ଅଧିକ ଦିନ ବଞ୍ଚିବା ପାଇଁ ସୁସ୍ଥ ମନ ଓ ହୃଦୟ ଦରକାର । ତେବେ ସୁସ୍ଥ ହୃଦୟ ପାଇଁ ଦୈନନ୍ଦିନ ଜୀବନଚର୍ଯ୍ୟାରେ ନିୟମିତ ସୁଷମ ଖାଦ୍ୟ ସହ ପର୍ଯ୍ୟାପ୍ତ ବ୍ୟାୟାମ ଜରୁରୀ । ତେବେ ଆପଣ ଯେତେବି ବ୍ୟାୟାମ କରନ୍ତୁ ସଠିକ୍ ପରିମାଣର ଖାଦ୍ୟ ନଖାଇଲେ ଫଳଶୂନ ହେବ ।
ଏଥିପାଇଁ ମୁଖ୍ୟତଃ ଡାଏଟ ପ୍ଲାନ ଫଲୋ କରିବା ଦରକାର । ତେବେ ଶୀତ ଦିନରେ ସେହିପରି କିଛି ସୁପର ଫୁଡ୍ ଖାଆନ୍ତୁ ଯାହା ହାର୍ଟକୁ ସୁସ୍ଥ ରଖିବ । ଆସନ୍ତୁ ଜାଣିବା ସେ ବିଷୟରେ...
ଭିଟାମିନ ସି ଯୁକ୍ତ ଖାଦ୍ୟ
ହାର୍ଟକୁ ସୁସ୍ଥ ରଖିବା ପାଇଁ ଭିଟାମିନ ସି ଯୁକ୍ତ ଖାଦ୍ୟ ଯଥାକ୍ରମେ କମଳା, ଲେମ୍ବୁ, ଆମଲା ଖାଇବା ଦରକାର। ଏହି ସମସ୍ତ ଫଳରେ ଆଣ୍ଟିଅକ୍ସିଡାଣ୍ଟ ଗୁଣ ଭରିରହିଛି । ଯାହା ପ୍ରମାଣିତ କରୁଛି ଭିଟାମିନ ସି ହାର୍ଟକୁ ସୁସ୍ଥ ରଖିବ।
ଓଟ୍ସ
ଓଟ୍ସରେ ଫାଇବର ରହିଛି। ଯାହା କୋଲେଷ୍ଟ୍ର ହ୍ରାସ କରିବାରେ ସାହଯ୍ୟ କରିଥାଏ। ଓଟ୍ସରେ ବିଟା ଗ୍ଲୁଟେନ ରହିଛି ଯାହା ଫ୍ୟାଟ କମେଇବାରେ ସାହାଯ୍ୟ କରେ। ଏପରିକି ଆପଣ ଓଟ୍ସକୁ ରୁଟି ବା ଚକୁଳି କରି ଖାଇ ପାରିବେ ।
ନଟ୍ସ
ନଟ୍ସରେ ଭିଟାମିନ ଇ ରହିଛି । ଏହାସହ ଆଲମଣ୍ଡ ଓ ୱାଲନଟ ହାର୍ଟ ପାଇଁ ବହୁତ ଭଲ । ନଟ୍ସ କୋଲେଷ୍ଟ୍ର ପରିମାଣ ହ୍ରାସ କରେ । ଏପିରିକି ଏଥିରେ ଓମେଗା 3 ଫ୍ୟାଟି ଏସିଡ୍ ରହିଛି।
ପ୍ରୋଟିନ
ସଏ ଓ ଟୋଫୁରେ ପ୍ରୋଟିନ, ଫାଇବର, ଭିଟାମିନ ଓ ମିନେରାଲ ରହିଛି । ଯାହା ହାର୍ଟ ପାଇଁ ଭଲ। ଏପରିକି ସଏ ବେଡ କୋଲେଷ୍ଟ୍ରଲ ସ୍ତରକୁ କମାଇଥାଏ ।
ବଲବେରିଜ
ଆନ୍ତୋସିଆନାଇନ ଥିବା ବଲବେରିଜରେ ଆଣ୍ଟି ଅକ୍ସି଼ଡାଣ୍ଟ ଭରପୂର ରହିଛି । ଯାହା କୋଲେଷ୍ଟ୍ରଲ ପରିମାଣ ହ୍ରାସ କରାଇଥାଏ ।