ETV Bharat / bharat

ସରକାରୀ ଅଫିସରେ ବ୍ୟବହାର ହେବ ମାଟି ପାତ୍ର - ରାୟପୁର

ପରିବେଶକୁ ପ୍ଲାଷ୍ଟିକ ମୁକ୍ତ କରିବା ସହ କୁମ୍ଭାରଙ୍କୁ ରୋଜଗାରକ୍ଷମ କରାଇବା ଉଦ୍ଦେଶ୍ୟରେ ସ୍ବାଗତଯୋଗ୍ୟ ପଦକ୍ଷେପ ନେଇଛନ୍ତି ଛତିଶଗଡ ସରକାର। ଏଣିକି ସରକାରୀ ଦପ୍ତରରେ ମାଟିର ପାତ୍ର ବ୍ୟବହାର କରିବା ଉପରେ ଗୁରୁତ୍ୱା ଦେଇଛନ୍ତି।

ଫଟୋ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ
author img

By

Published : Aug 13, 2019, 1:11 PM IST

ରାୟପୁର: ବର୍ତ୍ତମାନର ପରିସ୍ଥିତିରେ ଅନେକ ନୂତନ ଜିନିଷର ଆରମ୍ଭ କରି ଏହା ବ୍ୟବହାର କରିବାରେ ସଫଳ ହୋଇଛି ଛତିଶଗଡ । ଯାହା ଅନ୍ୟ ରାଜ୍ୟ ପାଇଁ ପାଲଟିଛି ଉଦାହରଣ । ପୂର୍ବରୁ ହୋଟେଲରେ ପ୍ଲାଷ୍ଟିକ ସାମଗ୍ରୀ ବଦଳରେ ଖାଇବା ମିଳୁଥିବା ବେଳେ, ଏବେ ଆହୁରି ଏକ ନୂତନ କାର୍ଯ୍ୟ ସେଠାରେ ହେବାକୁ ଯାଉଛି। ତାହା ହେଉଛି ଏଥର ସରକାରୀ କାର୍ଯ୍ୟାଳୟରେ ପ୍ଲାଷ୍ଟିକ କିମ୍ବା କାଠ ନୁହେଁ ବରଂ ମାଟିର ପାତ୍ରରେ ଖାଇବା ପରସାଯିବ । ଯାହା ଦ୍ବାରା ମନ୍ତ୍ରୀ ଓ ବଡବଡ ଅଫିସର ସରକାରୀ ବୈଠକରେ ମାଟିର ପାତ୍ରରେ ଖାଇବେ ।

ରାଜ୍ୟର ପର୍ଯ୍ୟଟନ କ୍ଷେତ୍ରର ବିକାଶ ପାଇଁ ଏଭଳି ନିଷ୍ପତ୍ତି ନେଇଛନ୍ତି ଛତିଶଗଡ ସରକାର । ମାଟିର ପାତ୍ର ବହୁତ କମ ଦାମରେ ବଜାରରେ ଉପଲବ୍ଧ ହେବ । ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଯେ, ପାଣିର ବୋତଲ ମଧ୍ୟ ଏବେ ମାଟିରେ ପ୍ରସ୍ତୁତ ହେବ। ପ୍ଲାଷ୍ଟିକର ବ୍ୟବହାରକୁ କମ କରିବା ସହ ପାରମ୍ପରିକ ହସ୍ତକଳାକୁ ବୃଦ୍ଧି କରିବା ଏହାର ମୂଳ ଲକ୍ଷ୍ୟ ।

ଛତିଶଗଡ ସରକାରଙ୍କ ଗ୍ରାମ୍ୟ ଉଦ୍ୟୋଗ ବିଭାଗ ପକ୍ଷରୁ ଏହି ପ୍ରସ୍ତାବ ଦିଆଯାଇ ଥିବାବେଳେ ଯଦି ଏହାକୁ ମଞ୍ଜୁରୀ ମିଳେ ତେବେ ସରକାରୀ ଦପ୍ତରରେ ମାଟି ପାତ୍ରର ବ୍ୟବହାର କରାଯିବ।

ଏନେଇ ବିଭାଗୀୟ ମନ୍ତ୍ରୀ ଗୁରୁରୁଦ୍ର କୁମାରଙ୍କ କହିବା ଅନୁସାରେ, ଏହି ପ୍ରୟୋଗ ମାଧ୍ୟମରେ କେବଳ ପରିବେଶ ନୁହେଁ ଗ୍ରାମାଞ୍ଚଳରେ ଥିବା କୁମ୍ଭାରଙ୍କୁ ରୋଜଗାର ମିଳିବ । ରାଜ୍ୟର ମହାସମୁନ୍ଦ ନାମକ ଏକ ସ୍ଥାନରେ ଏହି କାର୍ଯ୍ୟ ଆରମ୍ଭ ହୋଇଯାଇଛି । ଖୁବଶିଘ୍ର ଅନ୍ୟସ୍ଥାନରେ ମଧ୍ୟ ଏ କାର୍ଯ୍ୟ ଆରମ୍ଭ ହେବ।

ଯଦି ଏହାକୁ ମଞ୍ଜୁରୀ ମିଳିଯାଏ, ଛତିଶଗଡ ପ୍ରଥମ ରାଜ୍ୟ ହେବ ଯେଉଁଠି ମାଟିକଳାକୁ ବେଶି ବେଶି ପ୍ରାଧାନ୍ୟ ଦିଆଯିବ। ଖାଲି ସେତିକି ନୁହେଁ ଲୋକଙ୍କୁ ପ୍ରକୃତି ସହ ଯୋଡି ରହିବାକୁ ମଧ୍ୟ ଏହା ବେଶ ସହାୟକ ହେବ।

Intro:Body:

BLANK

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.