ETV Bharat / bharat

ପୁଣି ତେଲେଙ୍ଗାନାରେ 8 କୋରୋନା ଚିହ୍ନଟ, ଆକ୍ରାନ୍ତ ସଂଖ୍ୟା 67କୁ ବୃଦ୍ଧି

author img

By

Published : Mar 29, 2020, 8:42 AM IST

ବିଶ୍ବରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢୁଥିବା ବେଳେ ଏବେ ତେଲେଙ୍ଗାନାରେ ଆଉ 8 କୋରୋନା ପଜିଟିଭ୍ । ଆକ୍ରାନ୍ତଙ୍କ ସଂଖ୍ୟା 67କୁ ବୃଦ୍ଧି, ଜଣେ ମୃତ । ଅଧିକ ପଢନ୍ତୁ...

Eight new COVID-19 positive cases in Telangana
ପୁଣି ତେଲେଙ୍ଗାନାରେ 8 କୋରୋନା ଚିହ୍ନଟ, ଆକ୍ରାନ୍ତ 67କୁ ବୃଦ୍ଧି

ତେଲେଙ୍ଗାନା: କୋରୋନା ଭାଇରସ୍‌ ବର୍ତ୍ତମାନ ସମଗ୍ର ବିଶ୍ବକୁ କବଳିତ କରି ରଖିଥିବା ବେଳେ ଏବେ ପୁଣି 8ଟି COVID-19 ପଜିଟିଭ୍ ମାମଲା ତେଲେଙ୍ଗାନାରେ ଚିହ୍ନଟ ହୋଇଛି । ଶନିବାର ଦିନ ତେଲେଙ୍ଗାନାରେ ଏହି ଆଠ ଜଣଙ୍କ କୋରୋନା ପଜିଟିଭ୍ ରିପୋର୍ଟ ଆସିଥିଲା । ଏବେ ତେଲେଙ୍ଗାନାରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 67ରେ ପହଞ୍ଚିଥିବା ବେଳେ ଶନିବାର ଜଣଙ୍କର ମୃତ୍ୟୁ ହୋଇଛି ।

ତେଲେଙ୍ଗାନା ସ୍ବାସ୍ଥ୍ୟମନ୍ତ୍ରୀ ଏତଲା ରାଜେନ୍ଦ୍ରଙ୍କ କହିବା ମୁତାବିକ ଏବେ ରାଜ୍ୟରେ 13000 ଲୋକ କ୍ବାରେଣ୍ଟାଇନରେ ଅଛନ୍ତି । ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ (MoHFW) ସୂଚନା ଅନୁଯାୟୀ ଏବେ ଦେଶରେ ସର୍ବମୋଟ 1029 କୋରୋନା ପଜିଟିଭ୍ ଥିବା ବେଳେ 24 ଜଣଙ୍କ ମୃତ୍ୟୁ ହୋଇସାରିଛି ।

@ ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.