ETV Bharat / bharat

ଶିବକୁମାରଙ୍କ ଜାମିନ ନାମଞ୍ଜୁର କରିବାକୁ ସୁପ୍ରିମକୋର୍ଟରେ ଆବେଦନ

ମନି ଲଣ୍ଡ୍ରିଂ ମାମଲାରେ  ଗିରଫ ହୋଇଥିବା କର୍ଣ୍ଣାଟକର କଂଗ୍ରେସ ନେତା ଡିକେ ଶିବ କୁମାରଙ୍କ ଜାମିନକୁ ନେଇ ଦିଲ୍ଲୀ ହାଇକୋର୍ଟଙ୍କ ନିଷ୍ପତ୍ତିକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଛି ଇଡି ।

ଫଟୋ ସୌଜନ୍ୟ: ଏଏନଆଇ
author img

By

Published : Oct 25, 2019, 5:28 PM IST

ନୂଆଦିଲ୍ଲୀ: ମନି ଲଣ୍ଡ୍ରିଂ ମାମଲାରେ ଗିରଫ ହୋଇଥିବା କର୍ଣ୍ଣାଟକ କଂଗ୍ରେସ ନେତା ଡିକେ ଶିବ କୁମାର ପୁଣି ଥରେ ଅଡୁଆରେ ଫସୁଥିବା ନଜର ଆସିଛନ୍ତି । ଶିବକୁମାରଙ୍କ ଜାମିନକୁ ନେଇ ଦିଲ୍ଲୀ ହାଇକୋର୍ଟଙ୍କ ନିଷ୍ପତ୍ତିକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଛି ଇଡି । ଦିଲ୍ଲୀ କୋର୍ଟଙ୍କ ରାୟ ଉପରେ ରହିତାଦେଶ ଜାରି କରିବାକୁ ଇଡି ସୁପ୍ରିମକୋର୍ଟରେ ଆବେଦନ କରିଛି ।

ଗତ ଦୁଇ ଦିନ ପୂର୍ବରୁ ମନି ଲଣ୍ଡ୍ରିଂ ମାମଲାରେ ଦିଲ୍ଲୀ ହାଇକୋର୍ଟ ଶିବକୁମାରଙ୍କୁ ଜାମିନ ପ୍ରଦାନ କରିଛନ୍ତି । ତେବେ ଇଡି ଏହାକୁ ବିରୋଧ କରି କହିଛି, ମାମଲାର ତଦନ୍ତ ଏବେ ଜାରି ରହିଛି । ଶିବକୁମାର ଜଣେ ପ୍ରଭାବଶାଳୀ ବ୍ୟକ୍ତି ଅଟନ୍ତି । ବାହାରେ ରହିବା ଦ୍ବାରା ସେ ପ୍ରମାଣ ସହ ହେରଫେର କରିପାରନ୍ତି ଏବଂ ସାକ୍ଷୀକୁ ମଧ୍ୟ ପ୍ରଭାବିତ କରିପାରନ୍ତି ବୋଲି ଇଡି ପକ୍ଷରୁ କୁହାଯାଇଛି ।

ସୂଚନାଯୋଗ୍ୟ ଯେ, ସେପ୍ଟେମ୍ବର ୩ ତାରିଖରେ ମନି ଲଣ୍ଡ୍ରିଂ ମାମଲାରେ ଇଡି ଶିବକୁମାରଙ୍କୁ ଗିରଫ କରିଥିଲା ।

Intro:Body:

BLANK FOR LINK 

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.