ETV Bharat / bharat

ସୀମାପାର ବାଣିଜ୍ୟ କାରବାର ଜାରି ରଖିବା ଲାଗି ନେପାଳ ପାଇଁ ଭାରତ ହିଁ ଅର୍ଥନୈତିକ ଦୃଷ୍ଟିରୁ ଲାଭପ୍ରଦ: ବିଶେଷଜ୍ଞ

author img

By

Published : Aug 20, 2020, 10:16 AM IST

Updated : Aug 20, 2020, 1:30 PM IST

ଭାରତ ଏବଂ ନେପାଳ ସେମାନଙ୍କର ରାଜନେୈତିକ ମାନଚିତ୍ରରେ ସମାନ ଅଞ୍ଚଳକୁ ନେଇ ଦାବି କରି ଆସୁଛନ୍ତି। ନେପାଳ କାଲାପାଣି, ଲିପୁଲେଖ ଏବଂ ଲିମ୍ପିୟାଧାରାରେ ଥିବା ଭାରତୀୟ ଜମିର 400 ବର୍ଗକିଲୋମିଟର ଅଞ୍ଚଳକୁ ନିଜର ବୋଲି ଦାବି କରି ଆସୁଛି, ଯାହାକି ଦ୍ବିପାକ୍ଷିକ ଅସ୍ଥିରତାର ମୂଳ କାରଣ ପାଲଟିଛି।

India-nepal relations, india-nepal economical relations, india-nepal financial relations, expert chandrakala choudhury, ଭାରତ-ନେପାଳ ସମ୍ପର୍କ, ଭାରତ-ନେପାଳ ବାଣିଜ୍ୟିକ ସମ୍ପର୍କ, ବିଶେଷଜ୍ଞ ଚନ୍ଦ୍ରକଳା ଚୌଧୁରୀ, ଭାରତ-ନେପାଳ ଅର୍ଥନୈତିକ ସମ୍ପର୍କ
ସୀମାପାର ବାଣିଜ୍ୟ କାରବାର ଜାରି ରଖିବା ଲାଗି ନେପାଳ ପାଇଁ ଭାରତ ହିଁ ଅର୍ଥନୈତିକ ଦୃଷ୍ଟିରୁ ଲାଭପ୍ରଦ

ନୂଆଦିଲ୍ଲୀ: ବାଣିଜ୍ୟ ଓ କାରବାର କ୍ଷେତ୍ରରେ ନେପାଳ ଓ ଭାରତ ମଧ୍ୟରେ ବର୍ଷ ବର୍ଷ ଧରି ରହି ଆସିଥିବା ସମ୍ପର୍କର ଇତିହାସ ରହିଆସିଛି। ଭାରତ ହେଉଛି ନେପାଳର ସର୍ବବୃହତ ବାଣିଜ୍ୟ ଅଂଶୀଦାର ଏବଂ ବିଦେଶୀ ପୁଞ୍ଜିନିବେଶର ବଡ଼ ମାଧ୍ୟମ। କିନ୍ତୁ ବିଶ୍ବ ମହାମାରୀ ସମୟରେ ଦୁଇ ଦେଶ ମଧ୍ୟରେ ଭୌଗୋଳିକ ସ୍ଥିତିକୁ ନେଇ ଉପଜିଥିବା ବିବାଦରୁ ସୀମାରେ ଉତ୍ତେଜନା ବୃଦ୍ଧି କାରଣରୁ ସମ୍ପର୍କ କ୍ରମଶଃ ଛିନ୍ନଭିନ୍ନ ହୋଇ ଯାଇଛି।

ଭାରତ ଏବଂ ନେପାଳ ସେମାନଙ୍କର ରାଜନେୈତିକ ମାନଚିତ୍ରରେ ସମାନ ଅଞ୍ଚଳକୁ ନେଇ ଦାବି କରି ଆସୁଛନ୍ତି। ନେପାଳ କାଲାପାଣି, ଲିପୁଲେଖ ଏବଂ ଲିମ୍ପିୟାଧାରାରେ ଥିବା ଭାରତୀୟ ଜମିର 400 ବର୍ଗକିଲୋମିଟର ଅଞ୍ଚଳକୁ ନିଜର ବୋଲି ଦାବି କରି ଆସୁଛି, ଯାହାକି ଦ୍ବିପାକ୍ଷିକ ଅସ୍ଥିରତାର ମୂଳ କାରଣ ପାଲଟିଛି। ଦୁଇ ଦେଶ ମଧ୍ୟରେ ମତପାର୍ଥକ୍ୟ ମଧ୍ୟରେ ଭାରତ ଓ ନେପାଳ ମଧ୍ୟରେ ରହିଥିବା ଗଭୀର ବାଣିଜ୍ୟ ସମ୍ପର୍କ ବହୁଳ ଭାବେ ପ୍ରଭାବିତ ହୋଇଛି।

