ETV Bharat / bharat

ଆଜି ହୋଇପାରେ ଲୋକସଭା ନିର୍ବାଚନର ଘୋଷଣା

ରବିବାର ସନ୍ଧ୍ୟା 5ଟା ରେ ନିର୍ବାଚନ ଆୟୋଗର ସାମ୍ବାଦିକ ସମ୍ମିଳନୀ । ଘୋଷଣା ହେବ ଲୋକସଭା ନିର୍ବାଚନର ତାରିଖ । ଦିଲ୍ଲୀର ବିଜ୍ଞାନ ଭବନରେ ଆୟୋଜିତ ହେବ ଏହି ସାମ୍ବାଦିକ ସମ୍ମିଳନୀ ।

author img

By

Published : Mar 10, 2019, 1:25 PM IST

Updated : Mar 10, 2019, 1:37 PM IST

ପ୍ରତିକାତ୍ମକ ଫଟୋ

ନୂଆଦିଲ୍ଲୀ: ଆଜି ହୋଇପାରେ ଲୋକସଭା ନିର୍ବାଚନର ତାରିଖ ଘୋଷଣା । ନିର୍ବାଚନ ଆୟୋଗ ତରଫରୁ ରବିବାର ସନ୍ଧ୍ୟା 5ଟା ସମୟରେ ଏକ ସାମ୍ବାଦିକ ସମ୍ମିଳନୀ ଡକାଯାଇଛି । ଦିଲ୍ଲୀର ବିଜ୍ଞାନ ଭବନରେ ଆୟୋଜିତ ହେବାକୁ ଥିବା ଏହି ସାମ୍ବାଦିକ ସମ୍ମିଳନୀରେ ଆୟୋଗ ନିର୍ବାଚନ ତାରିଖ ଘୋଷଣା କରିବେ ବୋଲି ଆଶଙ୍କା ପ୍ରକାଶ ପାଇଛି ।

ତେବେ 2019 ଲୋକସଭା ନିର୍ବାଚନ ସହ ଓଡିଶା, ଆନ୍ଧ୍ରପ୍ରଦେଶ, ସିକ୍କିମ ଏବଂ ଅରୁଣାଚଳ ପ୍ରଦେଶରେ ମଧ୍ୟ ଏକକାଳୀନ ବିଧାନସଭା ନିର୍ବାଚନ ହେବାର ସମ୍ଭାବନା ରହିଛି । ତେଣୁ ନିର୍ବାଚନ ଆୟୋଗ ଏହି 4 ରାଜ୍ୟର ନିର୍ବାଚନ ତାରିଖ ମଧ୍ୟ ଆଜି ଘୋଷଣା କରିପାରନ୍ତି ବୋଲି ସୂଚନା ରହିଛି ।

ସାଧାରଣ କ୍ଷେତ୍ରରେ ରବିବାର ଦିନ ନିର୍ବାଚନ ତାରିଖ ଘୋଷଣା ହୋଇନଥାଏ । କିନ୍ତୁ ଚଳିତ ବର୍ଷ ନିର୍ବାଚନ ଆୟୋଗ ଘୋଷଣା ପାଇଁ ରବିବାର ଦିନକୁ ହିଁ ଚୟନ କରିଛନ୍ତି ।

ଆଜି ବିଜୁଜନତା ଦଳରେ ଯୋଗଦେଇଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ  ତଥା କଂଗ୍ରେସ ନେତା ହେମାନନ୍ଦ ବିଶ୍ଵାଳ ଙ୍କ ଝିଅ ସୁନିତା ବିଶ୍ବାଳ ।ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଉପସ୍ଥିତ ରେ ଶଙ୍ଖ ଧରିଛନ୍ତି ସୁନିତା ।ଏହା ସହ ସଚିଦାନନ୍ଦ ମହାକୁଡ଼ ,ରାଜକିଶୋର ଦାସ ପ୍ରମୁଖ ଯୋଗଦାନ କରିଛନ୍ତି ।ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଏମାନଙ୍କ ଯୋଗଦାନ ପାର୍ଟିକୁ ମଜୁଭୁତ କରିବ ।ମୁଁ ସେମାନଙ୍କ ଦଳକୁ ସ୍ଵାଗତ କରୁଛି ।ସୁନିତା କହିଛନ୍ତି ଯେ ମହିଳା ମାନଙ୍କ  ପାଇଁ ,କୃଷକମାନଙ୍କ ପାଇଁ କାର୍ଯ୍ୟ ଓ ବିକାଶ ପାଇଁ ନବୀନ କାର୍ଯ୍ୟ ଶୈଳୀ ରେ ଅନୁପ୍ରାଣିତ ହୋଇ ବିଜେଡି ରେ ଯୋଗଦେଇଛି ।ଦଳ ଯେଉଁ ଦାଇତ୍ଵ ଦେବ ତାହା କରିବି । ବିଜେଡି ରେ ଯୋଗଦାନ ମୋର ବ୍ୟାକ୍ତିଗତ  ନିଷ୍ପତ୍ତି ବୋଲି କହିଛନ୍ତି ।
Last Updated : Mar 10, 2019, 1:37 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.