ଲେହ: ଭୂକମ୍ପରେ ଥରିଲା ଲଦାଖ । ଆଜି(ମଙ୍ଗଳବାର) ସକାଳେ ଲଦାଖରେ ଭୂକମ୍ପର ଝଟ୍କା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଭୂକମ୍ପ ତୀବ୍ରତା 5.4 ଥିବା ଜଣାପିଡିଛି । ଏହି ଭୂକମ୍ପର କେନ୍ଦ୍ରସ୍ଥଳ ଲେହଠାରୁ 174 କିଲୋମିଟର ପୂର୍ବରେ ହୋଇଥିଲା । ଖବର ଅନୁଯାୟୀ, ମଙ୍ଗଳବାର ଦିନ ସକାଳ ପ୍ରାୟ ୫.୧୩ ମିନିଟରେ ଲେହରେ ଭୂକମ୍ପ ଝଟ୍କା ଅନୁଭୂତ ହୋଇଛି ।
ଭୂକମ୍ପର ଗଭୀରତା ଭୂମି ଭିତରେ ଦଶ କିଲୋମିଟର ପର୍ଯ୍ୟନ୍ତ ଥିଲା। ଭୂକମ୍ପର ଝଟ୍କା ଅନୁଭୂତ ହେବା ମାତ୍ରେ ସ୍ଥାନୀୟ ଲୋକେ ଘର ବାହାରକୁ ବାହାରିଆସିଥିବା ବେଳେ କିଛି ଲୋକ ଘରେ ରହିଯାଇଥିଲେ । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି କ୍ଷୟକ୍ଷତିର ସୂଚନା ମିଳିନାହିଁ ।
ଏହାପୂର୍ବରୁ ସେପ୍ଟେମ୍ବର 25 ଅପରାହ୍ନରେ ଲେହ-ଲଦାଖ ଅଞ୍ଚଳରେ ଭୂକମ୍ପ ଅନୁଭୂତ ହୋଇଥିଲା। ଯାହାର ତୀବ୍ରତା 5.6 ଥିଲା ।