ତେବେ, ମହାମାରୀ ଏବଂ ଚୀନର ବିସ୍ତାରବାଦୀ ରଣନୀତି ସମେତ ରାଜନୈତିକ ମତଭେଦ ଆଦି ଅନେକ କାରଣରୁ ଅର୍ଥନୈତିକ ସ୍ଥିତି ଗୁରୁତର ଭାବେ ପ୍ରଭାବିତ ହୋଇଥିବା ବେଳେ ଏହାକୁ ଦୃଷ୍ଟିରେ ରଖି ଉଭୟ ନେପାଳ ଏବଂ ଭାରତ ସୀମାରେ ଶାନ୍ତି ସ୍ଥାପନ ସହ ଦ୍ବିପାକ୍ଷିକ ପ୍ରସଙ୍ଗରେ ଆଲୋଚନା ଜାରି ରଖିବାକୁ ରାଜି ହୋଇଛନ୍ତି। ଦୁଇ ଦେଶ ଏବେ ସୀମାରେ ଭିତ୍ତିଭୂମି ପ୍ରକଳ୍ପ ଏବଂ ଅନ୍ୟାନ୍ୟ ବିକାଶମୂଳକ ପ୍ରକଳ୍ପ ଉପରେ ଅଧିକ ଗୁରୁତ୍ବ ଦେବାକୁ ସ୍ଥିର କରିଛନ୍ତି।

ଏବେ ପ୍ରଶ୍ନ ଉଠୁଛି, ଏଭଳି ଆଭିମୁଖ୍ୟ ଦୁଇ ରାଷ୍ଟ୍ର ମଧ୍ୟରେ ଚାଲିଥିବା ବିବାଦର ଅବସାନ ଘଟାଇ ବାଣିଜ୍ୟ କାରବାରରେ ଉନ୍ନତି ଘଟିବ ଏବଂ ନେପାଳର ଅର୍ଥନୈତିକ ଓ ରାଜନୈତିକ ଅବସ୍ଥାରେ ଭାରତର ଯେଉଁ ଭୂମିକା ଥିଲା ତାହା ବଦଳାଇବା ପାଇଁ ଚୀନର ଉଦ୍ୟମକୁ ବିଫଳ କରିବ।

ଇଟିଭି ଭାରତ ସହ ଆଲୋଚନା ବେଳେ ପୂର୍ବତନ କୂଟନୀତିଜ୍ଞ ଜେ.କେ.ତ୍ରିପାଠୀ କହିଛନ୍ତି ଯେ, ‘ନିଶ୍ଚିତ ଭାବେ ସୀମା ବିବାଦ ଏବଂ କୋରୋନା କାରଣରୁ ଦୁଇ ଦେଶ ମଧ୍ୟରେ ବାଣିଜ୍ୟ ସମ୍ପର୍କ ପ୍ରଭାବିତ ହୋଇଛି। ସୀମାର କିଛି ସମତଳ ଅଞ୍ଚଳରେ ନେପାଳ ଦ୍ବାରା ଚେକ୍ ପୋଷ୍ଟ ଓ ପିଲାର ନିର୍ମାଣ ଯୋଗୁଁ ଦୁଇ ଦେଶ ମଧ୍ୟରେ ସୀମାରେ ଉତ୍ତେଜନା ସୃଷ୍ଟି ହୋଇଥିଲା। କିନ୍ତୁ ଏବେ ଦୁଇ ତିନିଟି ଚେକ୍ ପୋଷ୍ଟ ହଟାଇ ଦେବାକୁ ନେପାଳ ରାଜି ହୋଇଛି ଏବଂ ବାଣିଜ୍ୟ କାରବାର ପାଇଁ ସୀମାରେ ଅଧିକ କୋହଳ ବ୍ୟବସ୍ଥା ପାଇଁ ଆଗ୍ରହ ପ୍ରକାଶ କରିଛି’।

