ETV Bharat / bharat

ବାଣିଜ୍ୟ ଯୁଦ୍ଧର ଅନ୍ତ ହେବ କି?

2 ଦିନିଆ ଭାରତ ଗସ୍ତରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଟ ଟ୍ରମ୍ପ । ଆସନ୍ତା 24ରେ ଆସୁଥିବାବେଳେ, ଦୁଇ ଦେଶ ମଧ୍ୟରେ ବାଣିଜ୍ୟିକ ଚୁକ୍ତି ସ୍ବାକ୍ଷର ହେବା ନେଇ ଚର୍ଚ୍ଚା ଧରିଛି ।

trump visit to india
ବାଣିଜ୍ୟ ଯୁଦ୍ଧର ଅନ୍ତ ହେବ କି?
author img

By

Published : Feb 16, 2020, 11:31 AM IST

ଯୁକ୍ତରାଷ୍ଟ୍ର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଭାରତ ଗସ୍ତ ପରିପ୍ରେକ୍ଷୀରେ ଭାରତ-ଆମେରିକା ଭିତରେ ବାଣିଜ୍ୟ କାରବାର ଅଧିକ ମଜଭୁତ ହେବ ବୋଲି ଆଶା କରାଯାଉଛି। ଟ୍ରମ୍ପ ମଧ୍ୟ ଏହି ପରିପ୍ରେକ୍ଷୀରେ କହିଛନ୍ତି ଯେ, ଯଦି ଆମେ ସର୍ବନିମ୍ନ ବୁଝାମଣାରେ ପହଞ୍ଚି ପାରିଲୁ ତେବେ ବାଣିଜ୍ୟ ଚୁକ୍ତି ସ୍ଵାକ୍ଷର ହୋଇପାରେ। ଯଦି ଏହା ସମ୍ଭବ ହୁଏ ବିଗତ କିଛି ବର୍ଷ ହେଲା ଦୁଇ ଦେଶ ଭିତରେ ଚାଲିଥିବା ବାଣିଜ୍ୟିକ ଯୁଦ୍ଧର ଅବସାନ ହେବ ବୋଲି ଆଶା କରାଯାଏ। ଯଦି ଓ ଭାରତ-ଆମେରିକା ଭିତରେ ଏକ ଶକ୍ତ ରଣନୀତିକ ତଥା କୂଟନୀତିକ ସମ୍ପର୍କ ରହିଛି କିନ୍ତୁ ବାଣିଜ୍ୟ କାରବାରକୁ ନେଇ ଉଭୟ ଦେଶ ମଧ୍ୟରେ ଅସନ୍ତୋଷ ଜାରି ରହିଛି। ବିଶେଷ କରି ଦୁଗ୍ଧଜାତ ଉତ୍ପାଦ, କୃଷି ଏବଂ ଟେକ୍ନୋଲୋଜି ଆଦାନ ପ୍ରଦାନ କ୍ଷେତ୍ରରେ ଦୁଇ ଦେଶ ମଧ୍ୟରେ ନୀତିଗତ ବିଭେଦ ଦେଖିବାକୁ ମିଳେ। ଯଦି ଆଗକୁ ଟ୍ରମ୍ପ ରାଷ୍ଟ୍ରପତି ହୁଅନ୍ତି ତେବେ ଅର୍ଥନୀତିକ ସୁରକ୍ଷା ଏବଂ ବାଣିଜ୍ୟ ପ୍ରସଙ୍ଗ ପ୍ରଶାସନର ମୁଖ୍ୟ ଦିଗ୍‌ଦର୍ଶକ ସାଜିବ ବୋଲି ଆଶା କରାଯାଏ। ଏବେ ରାଷ୍ଟ୍ରପତି ଟ୍ରମ୍ପ ଚୀନ, ମେକ୍ସିକୋ, ଜାପାନ୍‌ ସହ ଯେଉଁପରି ଭାବେ ବାଣିଜ୍ୟ ବୁଝାମଣା କରିଛନ୍ତି ସେଥିରୁ ସ୍ପଷ୍ଟ ଯେ, ତାଙ୍କର ଆଉ ବିଶ୍ଵ ବାଣିଜ୍ୟିକ ସଂସ୍ଥା ବା ଡବ୍ଲୁଟିଓ ଉପରେ ଭରସା ନାହିଁ। ବାଣିଜ୍ୟ ଓ ଟେକ୍ନୋଲୋଜି କାରବାରରେ ଆମେରିକା ହେଉଛି ଭାରତର ସବୁଠାରୁ ବଡ଼ ବାଣିଜ୍ୟ ସହଭାଗୀ। ୨୦୧୪ରେ ଏହି ଦୁଇ ଦେଶ ଭିତରେ ବାଣିଜ୍ୟ କାରବାର ୧୮୨ ବିଲିୟନ୍‌ ଡଲାରକୁ ଅତିକ୍ରମ କରିଥିଲା। ଯଦି ଏହି ସମ୍ପର୍କ ପୁଣି ଥରେ ପୂର୍ବଭଳି ସ୍ଵଭାବିକ ହୁଏ, ତେବେ ଆସନ୍ତା କିଛି ବର୍ଷରେ ଦୁଇ ଦେଶ ଭିତରେ ବାଣିଜ୍ୟ କାରବାର ୨୦୦ ବିଲିୟନ୍‌ ଡଲାରକୁ ବି ଅତିକ୍ରମ କରିପାରିବ ଏହାକୁ କେହି ଅସ୍ଵୀକାର କରିବେ ନାହିଁ। ଏହି ପ୍ରକାର ଏକ ଭବିଷ୍ୟତକୁ ଆଖିରେ ରଖି ଦୁଇ ଦେଶ ଭିତରେ ବାଣିଜ୍ୟିକ ବୁଝାମଣା ହେଉଛି ବର୍ତ୍ତମାନ ସମୟର ଆହ୍ବାନ । ଏହି ପରିପ୍ରେକ୍ଷୀରେ ଆମେ ଚୀନଠୁ କିଛି ଶିଖିବାକୁ ପଡ଼ିବ। ଦୁଇଦେଶ ବାସ୍ତବବାଦୀ ହୋଇ ପରସ୍ପର ଭିତରେ ବାଣିଜ୍ୟିକ ଚୁକ୍ତି କରିଛନ୍ତି। ପୁଣି କୂଟନୀତିକ ତଥା ରଣନୀତିକ ସମ୍ପର୍କୁ ଅଧିକ ସୁଦୃଢ଼ କରିବାକୁ ହେଲେ ଦୁଇ ଦେଶ ଭିତରେ ଥିବା ବାଣିଜ୍ୟିକ କାରବାର ଅସନ୍ତୋଷକୁ ଦୂର କରିବାକୁ ହେବ।

