ETV Bharat / bharat

ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଜଳିଗଲା ବସ, 8 ମୃତ - 20ରୁ 25ଜଣ ଗୁରୁତର ଆହତ ହୋଇଛନ୍ତି

ରାଜସ୍ଥାନର ମହେଶପୁର ଅଞ୍ଚଳରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ବସରେ ଭୟଙ୍କର ଅଗ୍ନିକାଣ୍ଡ ହୋଇଛି । ଅଗ୍ନିକାଣ୍ଡରେ ଆଠଜଣଙ୍କର ମୃତ୍ୟୁ ହୋଇଛି । ଅଧିକ ପଢନ୍ତୁ...

ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଳିଗଲା ବସ
ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଳିଗଲା ବସ
author img

By

Published : Jan 17, 2021, 7:33 AM IST

ଜୟପୁର: ରାଜସ୍ଥାନର ଜାଲୋର ଜିଲ୍ଲା ମହେଶପୁର ଅଞ୍ଚଳରେ ଅଘଟଣ । ଶନିବାର ବିଳମ୍ବିର ରାତିରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଗୋଟିଏ ବସରେ ନିଆଁ ଲାଗିଯାଇଛି। ଦୁର୍ଘଟଣାରେ ଆଠଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 20ରୁ 25ଜଣ ଗୁରୁତର ଆହତ ହୋଇଛନ୍ତି ।

ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଳିଗଲା ବସ

ସୂଚନାଅନୁସାରେ, ଶନିବାର ରାତି ପ୍ରାୟ 10ଟା 30ସମୟରେ ଜିଲ୍ଲା ହେଡକ୍ବାର୍ଟର ନିକଟରେ ଗୋଟିଏ ଯାତ୍ରୀବାହି ବସରେ ଭୟଙ୍କର ଅଗ୍ନିକାଣ୍ଡ ହୋଇଛି । ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଏହି ଅଗ୍ନିକାଣ୍ଡ ହୋଇଥିବା ଜଣାପଡିଛି । ଅଗ୍ନିକାଣ୍ଡରେ ଆଠଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 20ରୁ 25ଜଣ ଗୁରୁତର ଭାବରେ ଆହତ ହୋଇଛନ୍ତି ।

ବସଟି କିଛି ତୀର୍ଥଯାତ୍ରୀଙ୍କୁ ନେଇ ତୀର୍ଥ ଅଭିମୁଖେ ବାହାରିଥିଲା । ଭୁଲବଶତଃ ମହେଶପୁରରେ ପହଞ୍ଚି ଯାଇଥିଲା । ସେଠାରୁ ଫେରିବା ସମୟରେ ବିତ୍ୟୁତ ତାର ସଂସ୍ପର୍ଶରେ ଆସି ଦୁର୍ଘଟଣାରେ ଶିକାର ହୋଇଥିଲା । ଫଳରେ ବସ ଡ୍ରାଇଭର ଓ କଣ୍ଡକ୍ଟରଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଛଅଜଣଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି । ଦୁର୍ଘଟଣାରେ ସମସ୍ତ ଆହତଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ପ୍ରଶାସନିକ କର୍ମଚାରୀ, ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରଛି ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.