ETV Bharat / bharat

ଭୂକମ୍ପରେ ଥରିଲା ମଣିପୁର, ରିକ୍ଟର ସ୍କେଲରେ ତୀବ୍ରତା 5.1 - Manipur Earthquake

ଭୂକମ୍ପରେ ଥରିଲା ମଣିପୁର। ରିକ୍ଟର ସ୍କେଲରେ ତୀବ୍ରତା 5.1 ରହିଥିଲା। ସୋମବାର ରାତି ପ୍ରାୟ 2.39 ସମୟରେ ମଣିପୁରରେ ଭୂକମ୍ପ ଅନୁଭୂତ ହୋଇଥିଲା। ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି ପକ୍ଷରୁ ସୂଚନା ମିଳିଛି।

ଭୂକମ୍ପରେ ଥରିଲା ମଣିପୁର, ରିକ୍ଟର ସ୍କେଲରେ ତୀବ୍ରତା 5.1

author img

By

Published : Sep 1, 2020, 9:05 AM IST

ଇମ୍ପାଲ: ଭୂକମ୍ପରେ ଥରିଲା ମଣିପୁର। ରିକ୍ଟର ସ୍କେଲରେ ତୀବ୍ରତା 5.1 ରହିଥିଲା। ସୋମବାର ରାତି ପ୍ରାୟ 2.39 ସମୟରେ ମଣିପୁରରେ ଭୂକମ୍ପ କମ୍ପନ ଅନୁଭୂତ ହୋଇଥିଲା। ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି ପକ୍ଷରୁ ସୂଚନା ମିଳିଛି। ଏହି ଭୂକମ୍ପର କେନ୍ଦ୍ର ମଣିପୁରର 55 କିଲୋମିଟର ପୂର୍ବରେ ଥିବା ଉକ୍ରୁଲରେ ଥିଲା।

ଏହା ପୂର୍ବରୁ ଗତ ମାସ 11 ତାରିଖରେ ମଣିପୁରରେ ଭୂକମ୍ପ ଅନୁଭୂତ ହୋଇଥିଲା। ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ସୂଚନା ଅନୁସାରେ, ଏହି ଭୂକମ୍ପଟି ମୋଇରଙ୍ଗର 43 କିଲୋମିଟର ଦକ୍ଷିଣରେ ଥିଲା ଏବଂ ଏହାର ତୀବ୍ରତା 4.0 ରହିଥିଲା। ଏହି ସମୟ ମଧ୍ୟରେ କୌଣସି ଜୀବନ କିମ୍ବା ସମ୍ପତ୍ତି ନଷ୍ଟ ହୋଇନଥିବା ଜଣାପଡିଛି।

କିଛି ଦିନ ମଧ୍ୟରେ ଉତ୍ତର-ପୂର୍ବ ଏବଂ ଉତ୍ତର ଭାରତର ସମସ୍ତ ଅଞ୍ଚଳରେ କମ୍ପନ ଅନୁଭୂତ ହୋଇଛି। ଅଗଷ୍ଟ 4 ରେ ମଣିପୁରରେ ମଧ୍ୟ ଭୂକମ୍ପ ଅନୁଭୂତ ହୋଇଥିଲା। ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ଅନୁଯାୟୀ, ସକାଳ 5.52 ରେ କମ୍ପନ ଅନୁଭୂତ ହୋଇଥିଲା।

କୋରୋନା ସଙ୍କଟ ମଧ୍ୟରେ ଦେଶର ବିଭିନ୍ନ ଭାଗରେ ଭୂକମ୍ପ ଅନୁଭୂତ ହୋଇଛି। ଗତ ମାସରେ ଗୁଜୁରାଟର କଚ୍ଛରେ ଭୂକମ୍ପ ସମେତ ଦିଲ୍ଲୀ-ଏନସିଆର ଏବଂ ପଶ୍ଚିମ ଉତ୍ତରପ୍ରଦେଶର କିଛି ଅଂଶରେ ଭୂକମ୍ପ ଅନୁଭୂତ ହୋଇଥିଲା।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.