ETV Bharat / bharat

ଦୈନିକ ଖାଆନ୍ତୁ ବୁଟ: ବଢିବ ରୋଗପ୍ରତିରୋଧକ ଶକ୍ତି, ମିଳିବ ଅନେକ ଫାଇଦା - ଦୈନିକ ଖାଆନ୍ତୁ ବୁଟ

ଅନେକ ପ୍ରୋଟିନରେ ଭରପୁର ବୁଟ ଚଣା । ଏହାକୁ ଖାଇବାର ପ୍ରକ୍ରିୟା ମଧ୍ୟ ଅତି ସହଜ । ଏହାକୁ ଦୈନିକ ଭିଜେଇ ଖାଇବା ଦ୍ବାରା, ଓଜନ ହ୍ରାସ, ଆଖି ସୁସ୍ଥ ରହିବା ସହ ମିଳିଥାଏ ଅନେକ ଲାଭ । ଅଧିକ ପଢନ୍ତୁ....

ବଢିବ ରୋଗପ୍ରତିରୋଧକ ଶକ୍ତି
ବଢିବ ରୋଗପ୍ରତିରୋଧକ ଶକ୍ତି
author img

By

Published : Jun 9, 2020, 1:22 PM IST

ହାଇଦ୍ରାବାଦ: ଆପଣ ପ୍ରାୟତଃ ଲୋକଙ୍କୁ ସକାଳେ ଭିଜାଇଥିବା ବୁଟ ଚଣା ଖାଉଥିବା ଦେଖିଥିବେ । କିଛି ଲୋକ ଏହାକୁ ଜଳଖିଆ ପାଇଁ ରାତିରୁ ଭିଜେଇ ରଖିଥାନ୍ତି । ଏହାକୁ ସ୍ପ୍ରାଉଟ ବା ଗଜା ବୁଟ କରି ଅନେକ ଖାଆନ୍ତି । ଆପଣ ଜାଣନ୍ତି କି ପ୍ରତିଦିନ ଗୋଟିଏ ମୁଠା ଭିଜାଇଥିବା ବୁଟ ଖାଇବା ଦ୍ବାରା ଆମକୁ କି ଲାଭ ମିଳିଥାଏ । ଏବେ କୋରୋନା ସମୟ ଚାଲିଛି । ଏଭଳି ପରିସ୍ଥିତିରେ ଆମର ଆଭ୍ୟନ୍ତରୀଣ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ଜରୁରୀ ଅଟେ ।

ବୁଟରେ କାର୍ବୋହାଇଡ୍ରେଟ, ପ୍ରୋଟିନ, ଫାଇବର, କ୍ୟାଲସିୟମ, ମ୍ୟାଗ୍ନେସିୟମ, ଫସଫରସ, ପୋଟାସିୟମ ଏବଂ ଭିଟାମିନ ଏ, ବି, ସି, ଡି ଭରପୂର ରହିଛି । ଏହା ଆମ ସ୍ୱାସ୍ଥ୍ୟ ପାଇଁ ଅନେକ ଉପାୟରେ ଲାଭଦାୟକ ହୋଇଥାଏ ।

କର୍କଟ ରୋଗର ଆଶଙ୍କା କରେ ହ୍ରାସ

ବୁଟରେ ବଟାଇରେଟ ନାମକ ଏକ ଫ୍ୟାଟି ଏସିଡ ଥାଏ, ଯାହା କର୍କଟ ରୋଗ ସୃଷ୍ଟି କରୁଥିବା କୋଷଗୁଡ଼ିକୁ ଦୂର କରିବାରେ ସାହାଯ୍ୟ କରିଥାଏ ।

ରକ୍ତରେ ଶର୍କରା ନିୟନ୍ତ୍ରଣ

ରକ୍ତ ଶର୍କରାକୁ ନିୟନ୍ତ୍ରଣ କରିବା ପାଇଁ, ଭିଜାଇଥିବା ବୁଟ ଖାଇବା ଅତ୍ୟନ୍ତ ଲାଭଦାୟକ ଅଟେ । ଫାଇବର ଏବଂ ପ୍ରୋଟିନ ପରି ପୋଷକ ତତ୍ତ୍ୱରେ ପରିପୂର୍ଣ୍ଣ ଏହି ବୁଟ ରୋଗକୁ ଭଲ କରିଥାଏ ।

ଆଖି ପାଇଁ ଲାଭଦାୟକ

ବୁଟ ଆଖି ପାଇଁ ଅତ୍ୟନ୍ତ ଲାଭଦାୟକ, କାରଣ ଏଥିରେ କୈରୋଟିନ ଉପାଦାନ ମିଳିଥାଏ । ଏହି ଉପାଦାନ ମୁଖ୍ୟତଃ ଆଖି କୋଷଗୁଡ଼ିକୁ କ୍ଷତିରୁ ରକ୍ଷା କରିଥାଏ ।

ଓଜନ ହ୍ରାସ କରିବାରେ ସାହାଯ୍ୟକାରୀ

ଦୈନିକ ବୁଟ ଖାଇବା ଦ୍ୱାରା ଓଜନ ହ୍ରାସ କରିବାରେ ସାହାଯ୍ୟ କରିଥାଏ । ଏହା ହେଉଛି ଗ୍ଲାଇସେମାଇଣ୍ଡେକ୍ସ ନାମକ ଏକ ପୁଷ୍ଟିକର ଖାଦ୍ୟ, ଯାହା ଭୋକ କମାଇ ଓଜନ ହ୍ରାସ କରିବାରେ ସାହାଯ୍ୟ କରିଥାଏ ।

ତେବେ ଆଜି ହିଁ ଆପଣଙ୍କ ଦୈନନ୍ଦିନ ଜୀବନରେ ବୁଟକୁ ସାମିଲ କରନ୍ତୁ । ସୁସ୍ଥ ଓ ନିରୋଗ ରୁହନ୍ତୁ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.