ସେ କହିଛନ୍ତି, ‘ଏଥିପାଇଁ ହୁଏତ ନେପାଳରେ ଚୀନର ଭୂମିକାକୁ ଦାୟୀ କରାଯାଇପାରେ, କିମ୍ବା ନେପାଳ ଚୀନ୍ ଦ୍ବାରା ପ୍ରଭାବିତ ହେଉଥିବ କିମ୍ବା ଚୀନ୍ ଦ୍ବାରା ପ୍ରଲୋଭିତ ହେଉଥିବ। ଯେତେଦିନ ଯାଏଁ ଚୀନ ଲାସାରୁ କାଠମାଣ୍ଡୁ ଏବଂ ଭାରତୀୟ ସୀମା ପର୍ଯ୍ୟନ୍ତ ସଡ଼କ ଏବଂ ରେଳ ଯୋଗାଯୋଗ ପାଇଁ ଭିତ୍ତିଭୂମି ପ୍ରସ୍ତୁତ ନ କରିଛି ସେତେଦିନ ଯାଏଁ ନେପାଳକୁ ଭାରତ କିମ୍ବା ସମୂଦ୍ର ପଥ ପାଇଁ ଭାରତ ଜରିଆରେ କାରବାର ଉପରେ ନିର୍ଭର କରିବାକୁ ହିଁ ପଡ଼ିବ। ସୁତରାଂ ଏହା ନିଶ୍ଚିତ ଯେ, ନେପାଳ ନଚାହିଁଲେ ମଧ୍ୟ ଭାରତ ଉପରେ ନିର୍ଭରଶୀଳ। ନେପାଳର ବାଣିଜ୍ୟ ବି ଏବେ ବିଶେଷ ଭାବେ ପ୍ରଭାବିତ ହୋଇଛି’।

ଆହୁରି ବି ସେ କହିଛନ୍ତି, ‘ନେପାଳୀ ସରକାର ଭଲ ଭାବେ ଅବଗତ ଅଛନ୍ତି ଯେ ଏହା ନେପାଳୀ ଲୋକ ଏବଂ ସରକାରଙ୍କ ସ୍ବାର୍ଥରେ କରାଯାଉଛି’। ‘ଭାରତ ସରକାର ସମ୍ପର୍କରେ ନେପାଳ ସରକାରଙ୍କ ମତିଗତି ଯାହା ଥାଉନା କାହିଁକି, ସୀମାରେ ଉତ୍ତେଜନା ହ୍ରାସ ପରେ ବାଣିଜ୍ୟ କାରବାର ସହିତ ଲୋକଙ୍କର ଏବଂ ସରକାରଙ୍କର ବିଶ୍ବାସ ନିଶ୍ଚିତ ଭାବେ ବୃଦ୍ଧି ପାଇବ’। ସେ କହିଛନ୍ତି ଯେ, ନେପାଳର ଜନସାଧାରଣ ମଧ୍ୟ ସରକାରଙ୍କ ସହ ଅତ୍ୟନ୍ତ ଖୁସି ନାହାଁନ୍ତି। ସେଠାରେ ସରକାରଙ୍କ ବିରୁଦ୍ଧରେ ପ୍ରତିବାଦ ଓ ଧାରଣା ହେଉଥିବା ବେଳେ ଭାରତ ବାରମ୍ବାର ନେପାଳ ସହ ସୁସମ୍ପର୍କ ଚାହେଁ ବୋଲି କହି ଆସୁଛି।

‘ଅଧିକ ସଂଖ୍ୟାରେ ଟଙ୍କା ଦେଇ ନେପାଳକୁ ମନାଇ ଖୁସି କରିବା ନୁହେଁ, ଦୁଇ ଦେଶର ସ୍ବାର୍ଥ ରକ୍ଷା ପାଇଁ ଏହା କରାଯାଉଛି। ଦୁଇ ଦେଶ ମଧ୍ୟରେ ସୃଷ୍ଟି ହୋଇଥିବା ରାଜନୈତିକ ମତଭେଦ କାରଣରୁ ବର୍ତ୍ତମାନ ନିର୍ମାଣାଧୀନ ପ୍ରକଳ୍ପ ଯେପରି ପ୍ରଭାବିତ ନହୁଏ ସେଥିପାଇଁ ଉଭୟ ସରକାର ପ୍ରତିଶ୍ରୁତିବଦ୍ଧ’ ବୋଲି ତ୍ରିପାଠୀ କହିଛନ୍ତି।

