ETV Bharat / bharat

ଲକଡାଉନରେ ଖୋଲା ରହିବ ବହି ଓ ଫ୍ୟାନ ଦୋକାନ : କେନ୍ଦ୍ର ସରକାର

author img

By

Published : Apr 22, 2020, 1:11 PM IST

ଆର୍ଥିକ ମାନ୍ଦାବସ୍ଥାକୁ ଦେଖି ସରକାର କେତେକ କ୍ଷେତ୍ରରେ କଟକଣା କୋହଳ କରିଛନ୍ତି । ଏପ୍ରିଲ 14ରେ ଦ୍ବିତୀୟ ଥର ଲକଡାଉନ ଘୋଷଣା ପରେ 20 ତାରିଖ ପରେ କଟକଣା କୋହଳ କରିବାକୁ ନିଆଯାଇଥିଲା ନିଷ୍ପତ୍ତି । ଅଧିକ ପଢନ୍ତୁ...

ଲକଡାଉନରେ ଖୋଲା ରହିବ ବହି ଓ ଫ୍ୟାନ ଦୋକାନ
ଲକଡାଉନରେ ଖୋଲା ରହିବ ବହି ଓ ଫ୍ୟାନ ଦୋକାନ

ନୂଆଦିଲ୍ଲୀ: ଦ୍ବିତୀୟ ଥର ଲକଡାଉନ ଘୋଷଣା ପରେ ଏପ୍ରିଲ 20 ତାରିଖରୁ କିଛିଟା କ୍ଷେତ୍ରରେ କଟକଣାକୁ କୋହଳ କରାଯାଇଛି । ଆର୍ଥିକ ମାନ୍ଦାବସ୍ଥାକୁ ନଜରରେ ରଖି କୃଷି ଓ ବାଣିଜ୍ୟିକ କ୍ଷେତ୍ର କଟକଣାରୁ ବାଦ ପଡିଛି ।

ଏହି ବାଣିଜିକ୍ୟ କ୍ଷେତ୍ରରେ କେନ୍ଦ୍ରମନ୍ତ୍ରୀ ବହି ଓ ଫ୍ୟାନ ଦୋକାନା ଖୋଲା ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଦେଶରେ ଗ୍ରୀଷ୍ମ ପ୍ରବାହ ଆରମ୍ଭ ହୋଇଯାଇଥିବାରୁ ଫ୍ୟାନ ଦୋକାନଗୁଡିକ ଖୋଲା ରହିବ ।

କୃଷି କ୍ଷେତ୍ରରେ ସମସ୍ତ ପ୍ରକାର କଟକଣାକୁ ଛୁଟ ଦିଆଯାଇଛି । ନିଜ ରାଜ୍ୟରୁ ଅନ୍ୟ ରାଜ୍ୟକୁ ରପ୍ତାନୀ ହେଉ କି ଆମଦାନୀରେ ଲକଡାଉନ ବଳବତ୍ତର ରହିବ ନାହିଁ । ସେହିପରି ଚାଷୀ ଜମିକୁ ଯାଇ ମଞ୍ଜି ବୁଣି ପାରିବେ ।

କେନ୍ଦ୍ର ମନ୍ତ୍ରଣାଳୟ ମଧ୍ୟ ଭାରତୀୟ ସାମୁଦ୍ରିକ ଯାତ୍ରୀ (କ୍ରୁ ମେମ୍ବର) ଙ୍କ ସାଇନ୍-ଅନ୍ ଏବଂ ସାଇନ୍-ଅଫ୍ ପାଇଁ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରଣାଳୀକୁ ନିର୍ଦ୍ଦେଶ ଦେଇଛି। SOP ଅନୁଯାୟୀ ଜଣେ ଭାରତୀୟ କ୍ରୁ ସଦସ୍ୟଙ୍କ ସାଇନ୍-ଇନ୍ ପାଇଁ ରଖାଯାଇଛି । ମନ୍ତ୍ରଣାଳୟ କହିଛି ଯେ ଏମାନେ ଯାତ୍ରା କରିପାରିବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.