ନୂଆଦିଲ୍ଲୀ: "ମେଁ ଭି ଚୌକିଦାର" କାର୍ଯ୍ୟକ୍ରମ ନେଇ ଦୂରଦର୍ଶନକୁ ନୋଟିସ ଜାରି କଲା ନିର୍ବାଚନ କମିସନ । ନିର୍ବାଚନ ଆଚରଣ ବିଧି ଲାଗୁ ସମୟରେ କିଭଳି ସରକାରୀ କାର୍ଯ୍ୟକ୍ରମକୁ ପ୍ରସାରଣ କରାଗଲା । ସେନେଇ ନୋଟିସ ଜାରି କରିଛି କମିଶନ । ଏହା ପୂର୍ବରୁ ନମୋ ଆପକୁ ଆପତ୍ତି ଜଣାଇ ସୂଚନା ପ୍ରସାରଣ ମନ୍ତ୍ରାଳୟକୁ ନୋଟିସ ଜାରି କରିଥିଲା କମିଶନ ।
ନିର୍ବାଚନ ଯେତିକି ପାଖେଇ ଆସୁଛି ସେତିକି ଶକ୍ତ ହେଉଛି ନିର୍ବାଚନ କମିଶନ । ପ୍ରଧାନମନ୍ତ୍ରୀଙ୍କ ନମୋ ଆପ ଓ "ମେଁ ଭି ଚୌକିଦାର" ପ୍ରସାରଣକୁ ପ୍ରଶ୍ନ କରିବା ସହ ଜବାବ ମାଗିଛି କମିଶନ । ସୂଚନାଯୋଗ୍ୟ, 31 ମାର୍ଚ୍ଚରେ ବିଜେପିର "ମେଁ ଭି ଚୌକିଦାର" କ୍ୟାମ୍ପେନ ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 500 ସ୍ଥାନରେ ସିଧାସଳଖ ଜନତାଙ୍କୁ ସମ୍ବୋଧିତ କରିଥିଲେ । ପ୍ରଧାନମନ୍ତ୍ରୀଙ୍କ ଏହି କାର୍ଯ୍ୟକ୍ରମ ତାଳକଟୋରା ଷ୍ଟାଡିୟମରେ ଅନୁଷ୍ଠିତ ହୋଇଥିବା ବେଳେ ଏହାର ପ୍ରସାରଣ ରେଡିଓ, ଟିଭି ଓ ସୋସିଆଲ ମିଡିଆରେ କରାଯାଇଥିଲା ।
ସେପଟେ, ଲୋକସଭା ନିର୍ବାଚନ ପୂର୍ବରୁ କାହିଁକି ନମୋ ଆପକୁ ଚ୍ୟାନେଲକୁ ଲଞ୍ଚ କରାଯାଇଛି ବୋଲି ସୂଚନା ପ୍ରସାରଣ ମନ୍ତ୍ରଣାଳୟକୁ ପ୍ରଶ୍ନ କରିଥିଲା କମିଶନ । ତେବେ ନିର୍ବାଚନ କମିଶନଙ୍କୁ ଉତ୍ତର ଦେବାକୁ ଯାଇ ନମୋ ଆପ କୌଣସି ନ୍ୟୁଜ ଚ୍ୟାନେଲ ନୁହେଁ ଏହା ଏକ ବିଜ୍ଞାପନ । ଏହା ଦ୍ବାରା ମୋଦିଙ୍କ ସମସ୍ତ ରାଲି ଓ ପ୍ରଚାର ପ୍ରସାରିତ କରାଯାଉଛି ।
ବିରୋଧୀ କଂଗ୍ରେସ ଓ ଆମ ଆଦମି ପାର୍ଟି ଏହି ପ୍ରସଙ୍ଗରେ ନିର୍ବାଚନ କମିଶନଙ୍କ ନିକଟରେ ଅଭିଯୋଗ ଆଣିଥିଲେ । ବିଜେପି ଏହି ଟିଭି ଚ୍ୟାନେଲକୁ ଚଳାଉଥିବା ଆମ ଆଦମି ପାର୍ଟି ଚିଠି ଲେଖି ନିର୍ବାଚନ କମିଶନଙ୍କୁ ଚିଠି ଲେଖିଥିଲେ ।