ସେ ଦର୍ଶାଇଛନ୍ତି,-ନେପାଳ ଏକ ସ୍ଥଳସୀମା ପରିବେଷ୍ଟିତ ରାଷ୍ଟ୍ର,ଏଭଳି ଦେଶ ପାଇଁ ଆମଦାନୀ ଏବଂ ରତ୍ପାନି ସକାଶେ ଏକ ବାଣିଜ୍ୟ ପଥ ନିହାତି ଦରକାର। ଏ କ୍ଷେତ୍ରରେ ନେପାଳ ପାଇଁ କେବଳ ଭାରତ ଜରିଆରେ ହିଁ ଏହି ସୁବିଧା ମିଳୁଛି। ବିଶ୍ବର ଯେ କୌଣସି ଭାଗରୁ ଆସୁଥିବା ସମସ୍ତ ସାମଗ୍ରୀ ଭାୟା ଭାରତ ଦେଇ ନେପାଳ ପଠାଯାଇଥାଏ। ବିଦେଶରୁ ଆମଦାନୀ ସାମଗ୍ରୀ ପ୍ରଥମେ ଭାରତୀୟ ବନ୍ଦରରେ ପହଞ୍ଚିଥାଏ, ତାପାରେ ଏହା ନେପାଳକୁ ପଠାଯାଇଥାଏ।

ଭାରତ ଏବଂ ନେପାଳ ମଧ୍ୟରେ ବହୁତ କମ୍ ଚେକ୍ ପୋଷ୍ଟ ଥିବାରୁ ସାମଗ୍ରୀ ବିନା କଟକଣାରେ ସହଜରେ ସୀମା ଅତିକ୍ରମ କରିଥାଏ। ଭାରତ ତାହାର ବନ୍ଦର ଏବଂ ସଡକ ପରିବହନ କ୍ଷେତ୍ରରେ ସାମଗ୍ରୀ ପଠାଇବାକୁ ସ୍ବତନ୍ତ୍ର ସୁବିଧା ଦେଉଥିବାରୁ ନେପାଳ ପାଇଁ ଏହା ଅତି ଶସ୍ତା ବି ପଡ଼େ। ଯଦି ଚୀନ୍ ସିଧାସଳଖ ରେଳ ସଂଯୋଗ ଜରିଆରେ ନେପାଳ ପହଞ୍ଚିବାକୁ ଚେଷ୍ଟା କରେ ତେବେ ତାହା କଷ୍ଚକର ହେବ।

‘ନେପାଳରୁ ଚୀନ୍ ପରିବହନ ହେବାକୁ ଥିବା ନେପାଳୀ ସାମଗ୍ରୀ ପାଇଁ ଚୀନ୍ ଚାରିଟି ବନ୍ଦର ସ୍ଥିର କରିଛି। ସମୁଦ୍ର ପଥରେ ନେପାଳୀ ସାମଗ୍ରୀ ଚୀନ୍ ପହଞ୍ଚିବାକୁ ହେଲେ ବାଂଲାଦେଶ, ମିଆଁମାର ଏବଂ ଫିଲିପାଇନ୍ସ ଦେଇ ଯିବାକୁ ପଡ଼ିବ। ଏଥିପାଇଁ ପ୍ରାୟ 20 ଦିନ ଲାଗିଯିବ’, ବୋଲି ସେ କହିଛନ୍ତି।