ଆଉ ଗୋଟିଏ ପ୍ରସଙ୍ଗ ଯାହା ଟ୍ରମ୍ପଙ୍କ ଗସ୍ତ ସମୟରେ ଭାରତ ସହ ଆଲୋଚନାର ମୁଖ୍ୟ ପ୍ରସଙ୍ଗ ହେବ ତାହା ହେଲା ପ୍ରଶାନ୍ତ ମହାସାଗର ଏବଂ ଭାରତ ମହାସାଗର ଉପରେ ଚୀନର ବଢ଼ୁଥିବା ପ୍ରଭାବ ହ୍ରାସ ପାଇଁ ଢାଞ୍ଚା ପ୍ରସ୍ତୁତ କରିବା । ଗତବର୍ଷ ଏ ବିଷୟରେ ଟ୍ରମ୍ପ ସମ୍ୟକ ସୂଚନା ଦେଇଛନ୍ତି। ଏହି ଅଞ୍ଚଳକୁ ପେଣ୍ଟାଗନ୍‌ ପକ୍ଷରୁ ପୂର୍ବଭଳି ‘ଏସିଆ-ପାସିଫିକ’ ଅଞ୍ଚଳ ଭାବେ ନ ସୂଚାଇ ତାହାକୁ ‘ଇଣ୍ଡୋ-ପାସିଫିକ୍‌’ ଅଞ୍ଚଳ ଭାବେ ଚିହ୍ନା ଯାଇଛି। ଏହାର ଅର୍ଥ ଯେ, ଆମେରିକା ଏହି ଅଞ୍ଚଳରେ ଶାନ୍ତି ଓ ସ୍ଥିରତା ରକ୍ଷା ଲାଗି ଭାରତର ଗୁରୁତ୍ଵକୁ ଉପଲବ୍ଧ କରିଛି ଏବଂ ତାହାକୁ ଅଧିକ ମଜଭୁତ କରିବା ଲାଗି ଚେଷ୍ଟା କରିଛି। ଆମେରିକା, ଜାପାନ୍‌, ଅଷ୍ଟ୍ରେଲିଆ ଓ ଭାରତ ଭିତରେ ମିଳିତ ସମରାଭ୍ୟାସକୁ ଏହି କ୍ଷେତ୍ରରେ ଉଲ୍ଲେଖ କରାଯାଇପାରେ। ସମ୍ପୃକ୍ତ ଅଞ୍ଚଳରେ ଚୀନର ଉଗ୍ର ମନୋଭାବକୁ ପ୍ରଶମିତ କରିବା ଲାଗି ଏହା ଏକ ପରୋକ୍ଷ ସଙ୍କେତ। ଏହାବାଦ୍‌ ଗତବର୍ଷ ଜାତିସଂଘ ସାଧାରଣ ସଭା ବୈଠକ ସମୟରେ ଏହି ଚାରି ଦେଶର ବୈଦେଶିକ ମନ୍ତ୍ରୀଙ୍କ ଭିତରେ ବୈଠକ, ଏହିପରି ସାମରିକ ଅଭ୍ୟାସକୁ ଭୌଗୋଳିକ ରାଜନୀତିକ ପରିପେକ୍ଷୀରେ ବିଶ୍ଵ ବିଚାର କରିବା ଆବଶ୍ୟକ ବୋଲି ଜଣାଇ ଦେଇଥିଲା। ଟ୍ରମ୍ପ ରାଷ୍ଟ୍ରପତି ହେବା ପରେ ବିଶ୍ଵ ସମୁଦାୟରେ ଆମେରିକାର ସ୍ଥିତି କ୍ରମଶଃ ହ୍ରାସ ପାଇବାରେ ଲାଗିଛି। ଅନ୍ୟପକ୍ଷରେ ଚୀନ କିନ୍ତୁ ବିଶ୍ଵ ସମୁଦାୟରେ ନିଜର ସାମରିକ ଏବଂ ଅର୍ଥନୀତିକ କ୍ଷମତା ପ୍ରଗତିକୁ ପ୍ରଦର୍ଶନ କରୁଛି। ପୁଣି ଭାରତ ବିପକ୍ଷରେ ଚୀନର ଉଗ୍ର ଆଚରଣ ବି ଲକ୍ଷ୍ୟ କରାଯାଇଛି।

