ETV Bharat / bharat

ନିର୍ବାଚନ ଘଡିରେ ଜବତ ହେଲାଣି ୩ ହଜାର କୋଟିରୁ ଊର୍ଦ୍ଧ୍ବ ସାମଗ୍ରୀ

ଦେଶସାରା ଚଢାଉ କରି କଳାଟଙ୍କା, ମଦ ଓ ଅସ୍ତ୍ରଶସ୍ତ୍ର ଆଦି ଜବତ କରୁଛି ଫ୍ଲାଇଂସ୍କାର୍ଡ ଟିମ । ଏପ୍ରିଲ ୨୪ ଯାଏଁ ସାରାଦେଶରୁ ସର୍ବମୋଟ ୩୧୫୨.୫୪ କୋଟି ଟଙ୍କାର ସାମଗ୍ରୀ ଜବତ କରାଯାଇଛି । ଏନେଇ ନିର୍ବାଚନ କମିଶନ ସୂଚନା ଦେଇଛନ୍ତି ।

author img

By

Published : Apr 25, 2019, 8:38 PM IST

ଫାଇଲ ଫଟୋ

ନୂଆଦିଲ୍ଲୀ: ସାଧାରଣ ନିର୍ବାଚନକୁ ଶାନ୍ତି ଶୃଙ୍ଖଳା ସହ ପରିଚାଳନା କରିବା ପାଇଁ ବିଭିନ୍ନ ପଦକ୍ଷେପ ନିର୍ବାଚନ କମିଶନଙ୍କ ତରଫରୁ ନିଆଯାଉଛି । ଦେଶସାରା ଚଢାଉ କରି କଳାଟଙ୍କା, ମଦ ଓ ଅସ୍ତ୍ରଶସ୍ତ୍ର ଆଦି ଜବତ କରୁଛି ଫ୍ଲାଇଂ ସ୍କାର୍ଡ ଟିମ । ଏପ୍ରିଲ ୨୪ ଯାଏଁ ସାରାଦେଶରୁ ସର୍ବମୋଟ ୩୧୫୨.୫୪ କୋଟି ଟଙ୍କାର ସାମଗ୍ରୀ ଜବତ କରାଯାଇଛି । ଏନେଇ ନିର୍ବାଚନ ଆୟୋଗ ସୂଚନା ଦେଇଛନ୍ତି ।

୨୦୧୪ ସାଧାରଣ ନିର୍ବାଚନ ବେଳେ ଆୟୋଗ ସର୍ବମୋଟ ୧୨ ଶହ କୋଟି ଟଙ୍କାର ସାମଗ୍ରୀ ଜବତ କରିଥିଲା । ଅର୍ଥାତ ୨୦୧୯ ନିର୍ବାଚନର ୩ଟି ପର୍ଯ୍ୟାୟରେ ଜବତ କରାଯାଇଥିବା ସାମଗ୍ରୀର ମୂଲ୍ୟ ୨୦୧୪ର ନିର୍ବାଚନ ଠାରୁ ଅଧିକ ରହିଛି । ବର୍ତ୍ତମାନ ଯାଏ ଆୟୋଗ ୭୪୨ କୋଟି ନଗଦ ଟଙ୍କା ଜବତ କରିଛି । ଅନ୍ୟପକ୍ଷେ ୨୦୧୪ରେ ୩୦୪ କୋଟି ନଗଦ ଟଙ୍କା ଜବତ ହୋଇଥିଲା ।

ନିର୍ବାଚନ ଆୟୋଗ ଏପ୍ରିଲ ୨୪ ଯାଏଁ ଯେଉଁ ସାମଗ୍ରୀ ଜବତ କରିଛି, ସେଗୁଡିକ ମଧ୍ୟରୁ ୭୪୨.୨୮ କୋଟି ନଗଦ ଟଙ୍କା, ୨୩୮.୮୭ କୋଟି ମୂଲ୍ୟର ମଦ, ୧୧୮୦.୭୯ କୋଟି ଟଙ୍କାର ଡ୍ରଗ୍ସ/ ନାରକୋଟିକ୍ସ, ୯୪୨.୯୫ କୋଟି ଟଙ୍କାର ସୁନା ଓ ମୂଲ୍ୟବାନ ଧାତୁ ଓ ୪୭.୬୩ କୋଟି ଟଙ୍କାର ନିର୍ବାଚନୀ ଉପହାର ଓ ଅନ୍ୟାନ୍ୟ ଦ୍ରବ୍ୟ ସାମିଲ ଅଛି ।

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.