ETV Bharat / bharat

ଭୋକ ଲାଗିଲେ ଖାଆନ୍ତି ଷ୍ଟିଲ ଚାମଚ ଓ ଟୁଥବ୍ରଶ - stomach

ଷ୍ଟିଲ ଚାମଚ, ଛୁରୀ, ସ୍କୃ ଡ୍ରାଇଭର ଆଦି । ହେଲେ କୌଣସି ସଉକ ପାଇଁ ନୁହେଁ ସେ ଜଣେ ମାନସିକ ରୋଗୀ । ତେଣୁ ଯେବେ ଭୋକ ଲାଗେ, ଯାହା ଆଖିକୁ ଦେଖାଯାଏ ସେ ଖାଇନିଅନ୍ତି ଆଉ ଭୋକ ମେଣ୍ଟିଯାଆନ୍ତି । ଏପରି ଜଣେ ଅଜବ ବ୍ୟକ୍ତି ରୁହନ୍ତି ହିମାଚଳପ୍ରଦେଶର ସୁନ୍ଦରନଗର ଅଞ୍ଚଳରେ ।

ଫଟୋ ସୌଜନ୍ୟ : ଏଏନଆଇ
author img

By

Published : May 25, 2019, 6:16 PM IST

ସିମଲା: ଠିକ ଖାଦ୍ୟ ଭଳି ଖାଉଥିଲା ଛୁରୀ, ଚାମଚ ଏବଂ ଟୁଥବ୍ରଶ । ଏକଥା ଶୁଣି ଆପଣଙ୍କୁ ନିଶ୍ଚୟ ଆଶ୍ଚର୍ଯ୍ୟ ଲାଗୁଥିବ । ହେଲେ କଥାଟି ସମ୍ପୂର୍ଣ୍ଣ ସତ । ଏପରି ଏକ ଅଜବ ବ୍ୟକ୍ତି ରୁହନ୍ତି ହିମାଚଳ ପ୍ରଦେଶର ମଣ୍ଡି ଅଞ୍ଚଳରେ ।

35 ବର୍ଷୀୟ ଯୁବକଙ୍କ ପେଟରେ ପ୍ରବଳ ଯନ୍ତ୍ରଣା ହେବାରୁ ପରିବାର ଲୋକେ ଡାକ୍ତରଙ୍କ ପାଖକୁ ନେଇ ଆସିଥିଲେ । ଡାକ୍ତର ପରୀକ୍ଷା କରି ଯାହା ଦେଖିଥିଲେ ଭୟଭୀତ ହୋଇଯାଇଥିଲେ । ପ୍ରଥମେ ନିଜକୁ ବିଶ୍ବାସ କରିନଥିଲେ । ହେଲେ ଶେଷରେ ଅସ୍ତ୍ରୋପ୍ରଚାର କରି ଏହି ସବୁ ଜିନିଷକୁ ତାଙ୍କ ପେଟରୁ ବାହାର କରିବା ପାଇଁ ନିଷ୍ପତ୍ତି ନେଇଥିଲେ । ଆଉ 4 ଘଣ୍ଟା ପରେ ଅସ୍ତ୍ରୋପ୍ରଚାର ସଫଳ ମଧ୍ୟ ହୋଇଥିଲା । ଅସ୍ତ୍ରୋପ୍ରଚାର ପରେ ତାଙ୍କ ପେଟରୁ ବାହାରିଛି ଛୁରୀ, 2ଟି ଟୁଥବ୍ରସ, ଟେଷ୍ଟର ଏବଂ 8ଟି ଚାମଚ ।

ଏପରି ମାମଲା ପ୍ରଥମ ଥର ଏହି ଡାକ୍ତରଖାନାକୁ ଆସିଥିବା କୁହନ୍ତି ଡାକ୍ତର । ପ୍ରଥମେ ରୋଗୀଙ୍କୁ ପରୀକ୍ଷା କରିବା ପରେ ସେ ମାନସିକ ରୂପେ ଅକ୍ଷମ ବୋଲି ଜଣାପଡିଥିଲା । ତେଣୁ ଯେତେବେଳେ ତାଙ୍କୁ ଭୋକ ଲାଗେ, ସେ ପାଖରେ ଯାହା ବି ଦେଖନ୍ତି ଖାଇ ନିଅନ୍ତି ବୋଲି ଡାକ୍ତର କହିଛନ୍ତି ।

Intro:Body:Conclusion:

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.