ସେହି ଜାତିସଂଘ ସାଧାରଣ ସଭା ଅଧିବେଶନରେ ଚୀନ କଶ୍ମୀର ପ୍ରସଙ୍ଗରେ ଯେଉଁ ମନ୍ତବ୍ୟ ରଖିଥିଲା ତାହା ଏହି ନୀତିର ଏକ ଅଂଶ। ଏହା ସମସ୍ତଙ୍କୁ ଜଣା ଯେ, ଚୀନ ଏବଂ ପାକିସ୍ତାନ ଉଭୟ ଭାରତ ପାଇଁ ସାମରିକ ବିପଦ ସୃଷ୍ଟି କରୁଛନ୍ତି। ଚୀନ ଆମେରିକାର ପ୍ରଭୁତ୍ଵକୁ ବିଶ୍ଵରେ ଚ୍ୟାଲେଞ୍ଜ୍‌ କରିଛି। ଏଣୁ ଭାରତ ନିଜର ସ୍ଵାର୍ଥ ବଜାୟ ରଖିବା ଲାଗି ଆମେରିକା ଏବଂ ଅନ୍ୟ ଦେଶଗୁଡ଼ିକ ସହ ଉତ୍ତମ ସମ୍ପର୍କ ରକ୍ଷା କରିବାକୁ ହେବ। କିନ୍ତୁ ଏହାର ଅର୍ଥ ନୁହେଁ, ଯେ, ଆମେ ଚୀନ ବିପକ୍ଷ ଶିବିରରେ ନିଜକୁ ସାମିଲ୍‌ କରିବା। ଏଣୁ କୂଟନୀତିକ ଭାବେ ଚୀନକୁ ଆବଶ୍ୟକ ଜବାବ ଦେବାକୁ ହେବ। ଏ ଭିତରେ ଦକ୍ଷିଣ ଚୀନ-ସାଗରରେ ନିଜର କ୍ଷମତା ବୃଦ୍ଧି ପାଇଁ ସେଠାରେ ଏକ କୃତ୍ରିମ ଦ୍ଵୀପ ସ୍ଥାପନ ସହ ସାମରିକ କାର୍ଯ୍ୟକ୍ରମ ଆରମ୍ଭ କରିଛି ଚୀନ। ଏହା ସାରା ବିଶ୍ଵ ସମୁଦାୟ ପାଇଁ ଉଦ୍‌ବେଗର ବିଷୟ ହୋଇଛି। ଚୀନର ଏହି ପ୍ରଭାବ ବିସ୍ତାରକୁ ଆମେରିକା ସହ୍ୟ କରିପାରୁ ନାହିଁ। ଏଣୁ ଭାରତ ମହାସାଗରରେ ଭାରତର ଗୁରୁତ୍ଵପୂର୍ଣ୍ଣ ଭୂମିକା ରହିଛି। ଏ କ୍ଷେତ୍ରରେ ଭାରତର ଭୂମିକାକୁ ଆମେରିକା ସମର୍ଥନ କରୁଛି। ଦୁଇ ଦେଶ ଭିତରେ ଯେଉଁ ବୁଝାମଣା ହୋଇଛି ସେଥିରେ ପ୍ରତିରକ୍ଷା ସମ୍ବନ୍ଧୀୟ ସମ୍ପର୍କ ଯଥେଷ୍ଟ ଆଗରେ ରହିଛି। ଗତ ୧୨ ବର୍ଷ ଭିତରେ ଭାରତ ଆମେରିକା ଠାରୁ ୨୦ ବିଲିୟନ୍‌ ଡଲାରର ପ୍ରତିରକ୍ଷା ଅସ୍ତ୍ରଶସ୍ତ୍ର ଓ ଟେକ୍ନୋଲୋଜି କିଣିଛି। ଏହା ଦୁଇ ଦେଶ ଭିତରେ ଏକ ମଜଭୁତ ସମ୍ପର୍କୁ ବୟାନ କରୁଛି।

