ନୂଆଦିଲ୍ଲୀ: ଆମେଥିରୁ ଆସିଥିବା ବୁଥ୍ ଜବରଦଖଲ ଅଭିଯୋଗକୁ ଖଣ୍ଡନ କଲେ ଉତ୍ତରପ୍ରଦେଶ ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ) । ସୋମବାର କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ, କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଉପରେ ଆଣିଥିବା ଏହି ଅଭିଯୋଗକୁ ମଙ୍ଗଳବାର ସିଇଓ ଖଣ୍ଡନ କରିଛନ୍ତି ।
ସୂଚନା ଅନୁଯାୟୀ, ଗତକାଲି (ସୋମବାର) ଆମେଥିରେ ପଞ୍ଚମ ପର୍ଯ୍ୟାୟ ନିର୍ବାଚନ ଚାଲିଥିବାବେଳେ ଜଣେ ମହିଳା ବୁଥ୍ ଜବରଦଖଲ ହେଉଥିବା ଅଭିଯୋଗ କରୁଥିବାର ଭିଡିଓ ଭାଇରାଲ ହେଉଥିଲା । ଯାହାକୁ ଭିତ୍ତି କରି ସ୍ମୃତି ଇରାନୀ ବୁଥ୍ ଜବର ଦଖଲର ଅଭିଯୋଗ ଆଣିଥିଲେ ।
ତେବେ ଆମେଥି ଲୋକସଭାରେ ବିଜେପି ହାରିଯିବ ବୋଲି ଜାଣିଥିବାରୁ ଏପରି ଅମୂଳକ ଅଭିଯୋଗ କରୁଥିବା କଂଗ୍ରେସ କହିଛି । ସୂଚନା ଥାଉକି, ଏଠାରୁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ବିରୋଧରେ ପ୍ରାର୍ଥୀ ହୋଇଛନ୍ତି କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ।