ETV Bharat / bharat

ବେପରୁଆ ମନୋଭାବ ହିଁ ବନ୍ୟାର କାରଣ - ବେପରୱା ମନୋଭାବ ହିଁ ବନ୍ୟାର କାରଣ

ଗତବର୍ଷ ଏହି ସମୟରେ ବିହାର ଓ ଅଗଷ୍ଟରେ ଓଡିଶା, କେରଳ, ମହାରାଷ୍ଟ୍ର ଓ କର୍ଣ୍ଣାକରେ ଦେଖାଦେଇଥିଲା ବନ୍ୟା ବିଭୀଷିକା । ବର୍ତ୍ତମାନ ଆସାମରେ ବି ସେହିଭଳି ବନ୍ୟା ବିତ୍ପାତ । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ବେପରୱା ମନୋଭାବ ହିଁ ବନ୍ୟାର କାରଣ
ବେପରୱା ମନୋଭାବ ହିଁ ବନ୍ୟାର କାରଣ
author img

By

Published : Jul 21, 2020, 6:49 PM IST

ଗତବର୍ଷ ଏହି ସମୟରେ ବିହାର ଓ ଅଗଷ୍ଟରେ ଓଡିଶା, କେରଳ, ମହାରାଷ୍ଟ୍ର ଓ କର୍ଣ୍ଣାକରେ ଦେଖାଦେଇଥିଲା ବନ୍ୟା ବିଭୀଷିକା । ବର୍ତ୍ତମାନ ଆସାମରେ ବି ସେହିଭଳି ବନ୍ୟା ବିତ୍ପାତ । ବ୍ରହ୍ମପୁତ୍ର, ଧନଶିରି, ଜୟ ଭରାଲି, କୋଭିଲି, ବେକି ନଦୀରେ ବନ୍ୟା ଆସିଛି । ଏସବୁ ନଦୀର ସ୍ତର ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ।

ରାଜ୍ୟର ୨୭ଟି ଜିଲ୍ଲାର ୫ ଲକ୍ଷରୁ ଅଧିକ ଲୋକ ବନ୍ୟା ଦ୍ବାରା ଭୀଷଣ ଭାବେ ପ୍ରଭାବିତ ହୋଇଛନ୍ତି । ବନ୍ୟାରେ ଏ ଯାଏଁ ୮୦ରୁ ଅଧିକ ଲୋକ ପ୍ରାଣ ହରାଇସାରିଲେଣି । ୪୩୦ ବର୍ଗ କିଲୋମିଟର ବ୍ୟାପ୍ତ କାଜିରଙ୍ଗା ଜାତୀୟ ଉଦ୍ୟାନର ୯୫ ପ୍ରତିଶତ ବନ୍ୟା ପାଣିରେ ବୁଡିରହିଛି । ବନ୍ୟା ଯୋଗୁଁ ଉଦ୍ୟାନରେ ବିଭିନ୍ନ ବନ୍ୟଜନ୍ତୁ ଓ ଗଣ୍ଡାମାନେ ପ୍ରଭାବିତ ହୋଇଛନ୍ତି ।

କୋରୋନା ମହାମାରୀର ସଂକଟର ସାମନା କରୁଥିବା ଆସାମ ପାଇଁ ବନ୍ୟା ବିତ୍ପାତ ବୋଝ ଉପରେ ନଳିତା ବିଡା ସଦୃଶ ହୋଇଛି । ସ୍ୱାସ୍ଥ୍ୟ ମବାଳୟର ଅନୁମାନ ଅନୁସାରେ ଅଗଷ୍ଟ ମଧ୍ୟଭାଗ ସୁଦ୍ଧା ରାଜ୍ୟରେ କୋରୋନା ମାମଲା ସଂଖ୍ୟା ୬୪ ହଜାରରେ ପହଞ୍ଚିବ । ଏଣେ ବନ୍ୟା ଯୋଗୁଁ ଅଢେଇ ଲକ୍ଷ ହେକ୍ଟରର ଚାଷଜମିରେ ଫସଲ ନଷ୍ଟ ହୋଇଛି । ଏଥିସହ ଜାପାନି ମସ୍ତିଷ୍କ ଜ୍ବର ପାଇଁ ଅନୁକୂଳ ପରିବେଶ ବି ସୃଷ୍ଟି ହୋଇଛି, ଯାହା କି ଚିନ୍ତା ବଢାଇଛି ।

ଭାରତର ୧୨ ପ୍ରତିଶତ ଜମି (୪ କୋଟି ହେକ୍ଟର) ପାଇଁ ବନ୍ୟା ବିପଦ ଓ ପ୍ରାକୃତିକ ବିପର୍ଯ୍ୟୟର ୫୨ ପ୍ରତିଶତ ବନ୍ୟା ବୋଲି କିଛି ଦଶକ ପୂର୍ବେ ଆକଳନ କରାଯାଇଥିଲା । ଏହା ସତ୍ତ୍ବେ ବି ଉପଯୁକ୍ତ ପ୍ରତିକାରମୂଳକ ବ୍ୟବସ୍ଥା ଗ୍ରହଣ କରାଯାଇ ନଥିବାରୁ ଅନେକ ରାଜ୍ୟ କେନ୍ଦ୍ରଠାରୁ ସହାୟତା ଲୋଡନ୍ତି । ଦୁଇ ବର୍ଷ ପୂର୍ବେ କେନ୍ଦ୍ରୀୟ ଆୟୋଗ ପକ୍ଷରୁ ଘୋଷଣା କରାଯାଇଥିଲା ଯେ, ୧୯୫୩ ରୁ ୨୦୧୭ ମଧ୍ୟରେ ୧ ଲକ୍ଷ ୭ ହଜାର ଲୋକ ବନ୍ୟାରେ ପ୍ରାଣ ହରାଇଛନ୍ତି । ୩ ଦଶମିକ ୬୬ ଲକ୍ଷ କୋଟିର ସଂପତି ନଷ୍ଟ ହୋଇଛି । ଜଳବାୟୁ ପରିବର୍ତ୍ତନ ହେଉଥିବା ଯୋଗୁଁ ଆଗ ଅପେକ୍ଷା ଅଧିକ ବନ୍ୟା ଆସୁଛି । ଏପରିକି ବଡ ବଡ ସହର ବି ପ୍ରଭାବିତ ହେବାରେ ଲାଗିଛନ୍ତି ।

ଏ ଦୃଷ୍ଟିରୁ ରାଜ୍ୟ ସରକାରଗୁଡିକ ଆଉ ପ୍ରତିକାରମୂଳକ ପଦକ୍ଷେପ ନେବାରେ ବିଳମ୍ବ କରିବା ସମୀଚୀନ ହେଉନାହିଁ । ବିଶ୍ବବ୍ୟାଙ୍କ କରିଥିବା ଏକ ଆକଳନ ଅନୁସାରେ, ୨୦୫୦ ସୁଦ୍ଧା ଅର୍ଧାଧିକ ଭାରତୀୟଙ୍କ ହାରାହାରି ଆୟୁ ୫୦ ପ୍ରତିସତ ହ୍ରାସ ପାଇବ । ବନ୍ୟା ଯୋଗୁଁ ବ୍ୟାପକ ଧନଜୀବନ ହାନି ହେଉଥିବା ପ୍ରଥମ ୫ଟି ଦେଶ ମଧ୍ୟରେ ଭାରତ ବି ରହିଛି । ଅଳ୍ପ ସମୟ ମଧ୍ୟରେ ଅଧିକ ପରିମାଣର ବର୍ଷା, ଆବଶ୍ୟକ ଡ୍ରେନେଜ ବ୍ୟବସ୍ଥାର ଅଭାବ, ଜଳଭଣ୍ଡାରଗୁଡିକର ତ୍ରୁଟିପୂର୍ଣ୍ଣ ରକ୍ଷଣାବେକ୍ଷଣ ଓ ବନ୍ୟା ନିୟବଣ ପାଇଁ ଠୋସ୍‌ ପଦକ୍ଷେପର ଅଭାବ ହିଁ ବନ୍ୟା ବୀଭିଷିକାର କାରଣ ବୋଲି ସ୍ୱୀକାର କରିଛନ୍ତି କେନ୍ଦ୍ର ସରକାର ।

