ETV Bharat / bharat

ବିହାର ବିଧାନସଭା ନିର୍ବାଚନ; 3 ଦିନ ମଧ୍ୟରେ ବିସ୍ତୃତ ଗାଇଡ ଲାଇନ

author img

By

Published : Aug 18, 2020, 10:11 PM IST

ବିହାର ବିଧାନସଭା ନିର୍ବାଚନକୁ ନେଇ ପ୍ରସ୍ତୁତି ଯୋରଦାର ହୋଇଛି । ନିର୍ବାଚନ ଆୟୋଗ ବ୍ୟାପକ ପଦକ୍ଷେପ ପ୍ରସ୍ତୁତିରେ ଲାଗିଛନ୍ତି । ରାଜ୍ୟରେ ରାଜନୈତିକ ଦଳ ମଧ୍ୟ ପ୍ରସ୍ତୁତିକୁ ବ୍ୟାପକ କଲେଣି । କେବେ ହେବ ନିର୍ବାଚନ ତାରିଖ ଘୋଷଣା ପଢନ୍ତୁ ସମ୍ପୂର୍ଣ୍ଣ ଖବର...

Election commission india
Election commission india

ନୂଆଦିଲ୍ଲୀ: କରୋନା ସଂକଟ ମଧ୍ୟରେ ବିହାର ବିଧାନସଭା ନିର୍ବାଚନ ହେବା ସ୍ପଷ୍ଟ ହୋଇଛି । ଚଳିତ ବର୍ଷ ଶେଷ ସୁଦ୍ଧା ରାଜ୍ୟରେ ବିଧାନସଭା ନିର୍ବାଚନ ହେବ । ଏଥିପାଇଁ ରାଜନୈତିକ ଦଳ ଗୁଡିକ ନିଜ ନିଜ ସ୍ତରରେ ପ୍ରସ୍ତୁତି ଯୋରଦାର କଲେଣି । ନିର୍ବାଚନ କମିଶନ ମଧ୍ୟ ଆସନ୍ତା 3 ଦିନ ମଧ୍ୟରେ ସମସ୍ତ ଗାଇଡ ଲାଇନ ପ୍ରସ୍ତୁତ କରିବେ । ନିର୍ବାଚନ ଆୟୋଗ ସୂଚନା ଦେଇ କହିଛନ୍ତି ଆଗାମୀ 3 ଦିନ ମଧ୍ୟରେ ରାଜ୍ୟରେ ବିଧାନସଭା ନିର୍ବାଚନକୁ ନେଇ ବିସ୍ତୃତ ନିୟମ , ପ୍ରଚାର , ଭୋଟ ଦାନ, ଭୋଟ ଗଣତି କିଭଳି ହେବ ସମସ୍ତ ନିୟମାବଳୀ ଜାରି ହେବ ।

ବିହାର ବିଧାନସଭା ଏତିକି ବେଳେ ହେବାକୁ ଯାଉଛି ଯେତେବେଳେ ଦେଶରେ କରୋନାର କଳା ବାଦଲ ଢାଙ୍କି ରହିଛି । ବିହାର ନିର୍ବାଚନକୁ ନେଇ ଆଜି ( ମଙ୍ଗଳବାର) ନିର୍ବାଚନ ଆୟୋଗ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ କରିଥିଲେ । ଏହାସହ ବିଭିନ୍ନ ରାଜନୈତିକ ଦଳ ଗୁଡିକ ଦେଇଥିବା ପ୍ରସ୍ତାବ ଉପରେ ଆଲୋଚନା କରିଥିଲେ ।

ବୈଠକ ପରେ ନିର୍ବାଚନ ଆୟୋଗ କହିଛନ୍ତି ରାଜନୈତିକ ଦଳ ଗୁଡିକ ଦେଇଥିବା ପ୍ରସ୍ତାବ ଉପରେ ଆଲୋଚାନ ସମୀକ୍ଷା ପରେ ଆସନ୍ତା 3 ଦିନ ମଧ୍ୟରେ ବିସ୍ତୃତ ଗାଇଡ ଲାଇନ ଜାରି ହେବ । ଏହାସହ ନିର୍ବାଚନ ଆୟୋଗ ଏହାମଧ୍ୟ ରାଜ୍ୟ ନିର୍ବାଚନ କମିଶନକୁ କହିଛନ୍ତି ଯେ ରାଜ୍ୟର ସ୍ଥିତି ଦେଖି ସେମାନେ ନିଷ୍ପତି ନେଇପାରିବେ ।

ତେବେ ନିର୍ବାଚନ ଆୟୋଗଙ୍କ ଏହି ଘୋଷଣା ପରେ ବିହାରରେ ରାଜନୀତି ପାରା ଆହୁରି ବଢିଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.