ନୂଆଦିଲ୍ଲୀ: ସମାଜବାଦୀ ପାର୍ଟି ନେତା ଆଜମ ଖାନଙ୍କୁ ପୁଣି ଥରେ ଝଟକା । ତାଙ୍କ ପ୍ରଚାର ଉପରେ ପୁଣିଥରେ ପ୍ରତିବନ୍ଧକ ଲଗାଇଲେ ନିର୍ବାଚନ ଆୟୋଗ । ଆଚରଣ ବିଧି ଉଲଙ୍ଘନ କରିଥିବାରୁ ଆଜମ ଖାନଙ୍କ ପ୍ରଚାର ଉପରେ 48 ଘଣ୍ଟାର ପ୍ରତିବନ୍ଧକ ଲଗାଯାଇଛି । ଏହି ପ୍ରତିବନ୍ଧକ ବୁଧବାର ସକାଳ 6 ଟାରୁ ଲାଗୁ ହେବ । ତେବେ ଏହି ସମୟରେ ସେ କୌଣସି ଜନସଭା ରାଲି କିମ୍ୱା ରୋଡ ସୋ କରିପାରିବେ ନାହିଁ । ଏହା ବ୍ୟତିତ କୌଣସି ଗଣମାଧ୍ୟମ ସାକ୍ଷାତକାର କିମ୍ୱା ରାଜନୈତିକ ବୟାନ ମଧ୍ୟ ଦେଇପାରିବେ ନାହିଁ ।
ଆଜମ ଖାନ ନିର୍ବାଚନ ଆୟୋଗର ଅଧିକାରୀଙ୍କୁ ଧମକାଇବା ଏବଂ ସାମ୍ପ୍ରଦାୟିକ ଟିପ୍ପଣି ଦେଇଥିବାରୁ ତାଙ୍କ ଉପରେ ଏହି ପ୍ରତିବନ୍ଧକ ଲଗାଯାଇଛି । ସୂଚନା ଯୋଗ୍ୟ ଯେ, ପୂର୍ବରୁ ସେ ରାମପୁରର ବିଜେପି ପ୍ରାର୍ଥୀ ଜୟାପ୍ରଦାଙ୍କ ବିରୋଧରେ ଅପତ୍ତି ଜନକ ମନ୍ତବ୍ୟ ଦେଇଥିବାରୁ ତାଙ୍କ ପ୍ରଚାର ଉପରେ 72 ଘଣ୍ଟାର ପ୍ରତିବନ୍ଧକ ଲାଗିଥିଲା ।