ETV Bharat / bharat

ଜେକେସିଏ ଦୁର୍ନୀତି ମାମଲାରେ ଇଡିର ଆକ୍ସନ: ଫାରୁକଙ୍କ 12 କୋଟି ସମ୍ପତ୍ତି ଜବତ - ଜେକେସିଏ ଦୁର୍ନୀତି ମାମଲାରେ ଇଡିର ଆକ୍ସନ

ଜମ୍ମୁ-କାଶ୍ମୀର କ୍ରିକେଟ ସଂଘର ଏକ ଦୁର୍ନୀତି ମାମଲାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରିକ ଅବଦୁଲ୍ଲାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) । ଅର୍ଥ ହେର ଫେର ମାମଲାରେ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ନିକଟରୁ ଜବତ ହୋଇଛି କୋଟି କୋଟି ଟଙ୍କା । ଅଧିକ ପଢନ୍ତୁ...

ଜେକେସିଏ ଦୁର୍ନୀତି ମାମଲାରେ ଇଡିର ଆକ୍ସନ
ଜେକେସିଏ ଦୁର୍ନୀତି ମାମଲାରେ ଇଡିର ଆକ୍ସନ
author img

By

Published : Dec 19, 2020, 8:09 PM IST

ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀର କ୍ରିକେଟ ସଂଘର ଏକ ଦୁର୍ନୀତି ମାମଲାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରିକ ଅବଦୁଲ୍ଲାଙ୍କ ବିରୋଧରେ ଇଡିର ଆକ୍ସନ । କାର୍ଯ୍ୟାନୁଷ୍ଠାନ କ୍ରମେ ଜବତ କଲା 12 କୋଟି ସମ୍ପତ୍ତି । ଫାରୁକଙ୍କ 2 ଟି ଘର, 3 ଫ୍ଲାଟ, ଅନ୍ୟ ସମ୍ପତ୍ତିକୁ ଜବତ କରିଛି । ଏସବୁର ମୂଲ୍ୟ 11. 84 କୋଟି ହେବ ବୋଲି ଆକଳନ କରାଯାଇଛି ।

ଜମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ନ୍ୟାସନାଲ କନଫରେନ୍ସର ନେତା ଫାରୁକ ଅବଦୁଲ୍ଲା ଜେକେ କ୍ରିକେଟ ଆସୋସିଏସନର ପାଣ୍ଠିର ଅର୍ଥହେର ଫେର କରିଥିବା ଅଭିଯୋଗରେ ଇଡି ସମ୍ପତ୍ତି ଜବତ କରିଛି । ଜବତ ସମ୍ପତ୍ତି ମଧ୍ୟରୁ ଗୋଟିଏ ଜାଗା ଶ୍ରୀନଗରର ଗୁପକାର ରୋଡ ପାଖରେ ରହିଛି । ତନମାର୍ଗର କଟୋପୋରା ତହସିଲ ଓ ଜମ୍ମୁର ଭଣ୍ଟିଂଡି ଠାରେ ଗୋଟିଏ ଗୋଟିଏ ଜାଗା ରହିଛି । ଏହା ବ୍ୟତୀତ ଶ୍ରୀନଗରର ରେଜିଡେନ୍ସି ରୋଡ ଅଞ୍ଚଳରେ ବ୍ୟବସାୟୀକ ପ୍ରୋପର୍ଟି ରହିଛି ।

ଏହା ପୂର୍ବରୁ ଜମ୍ମୁ-କାଶ୍ମୀର କ୍ରିକେଟ ଆସୋସିଏସନ ଅର୍ଥ ହେରଫେର ମାମଲାରେ ଅକ୍ଟୋବରରେ ଇଡି ଅଫିସରେ ଫାରୁକଙ୍କୁ ପଚାର ଉଚରା କରାଯାଇଥିଲା । ଇଡି ପକ୍ଷରୁ ପଚାରଉଚରା ପାଇଁ ନୋଟିସ ଜାରି ପରେ ଫାରୁକ ଅଫିସରେ ପହଞ୍ଚିଥିଲେ । ଏହି ସମୟରେ ଇଡି 6 ଘଣ୍ଟା ଧରି ଫାରୁକଙ୍କୁ ପଚରାଉଚୁରା କରିଥିଲା । ଇଡିର ଏହି ନୋଟିସ ଉପରେ ନ୍ୟାସନାଲ କନଫରେନ୍ସ ସ୍ବର ଚପେଇବାକୁ ଉଦ୍ୟମ କରାଯାଉଥିବା ଅଭିଯୋଗ ଆଣିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.