ଡେରାଡୁନ: ଉତ୍ତରାଖଣ୍ଡର ଚାମୋଲିରେ ପୁଣି ଥରେ ଭୂମିକମ୍ପ ଅନୁଭୂତ ହୋଇଛି । ଚାମୋଲିକୁ ଭୂମିକମ୍ପର କେନ୍ଦ୍ର ବିନ୍ଦୁ ବୋଲି ବର୍ଣ୍ଣନା କୁହାଯାଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା 3.3 ମାପ କରାଯାଇଛି।
ଏହି କମ୍ପନ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିଥିଲା ଏବଂ ସେମାନେ ନିଜ ଘରୁ ବାହାରି ଆସିଥିଲେ। ମଙ୍ଗଳବାର ରାତି 8.39 ସମୟରେ ଚାମୋଲି ଜିଲ୍ଲାରେ ଏହି ଭୂକମ୍ପ ଅନୁଭୂତ ହୋଇଥିଲା। ଯଦିଓ କମ୍ପନ ବହୁତ ମୃଦୁ ଥିଲା, ତଥାପି ଲୋକମାନେ ଭୟଭୀତ ହୋଇ ଘରୁ ବାହାରକୁ ଆସିଥିଲେ ।
ରିଆକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା 3.3 ଥିବାବେଳେ, ଏହାର ଗଭୀରତା ଭୂମିଠାରୁ 5 କିଲୋମିଟର ଥିଲା । ଏହି ଭୂମିକମ୍ପର କେନ୍ଦ୍ରସ୍ଥଳ ଚାମୋଲି ନିକଟ କିଲୋଣ୍ଡି ଗ୍ରାମ ବୋଲି ଜଣାପଡିଛି ।