ETV Bharat / bharat

ରାଜଭବନ ଅଭିମୁଖେ ଶିବସେନା ବିଧାୟକ ଦଳର ନେତା ଏକନାଥ ସିନ୍ଧେ - ଶିବସେନା ଏକନାଥ ସିନ୍ଧେ

ଶିବସେନା ବିଧାୟକ ଦଳ ନେତା ଭାବରେ ଏକନାଥ ସିନ୍ଧେଙ୍କୁ ଚୟନ କରିଛି । ଏବେ ବିଧାୟକ ଦଳ ନେତା ଚୟନ ପରେ ଶିବସେନାର ନେତାଙ୍କୁ ନେଇ ଏକ ପ୍ରତିନିଧି ମଣ୍ଡଳ ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂହ କୋଶ୍ୟାରୀଙ୍କୁ ଭେଟିବା ନିମନ୍ତେ ରାଜଭବନ ଯାଇଛନ୍ତି । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଏଏନଆଇ
author img

By

Published : Oct 31, 2019, 6:51 PM IST

ମୁମ୍ବାଇ: ମହାରାଷ୍ଟ୍ରରେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଟଣାଓଟରା ଜାରି ରହିଛି । ବିଜେପି-ଶିବସେନା ମେଣ୍ଟ ଭିତରେ ସିଏମ ସିଟ୍‌କୁ ନେଇ ତୁ ତୁ, ମେଁ ମେଁ ଥମିବାରେ ନା ନେଉନାହିଁ । ଏହାରି ଭିତରେ ଶିବସେନା ବିଧାୟକ ଦଳ ନେତା ଭାବରେ ଏକନାଥ ସିନ୍ଧେଙ୍କୁ ଚୟନ କରିଛି । ଏବେ ବିଧାୟକ ଦଳ ନେତା ଚୟନ ପରେ ଶିବସେନାର ନେତାଙ୍କୁ ନେଇ ଏକ ପ୍ରତିନିଧି ମଣ୍ଡଳ ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂହ କୋଶ୍ୟାରୀଙ୍କୁ ଭେଟିବା ନିମନ୍ତେ ରାଜଭବନ ଯାଇଛନ୍ତି ।

ରାଜ୍ୟପାଳଙ୍କୁ ଭେଟି ରାଜ୍ୟରେ କୃଷି ଓ କୃଷକଙ୍କ ସମସ୍ୟା ଉପରେ ଆଲୋଚନା କରିବା ସୂଚନା ରହିଛି । ରାଜ୍ୟରେ ସ୍ବଳ୍ପବୃଷ୍ଟି କାରଣରୁ ଫସଲହାନୀ ଦେଖାଦେଇଥିଲା । ଫଳରେ କ୍ଷତି ସହିଥିବା ଚାଷୀଙ୍କୁ ଯାଥାଶୀଘ୍ର କ୍ଷତିପୂରଣ ରାଶି ପ୍ରଦାନ କରିବା ପାଇଁ ଦାବି ରଖିବେ ।

eknath shinde has been elected shiv sena legislative party leader
ଫଟୋ ସୌଜନ୍ୟ: ଏଏନଆଇ

ଏଠାରେ ସୂଚନା ଯୋଗ୍ୟ ଯେ, ଗୁରୁବାର ଏକନାଥଙ୍କ ନାମକୁ ଆଦିତ୍ୟ ଠାକରେ ପ୍ରସ୍ତାବିତ କରିଥିଲେ । ପୂର୍ବରୁ ଏହି ପଦ ପାଇଁ ଆଦିତ୍ୟ ଠାକରେଙ୍କ ନାମ ଚର୍ଚ୍ଚାରେ ରହିଥିଲା । ଦଳୀୟ କାର୍ଯ୍ୟାଳୟ ସେନା ଭବନରେ ନବନିର୍ବାଚିତ ବିଧାୟକଙ୍କ ବୈଠକରେ ସର୍ବସମ୍ମତି କ୍ରମେ ଏକନାଥଙ୍କ ନାମରେ ମୋହର ବାଜିଥିଲା ।

ଗୁରୁବାର ଶିବସେନା ବୈଠକରେ ଆଦିତ୍ୟ ଠାକରେଙ୍କ ଏକନାଥଙ୍କ ନାମ ପ୍ରସ୍ତାବିତ କରିଥିଲା । ପରେ ଶିବସେନାର ୫୬ ଜଣ ବିଧାୟକ ଏହାକୁ ସମର୍ଥନ ଦେଇଥିଲେ। ଏଥିସହ ସୁନୀଲ ପ୍ରଭୁଙ୍କୁ ଚିଫ୍ ହ୍ଵିପ୍ ଭାବେ ନିର୍ବାଚିତ କରାଯାଇଛି।

Intro:Body:

BLANK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.