୧୯୬୦ ଦଶକରେ ନିର୍ମିତ ଆଡିବନ୍ଧଗୁଡିକ ୧୯୯୦ ଦଶକ ସୁଦ୍ଧା ପ୍ରଭାବହୀନ ହୋଇସାରିଛନ୍ତି । ୨୦୦୦ ମସିହାଠାରୁ ପ୍ରତିବର୍ଷ ଆସାମ ବନ୍ୟା ପ୍ରକୋପର ଶୀକାର ହେଉଛି । ୨୦୦୪ର ଭୟାବହ ବନ୍ୟାରେ ଆସାମରେ ୫ ଶହ ଲୋକ ପ୍ରାଣ ହରାଇଥିଲେ । ଏହା ପରେ କେନ୍ଦ୍ର ସରକାର ଏକ ଟାସ୍କ ଫୋର୍ସ ଗଠନ କରିଥିଲେ । ଟାସ୍କଫୋର୍ସ ରିପୋର୍ଟ ଏବେ ଧୂଳି ଖାଉଛି । ବ୍ରହ୍ମପୁତ୍ର ନଦୀ ଶଯ୍ୟାରୁ କାଦୁଅ ହଟାଇବା ପାଇଁ ୪୦ ହଜାର କୋଟିର ଏକ ଯୋଜନା ପାଇଁ ପ୍ରସ୍ତାବ ଦିଆଯାଇଥିଲା । କିନ୍ତୁ ଏହା ପ୍ରସ୍ତାବରେ ହିଁ ରହିଯାଇଛି । ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ଲାଗି ଚତୁର୍ଦ୍ଦଶ ଅର୍ଥ କମିଶନ ସାରା ଦେଶକୁ ୫ ବର୍ଷ ପାଇଁ ୬୧ ହଜାର ୨୧୯ କୋଟି ଟଙ୍କା ବ୍ୟୟବରାଦ କରିଥିଲେ ।

ବନ୍ୟା ଜନିତ କ୍ଷତି ରୋକିବା ପାଇଁ ନୂଆ ଆର୍ଥିକ କମିଶନ କମ କରିବେ, ତାହା କାହାକୁ ଜଣାନାହିଁ । ସମୁଦ୍ର ପତନ ତଳେ ଥିବା ନେଦରଲାଣ୍ଡସ୍ ବନ୍ୟା ଦାଉରୁ ନିଜକୁ ରକ୍ଷା କରିବା ପାଇଁ ଦୃଢ ସୁରକ୍ଷା ବ୍ୟବସ୍ଥା କରିଛି । ସେହି ଦେଶର ଦୁଇ ତୃତୀୟାଂଶ ସମ୍ବଳ ବନ୍ୟା ଦ୍ୱାରା କ୍ଷତିଗ୍ରସ୍ତ ହେବାକୁ ଥିବା ଅଞ୍ଚଳ ପାଇଁ ଖର୍ଚ୍ଚ କରାଯାଏ । ନେଦରଲାଣ୍ଡସ ଏ ଦିଗରେ ସାରା ବିଶ୍ୱ ପାଇଁ ଉଦାହରଣ ପାଲଟିଛି । ଭାରତ ବି ଏଥିରୁ ଅନେକ କିଛି ଶିଖିପାରିବ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.