ETV Bharat / bharat

ଅନଲକ-1: 10.99 ପ୍ରତିଶତକୁ ଖସିଛି ବେକାରୀ ହାର

ଅନଲକ୍-1 ପରେ ଦେଶରେ ବେକାରୀ ହାର ଜୁନ ମାସରେ ବହୁତ ହ୍ରାସ ପାଇଛି। ଏହି ସମୟ ମଧ୍ୟରେ ବେକାରୀ ହାର ମାତ୍ର 10.99 ପ୍ରତିଶତ ରହିଛି ।

author img

By

Published : Jul 1, 2020, 8:00 PM IST

 ବେକାରୀ ହାର
ବେକାରୀ ହାର

ନୂଆଦିଲ୍ଲୀ: ଅନଲକ୍-1 ପରେ ଦେଶରେ ବେକାରୀ ହାର ଜୁନ ମାସରେ ବହୁତ ହ୍ରାସ ପାଇଛି। ଏହି ସମୟ ମଧ୍ୟରେ ବେକାରୀ ହାର ମାତ୍ର 10.99 ପ୍ରତିଶତ ରହିଛି । ମାତ୍ର ମେ ମାସରେ ଏହା 23.48 ପ୍ରତିଶତରେ ରହିଥିଲା। ସେଣ୍ଟର ଫର ମନିଟରିଂ ଇଣ୍ଡିଆନ୍ ଇକୋନୋମି (CMIE) ଦ୍ବାରା ପ୍ରକାଶିତ ତଥ୍ୟରୁ ଏହି ସୂଚନା ମିଳିଛି ।

ଏଥିରୁ ଜଣାପଡୁଛି ଯେ ଦେଶରେ ସ୍ଥିତି ପୂର୍ବ ଭଳି ହେବାକୁ ଯାଉଛି । ଏହି ସମୟ ମଧ୍ୟରେ ସହରାଞ୍ଚଳରେ ବେକାରୀ ହାର 12.02 ପ୍ରତିଶତ ଓ ଗ୍ରାମାଞ୍ଚଳରେ 10.52 ପ୍ରତିଶତ ଅଛି । ତଥ୍ୟ ଅନୁଯାୟୀ, ଜୁନ ମାସରେ ହରିୟାଣାର ସର୍ବାଧିକ 33.6 ପ୍ରତିଶତ ବେକାରୀ ରହିଥିଲା। ଏହାପରେ ତ୍ରିପୁରାରେ 21.3 ପ୍ରତିଶତ ଓ ଝାଡଖଣ୍ଡରେ 21 ପ୍ରତିଶତ ବେକାରୀ ରହିଛନ୍ତି। CMIE ଅନୁଯାୟୀ, ଜୁନ୍ ମାସରେ ଦେଶରେ 37.3 କୋଟି ଲୋକ ନିଯୁକ୍ତି ପାଇଥିଲେ। ତେଣୁ ଜୁନ୍ ମାସରେ ରୋଜଗାର ହାର 35.9 ପ୍ରତିଶତ ରହିଛି ।

ପ୍ରକାଶଥାଉକି, ଲକଡାଉନ୍ ସମୟରେ ଏପ୍ରିଲ ମାସରେ ରେକର୍ଡ ସଂଖ୍ୟକ ବେକାରୀ ହାର ରହିଥିଲା । ଏପ୍ରିଲରେ ଦେଶରେ 23.52 ପ୍ରତିଶତ ବେକାରି ହାର ଥିଲା । ଏହାପରେ ମେ ମାସରେ 23.48 ପ୍ରତିଶତ ବେକାରୀ ହାର ଥିଲା କାରଣ ଅଧିକାଂଶ ଅର୍ଥନୈତିକ କାର୍ଯ୍ୟକଳାପ ବନ୍ଦ ରହିଥିଲା। ମେ ମାସର ପ୍ରଥମ ସପ୍ତାହରେ ବେକାରୀ ହାର ରେକର୍ଡ ସ୍ତରରେ 27.1 ପ୍ରତିଶତରେ ପହଞ୍ଚିଥିଲା। CMIE ତଥ୍ୟ ଅନୁଯାୟୀ, ଏପ୍ରିଲରେ ପ୍ରାୟ 12.2 ନିୟୁତ ଚାକିରୀ ହରାଇଥିଲେ ।

ଲକଡାଉନ ପ୍ରଥମ ମାସରେ ଅର୍ଥାତ ମାର୍ଚ୍ଚ ମାସରେ ବେକାରୀ ହାର 8.75 ପ୍ରତିଶତ ଥିଲା । ଜାନୁଆରୀରେ 7.22 ପ୍ରତିଶତ ଓ ଫେବୃଆରୀରେ 7.76 ପ୍ରତିଶତ । CMIE ର ପରିଚାଳନା ନିର୍ଦ୍ଦେଶକ ତଥା ସିଇଓ ମହେଶ ବ୍ୟାସ କହିଛନ୍ତି ଯେ ବେକାରୀ ହାର ହ୍ରାସ ପାଇଛି । ଗ୍ରାମାଞ୍ଚଳରେ ବେକାରୀ ହାରରେ ଉନ୍ନତିର କାରଣ ହେଉଛି, ସରକାର ମନରେଗା ଅଧିନରେ ଖର୍ଚ୍ଚ ବଢାଇଛନ୍ତି । ଏହି କାରଣରୁ ସହରରରୁ ଆସିଥିବା ଶ୍ରମିକମାନେ କାର୍ଯ୍ୟରେ ନିୟୋଜିତ ହେଲେ । ବର୍ତ୍ତମାନ ଗ୍ରାମାଞ୍ଚଳରେ ମଧ୍ୟ ମଜୁରୀ ସଂଖ୍ୟା ବୃଦ୍ଧି ପାଉଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.