତ କରିଛି ।

୧୦ ଦିନ ପୂର୍ବେ ଏହାର ମୂଲ୍ୟ ପ୍ରାୟ ୧୪ ଶହ କୋଟି ଟଙ୍କା ଥିଲା । ନୂଆ ରିପୋର୍ଟ ଅନୁସାରେ ଗତ ୧୦ଦିନରେ ୧୦୦୦ କୋଟି ଟଙ୍କାର ସାମଗ୍ରୀ ଜବତ କରାଯାଇଛି । ଯେଉଁଥିରେ ନଗଦ ଟଙ୍କା, ମଦ, ନିଶା ଜାତୀୟ ଦ୍ରବ୍ୟ ଡ୍ରଗ୍ସ ଓ ନାର୍କୋଟିକ୍ସ, ସୁନା ଓ ବିଲାସମୟ ହୋଟେଲରେ ମଜାମସ୍ତି କରିବା ସାମିଲ ରହିଛି । ଏହାର ସୂଚନା ନିର୍ବାଚନ ଆୟୋଗ ତରଫରୁ ଜାରି କରାଯାଇଛି ।

ରିପୋର୍ଟ ଅନୁସାରେ ଗୁଜୁରାଟରେ ସର୍ବାଧିକ ୫୧୪ କୋଟି ଟଙ୍କାର ସାମଗ୍ରୀ ଜବତ ହୋଇଛି । ସେହିପରି ଗୁଜୁରାଟ ଉପକୂଳବର୍ତ୍ତୀ ଅଞ୍ଚଳରେ ୧୦୦ କିଲୋଗ୍ରାମ ନିଶା ଦ୍ରବ୍ୟ ଜବତ କରାଯାଇଥିଲା । ଯାହାର ମୂଲ୍ୟ ୫୦୦ କୋଟି ବୋଲି ଅନୁମାନ କରାଯାଉଛି । ଦ୍ବିତୀୟ ସ୍ଥାନରେ ତାମିଲନାଡୁ ୪୭୨.୬୭ କୋଟି, ତୃତୀୟ ସ୍ଥାନରେ ଦେଶର ରାଜଧାନୀ ଦିଲ୍ଲୀରୁ ୩୮୭.୬୪ କୋଟିର ସାମଗ୍ରୀ ଜବତ କରାଯାଇଛି ।

ସେହିପରି ଆନ୍ଧ୍ର ପ୍ରଦେଶରୁ ୨୧୨.୭୨ କୋଟି, ପଞ୍ଜାବରୁ ୧୯୦ କୋଟି, ୟୁପିରୁ ୧୫୮.୭ କୋଟି ଓ ମହାରାଷ୍ଟ୍ରରୁ ଶହେ କୋଟିର ସାମଗ୍ରୀ ଜବତ କରାଯାଇଛି । ଜବତ ସାମଗ୍ରୀ ମଧ୍ୟରୁ ୬୦୭.୦୩ କୋଟି ଟଙ୍କା ହେଉଛି ନକଦ, ୯୭.୭୬ ଲିଟିର ମଦ ଯାହାର ମୂଲ୍ୟ ୧୯୮.୭୧ କୋଟି ଟଙ୍କା ଓ ୧୦୯୧.୬୭ କୋଟି ଟଙ୍କାର ମାଦକ ଦ୍ରବ୍ୟ ଜବତ ହୋଇଛି ।

Intro:Body:

ddghd

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.