ଆମେରିକା ଓ ଭାରତ ଭିତରେ ଯେତେବଳେ ବି କୌଣସି ଶିଖର ବୈଠକ ଆୟୋଜନ ହୋଇଛି ସେତେବେଳେ ପାକିସ୍ତାନ ପ୍ରସଙ୍ଗ ଆଲୋଚନା ହୋଇଛି। ରାଷ୍ଟ୍ରପତି ଟ୍ରମ୍ପ ମଧ୍ୟ ଦୁଇ ଦେଶ ମଧ୍ୟରେ ସମ୍ପର୍କକୁ ସୁଧାରିବା ଲାଗି ମଧ୍ୟସ୍ଥତା କରିବାକୁ ପ୍ରସ୍ତାବ ରଖିଛନ୍ତି। କିନ୍ତୁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କ ସହ ଏକ ପ୍ରେସ୍‌ ସମ୍ମିଳନୀରେ କଶ୍ମୀର ପ୍ରସଙ୍ଗରେ କୌଣସି ତୃତୀୟ ପକ୍ଷର ମଧ୍ୟସ୍ଥତା ଆବଶ୍ୟକ ନାହିଁ ବୋଲି କହିଛନ୍ତି। ଅପରପକ୍ଷେ ପାକିସ୍ତାନ୍‌ ଭାରତରେ ଆତଙ୍କବାଦ ବିସ୍ତାର କରୁଥିବା ନେଇ ଭାରତ କରୁଥିବା ଅଭିଯୋଗ ପ୍ରସଙ୍ଗରେ ଆମେରିକା କହିଛି ଯେ, ପାକିସ୍ତାନ ଆତଙ୍କବାଦୀଙ୍କୁ ସ୍ଵର୍ଗଭଳି ସୁବିଧା ସୁଯୋଗ ଯୋଗାଇବା ବନ୍ଦ କରିବା ଆବଶ୍ୟକ। ଆତଙ୍କବାଦ ବିରୋଧରେ ଆମେରିକା ଓ ଭାରତ ଭିତରେ ଅନେକ ବୁଝାମଣା ଓ ସହଯୋଗ ରହିଛି। ଏହା ଆଗକୁ ଅଧିକ ମଜଭୁତ ହେବା ଦରକାର। ଏହି ଗସ୍ତ ସମୟରେ ଟ୍ରମ୍ପ ଭାରତକୁ ପାକିସ୍ତାନ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବାକୁ ପୁଣିଥରେ ପରାମର୍ଶ ଦେଇପାରନ୍ତି। କିନ୍ତୁ ସାମ୍ପ୍ରତିକ ପରିସ୍ଥିତିରେ ଦୁଇ ଦେଶ ଭିତରେ ଆଲୋଚନା ଲାଗି କୌଣସି ସୁଯୋଗ ନାହିଁ।

ସାଧାରଣତଃ ଆମେରିକାର ରାଷ୍ଟ୍ରପତିମାନେ ଭାରତ ଗସ୍ତରେ ଆସିଲେ, ଗସ୍ତ ଶେଷକରି ପାକିସ୍ତାନ ଗସ୍ତ କରିଥାଆନ୍ତି। କିନ୍ତୁ ଏଥର ତାହା ହେବ ନାହିଁ। ଏହାଦ୍ଵାରା ଟ୍ରମ୍ପ ସୂଚାଇ ଦେବାକୁ ଚାହାଁନ୍ତି ଯେ, ପାକିସ୍ତାନରେ ସ୍ଥିତି ଏବେ ଅନୁକୂଳ ନାହିଁ, ଫଳରେ ତାଙ୍କ ଗସ୍ତରେ କୌଣସି ସୁପ୍ରଭାବ ପଡ଼ିବ ନାହିଁ।

(ଲେଖକ- ସୁରେଶ୍‌ ବାଫ୍‌ନା)

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.