ETV Bharat / bharat

ମୌସୁମୀ ପାଇଁ ପ୍ରସ୍ତୁତ ପୂର୍ବତଟ ରେଳ ବିଭାଗ

ମୌସୁମୀ ପାଇଁ ନିରାପତ୍ତା ବ୍ୟବସ୍ଥାକୁ କଡାକଡି କଲା ପୂର୍ବତଟ ରେଳ ବିଭାଗ । ପ୍ରବଳ ବର୍ଷା ଜନିତ ପରିସ୍ଥିତିରେ ଯାତ୍ରୀମାନଙ୍କ ସୁରକ୍ଷା ଓ ରେଳ ଚଳାଚଳ କ୍ଷେତ୍ରରେ ନିରାପତ୍ତାକୁ କଡ଼ାକଡ଼ି କରିବା ପାଇଁ ପୂର୍ବତଟ ରେଳ ବିଭାଗର ମହା ପ୍ରବନ୍ଧକ ଅଧିକାରୀ ଓ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

author img

By

Published : Jun 11, 2020, 7:10 PM IST

ମୌସୁମୀ ପାଇଁ ପ୍ରସ୍ତୁତ ପୂର୍ବତଟ ରେଳ ବିଭାଗ
ମୌସୁମୀ ପାଇଁ ପ୍ରସ୍ତୁତ ପୂର୍ବତଟ ରେଳ ବିଭାଗ

ଭୁବନେଶ୍ବର: ମୌସୁମୀ ପାଇଁ ନିରାପତ୍ତା ବ୍ୟବସ୍ଥାକୁ କଡାକଡି କଲା ପୂର୍ବତଟ ରେଳ ବିଭାଗ । ପ୍ରବଳ ବର୍ଷା ପରେ ଉପୁଜୁଥିବା ବନ୍ୟା ପରିସ୍ଥିତି ସମୟରେ ରେଳ ଚଳାଚଳରେ ବାଧା ସୃଷ୍ଟି ହେଉଛି । ଯାହାକୁ ହ୍ରାସ କରିବା ସହ ଯାତ୍ରୀବାହୀ ଟ୍ରେନ ଗୁଡିକର ନିରାପତ୍ତା ପାଇଁ ପୂର୍ବତଟ ରେଳ ବିଭାଗ ପକ୍ଷରୁ ସତର୍କତା ଅବଲମ୍ବନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ପ୍ରବଳ ବର୍ଷା ଜନିତ ପରିସ୍ଥିତିରେ ଯାତ୍ରୀମାନଙ୍କ ସୁରକ୍ଷା ଓ ରେଳ ଚଳାଚଳ କ୍ଷେତ୍ରରେ ନିରାପତ୍ତାକୁ କଡ଼ାକଡ଼ି କରିବା ପାଇଁ ପୂର୍ବତଟ ରେଳ ବିଭାଗର ମହା ପ୍ରବନ୍ଧକ ଅଧିକାରୀ ଓ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ରେଳ ପୋଲ ଓ ଧାରଣାର ନିରାପତ୍ତା ପ୍ରତି ବିଶେଷ ଦୃଷ୍ଟି ଦିଆଯିବ। କୌଣସି ବିପତ୍ତି ଦେଖାଦେଲେ ସେମାନେ ଟ୍ରେନକୁ ଅଟକାଇ ପାରିବେ। ସମ୍ବେଦନଶୀଳ ଅଞ୍ଚଳରେ ପ୍ରହରୀ ବ୍ୟବସ୍ଥାକୁ କଡାକଡି କରାଯାଇଛି। ବିଶେଷ ଭାବରେ ରେଳ ପୋଲ, ଟ୍ରାକ, ୟାର୍ଡ଼ର ସତର୍କତା ଉପରେ ଦୃଷ୍ଟି ରହିଛି।

ସେହିପରି 24 ଘଣ୍ଟା ଖୋଲା ରହୁଥିବା ପୂର୍ବତଟ ରେଳ ବିଭାଗର କଣ୍ଟ୍ରୋଲ ଅଫିସର ପାଣିପାଗ ବିଭାଗ ଓ ନିରାପତ୍ତା ବିଭାଗ ସହ ଲଗାତାର ସମ୍ପର୍କରେ ରହିବେ। ସଂକଟକାଳୀନ ପରିସ୍ଥିତିରେ ଅତିରିକ୍ତ ନିୟନ୍ତ୍ରଣ କକ୍ଷ ସହ ଆପାତକାଳୀନ ପ୍ରବନ୍ଧନ କକ୍ଷ ଖୋଲାଯିବ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.