ନୂଆଦିଲ୍ଲୀ: ଜାତୀୟ ରାଜଧାନୀରେ ଶୁକ୍ରବାର ପୁଣି ଅନୁଭୂତ ହୋଇଛି ଭୂକମ୍ପ ଝଟକା । ରିକ୍ଟର ସ୍କେଲରେ ଏହାର ତୀବ୍ରତା 4.5 ରେକର୍ଡ କରାଯାଇଛି । ଗୁରୁଗ୍ରାମ ହରିୟାଣାର ଦକ୍ଷିଣ-ପଶ୍ଚିମରେ 63 କିଲୋମିଟର ଦୂରତାରେ ଏହି ଝଟକା ଅନୁଭୂତ ହୋଇଥିବା ଜଣାପଡିଛି ।
ଭୂକମ୍ପ ଅନୁଧ୍ୟାନକାରୀ ଜାତୀୟ ସଂସ୍ଥା ଏନେଇ ସୂଚନା ଦେଇଛି । ତେବେ ଏହାର ଉତ୍ପତ୍ତିସ୍ଥଳ ସମ୍ପର୍କରେ ଏଯାବତ୍ କୌଣସି ତଥ୍ୟ ମିଳିପାରିନାହିଁ । ଗତ ଦୁଇ ମାସ ମଧ୍ୟରେ ନୂଆଦିଲ୍ଲୀରେ ଲଗାତାର ଭୂକମ୍ପ ଅନୁଭୂତ ହେଉଛି ।