ୱାଶିଂଟନ: ଏକ ଅଧ୍ୟୟନରୁ ଜଣାପଡିଛି ଯେ କୋରୋନା ଭାଇରସ୍ ଦ୍ବାରା ସଂକ୍ରମିତ ହୋଇଥିବା ଅଧିକାଂଶ ଲୋକ ଯେଉଁମାନେ ବୟସ୍କ, ଉଚ୍ଚ ରକ୍ତଚାପ, ମଧୁମେହ, ହୃଦରୋଗ ଏବଂ ମୋଟାପଣ ଭଳି କେତେକ ଅନ୍ତର୍ନିହିତ ରୋଗରେ ପୀଡିତ, ସେମାନଙ୍କ ମଧ୍ୟରେ ବଞ୍ଚିବାର ସମ୍ଭାବନା କମ୍ ଥାଏ । ଯଦିଓ ସେମାନଙ୍କୁ ଭେଣ୍ଟିଲେଟରରେ ରଖାଯାଏ କିନ୍ତୁ ସେମାନଙ୍କ କ୍ଷେତ୍ରରେ ବଞ୍ଚିବାର ହାର କମ ଥାଏ ।
ଏକ ଅଧ୍ୟୟନରୁ ଜଣାପଡିଛି ଯେ ନ୍ୟୁୟର୍କର ଦୁଇଟି ଡାକ୍ତରଖାନାରେ ଭେଣ୍ଟିଲେଟର ଲଗାଇଥିବା ଅଧିକାଂଶ ବୃଦ୍ଧ କୋଭିଡ୍ -19 ରୋଗୀ ବଞ୍ଚି ନାହାଁନ୍ତି । ଏହାକୁ ନେଇ ବରିଷ୍ଠ ଲେଖକ ତଥା କଲମ୍ବିଆ ୟୁନିଭରସିଟି ଇର୍ଭିଙ୍ଗ ମେଡିକାଲର ପଲ୍ମୋନୋଲୋଜିଷ୍ଟ ମ୍ୟାକ୍ସ ଓ ଡୋନେଲ କହିଛନ୍ତି ଯେ ଏହା ଅତି ଭୟଙ୍କର ଅଟେ ।
257 ଜଣ ଗୁରୁତର ଅସୁସ୍ଥ ବୟସ୍କଙ୍କୁ ନେଇ ଅଧ୍ୟୟନ କରାଯାଇଛି । ମାର୍ଚ୍ଚ 2 ରୁ ଏପ୍ରିଲ ମଧ୍ୟରେ 39 ପ୍ରତିଶତ ଲୋକଙ୍କର ମୃତ୍ୟୁ ହୋଇଥିବା ନେଇ ରିପୋର୍ଟ ରହିଛି । 37 ପ୍ରତିଶତ ଲୋକ ଏବେ ବି ଚିକିତ୍ସିତ ହେଉଛନ୍ତି । 80 ପ୍ରତିଶତରୁ ଅଧିକ ଲୋକ ଯେଉଁମାନଙ୍କ ବୟସ 80 ବର୍ଷରୁ ଅଧିକ ସେମାନଙ୍କୁ ଭେଣ୍ଟିଲେଟରେ ରଖିବା ପରେ ବି ସେମାନଙ୍କର ମୃତ୍ୟୁ ହୋଇଛି ।
ଦ୍ୱିତୀୟ ଅନୁସନ୍ଧାନରେ ଅଧ୍ୟୟନରେ ଏହା ମଧ୍ୟ କୁହାଯାଇଛି ଯେ ଅତ୍ୟଧିକ ଗୁରୁତର ରୋଗୀଙ୍କ ପାଇଁ ଡିସଚାର୍ଜ ଏବଂ ମୃତ୍ୟୁହାର ହସ୍ପିଟାଲ ବ୍ୟବସ୍ଥାରେ ଭିନ୍ନ ଭିନ୍ନ ହୋଇଛି । ନର୍ଥୱେଲ ହେଲ୍ଥର ମୁଖ୍ୟ ଡେପୁଟି ଡ଼ାକ୍ତର ଥୋମାସ ମ୍ୟାକଗିନ ମଙ୍ଗଳବାର କହିଛନ୍ତି ଭେଣ୍ଟିଲେଟରରେ ରୋଗୀଙ୍କ ପାଇଁ ମୃତ୍ୟୁ ହାର 70 ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ପାଇଥାଏ । ସେ ଆହୁରି ମଧ୍ୟ କହିଛନ୍ତି ଯେ ଯଦି ଆପଣଙ୍କର ମା’ଙ୍କ 85 ବର୍ଷ । ତେବେ ସେମାନେ ଜାଣିବା ଉଚିତ୍ ଯେ ଭେଣ୍ଟିଲେଟରରେ ରଖିବା ପୂର୍ବରୁ ବଞ୍ଚିବାର ସମ୍ଭାବନା କ’ଣ ?
ସେପଟେ ନୂତନ ଅନୁସନ୍ଧାନରେ ମୋଟାପଣ ଆଉ ଏକ କାରଣ ରହିଛି । 50 ବର୍ଷରୁ କମ୍ ଗୁରୁତର ଅସୁସ୍ଥ ରୋଗୀଙ୍କ ମଧ୍ୟରେ ଯେଉଁମାନେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ ସେମାନଙ୍କ ମଧ୍ୟରୁ 71 ପ୍ରତିଶତ ମୋଟାପଣ ଥିଲେ ।