ETV Bharat / bharat

ଆଜି ନିର୍ବାଚନ ଆୟୋଗଙ୍କ ବୈଠକ

author img

By

Published : May 25, 2019, 12:18 PM IST

ଲୋକସଭା ନିର୍ବାଚନର ଫଳାଫଳ ପରେ ଶନିବାର ବୈଠକ କରିପାରନ୍ତି ନିର୍ବାଚନ ଆୟୋଗ । ଏହି ବୈଠକରେ ଆୟୋଗ ନିର୍ବାଚନରେ ବିଜୟ ହାସଲ କରିଥିବା ପ୍ରାର୍ଥୀଙ୍କ ତାଲିକା ଚୁଡାନ୍ତ କରିବେ । ଯାହା ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ନିକଟକୁ ପଠାଯିବ ।

ଫାଇଲ ଫଟୋ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ଫଳାଫଳ ପରେ ଶନିବାର ବୈଠକ କରିପାରନ୍ତି ନିର୍ବାଚନ ଆୟୋଗ । ଏହି ବୈଠକରେ ଆୟୋଗ ନିର୍ବାଚନରେ ବିଜୟ ହାସଲ କରିଥିବା ପ୍ରାର୍ଥୀଙ୍କ ତାଲିକା ଚୂଡାନ୍ତ କରିବେ । ଯାହା ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ନିକଟକୁ ପଠାଯିବ । ଏହା ସହିତ ରଦ୍ଦ ହୋଇଥିବା ଭେଲ୍ଲୋର ସଂସଦୀୟ ଆସନ ପାଇଁ ମଧ୍ୟ ପୁନଃ ନିର୍ବାଚନର ନୂତନ ତାରିଖ ଘୋଷଣା କରାଯିବ ।

ତେବେ ବିଜୟ ପ୍ରାର୍ଥୀଙ୍କ ସୂଚୀ ରାଷ୍ଟ୍ରପତିଙ୍କୁ ହସ୍ତାନ୍ତର କରାଯିବା ପରେ 3 ଆୟୋଗ ରାଷ୍ଟ୍ରପତିଙ୍କୁ ନିଯୁକ୍ତି ଦାବି କରିବେ । ଏହା ବ୍ୟତିତ 17 ତମ ଲୋକସଭା ଗଠନର ପ୍ରକ୍ରିୟା ନିର୍ଦ୍ଧାରଣ କରାଯିବ । ବର୍ତ୍ତମାନ ଲୋକସଭା ନିର୍ବାଚନର କାର୍ଯ୍ୟକାଳ 3 ଜୁନରେ ସମାପ୍ତ ହେବ । ତେଣୁ ଏହା ପୂର୍ବରୁ ସଦନର ଗଠନ କରାଯିବ ।

ପ୍ରକାଶ ଯେ, ଭେଲ୍ଲୋରରେ ନିର୍ବାଚନ ସମୟରେ ଅତ୍ୟଧିକ ଟଙ୍କା କାରବାର ଥିଲା । ଯାହାକୁ ଆଖିରେ ରଖି ଏଠାର ନିର୍ବାଚନକୁ ରଦ୍ଦ କରିଥିଲେ ନିର୍ବାଚନ ଆୟୋଗ ।

Intro:Body:Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.