ଏବେ ଯଦି କୌଣସି ସାମଗ୍ରୀ ଚୀନ୍ ତାହାର ବନ୍ଦରରୁ କାଠମାଣ୍ଡୁକୁ ସଂଯୋଗ କରିବାକୁ ପ୍ରସ୍ତାବିତ ରେଳ ପଥରେ ପଠାଏ, ତେବେ ଏହା 40ରୁ 45 ଦିନ ଲାଗିଯିବ। ଅଥଚ ଯେ କୌଣସି ଭାରତୀୟ ବନ୍ଦରରୁ ସଡ଼କ ପଥରେ କାଠମାଣ୍ଡୁ ପହଞ୍ଚିବାକୁ ମାତ୍ର 15 ଦିନ ଲାଗୁଛି। କମ୍ ସମୟରେ ପରିବହନ କାରଣରୁ ଖର୍ଚ୍ଚ କମ୍ ପଡିବା ସହ ଅଧିକ ସଂଖ୍ୟାରେ ମାଲ ପରିବହନ ପାଇଁ ସୁବିଧା ମିଳୁଥିବା ସେ କହିଛନ୍ତି। ‘ଏହା ସମସ୍ତେ ଜାଣନ୍ତି ଯେ, ତିବ୍ବତର ରାଜଧାନୀ ଲାସାରୁ କାଠମାଣ୍ଡୁ ଏବଂ ଭାରତ-ନେପାଳ ସୀମା ଯାଏଁ ରେଳ ପଥ ନିର୍ମାଣ କରିବାକୁ ଚୀନର ଯୋଜନା ରହିଛି। ଏହା 6.2 ବିଲିଅନ ଡଲାରର ଏକ ବୃହତ ପ୍ରକଳ୍ପ ଏବଂ ଏହାର ଖର୍ଚ୍ଚ ଚୀନ୍ ଋଣ ଆକାରରେ ବହନ କରିବାକୁ ପ୍ରସ୍ତୁତ ରହିଛି। ଲାସାରୁ କାଠମାଣ୍ଡୁ ମଧ୍ୟରେ ଅଧିକାଂଶ ଅଞ୍ଚଳ ପାହାଡ ପର୍ବତ ଘେରା ହୋଇଥିବାରୁ ଏହାର ନିର୍ମାଣ ଅତ୍ୟନ୍ତ ବ୍ୟୟସାପେକ୍ଷ। କାରଣ ଏଥିପାଇଁ 74ରୁ 75 ଟନେଲ୍ ଏବଂ କିଛି ସେତୁ ନିର୍ମାଣ କରିବାକୁ ପଡ଼ିବ। ଏହାବାଦ୍ ଯେଉଁଠି ପ୍ରସ୍ତାବିତ ରେଳପଥ ନେପାଳ ସୀମା ପ୍ରବେଶ କରିବ ସେ ଅଞ୍ଚଳ ମୁଖ୍ୟତଃ ଭୂକମ୍ପ ଅଞ୍ଚଳ।’ ବିଶେଷଜ୍ଞଙ୍କ ମତରେ ଅର୍ଥନୈତିକ ଦୃଷ୍ଟିରୁ ପ୍ରସ୍ତାବିତ ରେଳପଥ ଲାଭପ୍ରଦ ହେବନାହି। ତଥାପି ଚୀନ୍ ଏଥିରେ ଆଗକୁ ଯିବାକୁ ଉଦ୍ୟମ କରୁଛି।

ବର୍ତ୍ତମାନ ନେପାଳ ଉପରେ ଚୀନର 2 ବିଲିଅନ ଡଲାର ଋଣ ରହିଛି। ଏହା ପରିଶୋଧ କରି ନପାରିଲେ ଚୀନ୍ ପୁଣି ଥରେ ଏହାର 50 ପ୍ରତିଶତ ନେପାଳକୁ ଋଣ ଆକାରରେ ପ୍ରଦାନ କରିବ। ଫଳରେ 29 ବିଲିଅନ ଡଲାର ଜିଡିପି ବିଶିଷ୍ଟ ଏକ ଦେଶର ମୋଟ ଋଣ ପରିମାଣ 6 ବିଲିଅନ ଡଲାର ହେବ। ଏଥିସହିତ ଅନ୍ୟ ରାଷ୍ଟ୍ର, ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି, ବିଶ୍ବବ୍ୟାଙ୍କ, ଏସୀୟ ବିକାଶ ବ୍ୟାଙ୍କଠାରୁ ମଧ୍ୟ ନେପାଳ ଋଣ ନେଇଛି। ମୋଟ ଋଣ ମିଶାଇଲେ ଦେଶର ଅର୍ଥନୀତିର ପାଖାପାଖି ଏକ-ତୃତୀୟାଂଶ ହେବ। ଏହା ନେପାଳୀ ଅର୍ଥନୀତି ଉପରେ ଗୁରୁତର ଚାପ ପକାଇବ। ତଥାପି ନେପାଳ ଏହା ବୁଝିବାକୁ ନାରାଜ, କିନ୍ତୁ କିଛି ନେପାଳୀ ଏହାକୁ ବୁଝିଛନ୍ତି ଏବଂ ସେମାନେ ଏହାର ବିରୋଧ କରୁଛନ୍ତି ବୋଲି ତ୍ରିପାଠି କହିଛନ୍ତି। ନେପାଳ ଜାଣିଛି ଯେ, ସାମଗ୍ରୀ ଆମଦାନୀ ଓ ରପ୍ତାନି ପାଇଁ ଅର୍ଥନୈତିକ ଦୃଷ୍ଟିରୁ ଲାଭପ୍ରଦ ରାସ୍ତା ନ ମିଳିବା ଯାଏଁ ଭାରତ ହିଁ କାରବାରର ଏକମାତ୍ର ଲାଭପ୍ରଦ ଏବଂ ସୁବିଧାଜନକ ରୁଟ୍।

ମୁଁ ଦେଖୁଛି, ନେପାଳ ପାଇଁ ଆଉ କିଛି ବିକଳ୍ପ ନଥିବାରୁ ଦୁଇ ଦେଶ ମଧ୍ୟରେ ସମ୍ପର୍କ ଧୀରେ ଧୀରେ ଉନ୍ନତି ଘଟୁଛି କିମ୍ବା ସୀମାରେ ଚୀନର ପ୍ରାଧାନ୍ୟକୁ କମାଇବା ଦିଗରେ ସକ୍ଷମ ହେବା ପାଇଁ ଭାରତକୁ ତାର ପଡୋଶୀ ନେପାଳ ସହ ସମ୍ପର୍କରେ ସୁଧାର ଆଣିବା ଜରୁରୀ ଥିବାରୁ ସମ୍ପର୍କରେ କ୍ରମଶଃ ସୁଧାର ଆସୁଥିବା ସେ କହିଛନ୍ତି।

ଭାରତ ପାଇଁ ନେପାଳ ଏକ ବଫର ଷ୍ଟେଟ୍ ହୋଇଥିବାରୁ ଦୁଇ ଶକ୍ତିଶାଳୀ ଦେଶ ଭାରତ ଏବଂ ଚୀନ୍ ମଧ୍ୟରେ ଏହା ଏକ କୁସନ ଭାବେ ରହିଛି। ଯଦି ଭାରତ ବଡ଼ ରାଷ୍ଟ୍ର ଭାବେ ନେପାଳ ପ୍ରତି ଦୃଷ୍ଟି ନଦିଏ ତେବେ ଚୀନ୍ ଅର୍ଥନୈତିକ ଏବଂ ରାଜନୈତିକ କ୍ଷେତ୍ରରେ ନେପାଳକୁ ନିଜ ଅକ୍ତିଆରକୁ ନେଇଯିବ।

ଭାରତ ମୂଳରୁ ନେପାଳର ବାଣିଜ୍ୟ ଅଂଶୀଦାର ରହି ଆସିଛି। ନେପାଳର ମୋଟ ବାଣିଜ୍ୟ କାରବାରର 65 ପ୍ରତିଶତରୁ ଅଧିକ ଭାରତୀୟ ବନ୍ଦର ଜରିଆରେ ହୋଇଥାଏ। ସୁତରଂ ନେପାଳର ଆମଦାନୀ ଏବଂ ରପ୍ତାନି କ୍ଷେତ୍ରରେ ଭାରତର ପ୍ରାଧାନ୍ୟ ରହି ଆସିଛି। ଇତିମଧ୍ୟରେ ନେପାଳର ଅର୍ଥନୈତକି ଏବଂ ରାଜନୈତିକ କ୍ଷେତ୍ରରେ ଭାରତର ଦବଦବାକୁ ହଟାଇବାକୁ ଚୀନ୍ ପ୍ରୟାସ ଚଳାଇଛି।

ନେପାଳରେ ଭାରତର ପ୍ରଭାବରେ ଅଙ୍କୁଶ ଲଗାଇବା ଉଦ୍ଦେଶ୍ୟ ରଖି ଚୀନ୍ ମୁଖ୍ୟତଃ ଭାରତ-ନେପାଳ ବିବାଦରେ ହସ୍ତକ୍ଷେପ କରି ଆସୁଛି। ବିଶେଷଜ୍ଞଙ୍କ ମତରେ ଚୀନର ହସ୍ତକ୍ଷେପ ଯୋଗୁଁ ଭାରତ ଓ ନେପାଳ ସମ୍ପର୍କରେ ତିକ୍ତତା ଦେଖାଦେଇଛି ଏବଂ ନେପାଳରେ ଭାରତ ବିରୋଧୀ ସ୍ବର ଉଠାଇବାରେ ଚୀନ୍ ପ୍ରମୁଖ ଭୂମିକା ଗ୍ରହଣ କରୁଛି।

ଚନ୍ଦ୍ରକଳା ଚୌଧୁରୀ

Last Updated : Aug 20, 2020, 1:30 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.