ETV Bharat / bharat

ଯବାନମାନେ କାହିଁକି ଉଠାଇନଥିଲେ ଅସ୍ତ୍ର ? ଜବାବ ଦେଲେ ବୈଦେଶିକ ମନ୍ତ୍ରୀ

author img

By

Published : Jun 18, 2020, 8:21 PM IST

କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଜବାବ ଦେଇଛନ୍ତି ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର । ଲଦାଖ ସୀମାରେ ଭାରତ ଓ ଚୀନ ସୈନିକଙ୍କ ମଧ୍ୟରେ ହୋଇଥିବା ସଂଘର୍ଷରେ ଶହୀଦ ଯବାନଙ୍କୁ ବିନା ଯୁଦ୍ଧାସ୍ତ୍ରରେ କିଏ ବିପଦ ମୁହଁକୁ ଠେଲିଥିଲା ବୋଲି ପ୍ରଶ୍ନ କରିଥିଲେ ରାହୁଲ ।

ବୈଦେଶିକ ମନ୍ତ୍ରୀ
ବୈଦେଶିକ ମନ୍ତ୍ରୀ

ନୂଆଦିଲ୍ଲୀ: ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ବୟାନକୁ ନେଇ ଜବାବ ଦେଇଛନ୍ତି ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର । ସୀମାରେ ସଶସ୍ତ୍ର ଯବାନ ମୁତୟନ ହୋଇଛନ୍ତି । ଯବାନମାନେ ସର୍ବଦା ଶସ୍ତ୍ର ନେଇ ପାଟ୍ରୋଲିଂ କରିଥାନ୍ତି । ଏପରିକି ସେମାନେ ନିଜ ପୋଷ୍ଟ ଛାଡିବା ସମୟରେ ମଧ୍ୟ ଅସ୍ତ୍ର ନେଇ ଯାଇଥାନ୍ତି ବୋଲି ଜୟଶଙ୍କର କହିଛନ୍ତି ।

ବୈଦେଶିକ ମନ୍ତ୍ରୀ
ବୈଦେଶିକ ମନ୍ତ୍ରୀ

ଏହା ସହିତ ସେ ଜୁନ 15ରେ ଭାରତୀୟ-ଚୀନ ସୈନିକଙ୍କ ମଧ୍ୟରେ ଘଟିଥିବା ଘଟଣା ସମ୍ପର୍କରେ ଉଲ୍ଲେଖ କରି କହିଛନ୍ତି, ସେହି ଦିନ ମଧ୍ୟ ଆମ ଯବାନମାନେ ଅସ୍ତ୍ରବିହୀନ ନଥିଲେ । ଦୀର୍ଘ ସମୟ ଧରି ଚାଲିଆସୁଥିବା ପ୍ରଥା(1996 ଏବଂ 2005 ବୁଝାମଣା ) ଅନୁଯାୟୀ ପ୍ରକୃତ ନିୟନ୍ତ୍ରଣ ରେଖାରେ ମୁହାଁମୁହିଁ ସମୟରେ ଅସ୍ତ୍ର ବ୍ୟବହାର କରିବା ମନା । ତେଣୁ ଏହାକୁ ପାଳନ କରି ଯବାନ ମାନେ ଅସ୍ତ୍ର ଉଠାଇନଥିଲେ ।

ସୂଚନାଯୋଗ୍ୟ ଯେ, ଲଦାଖ ସୀମାରେ ଭାରତ ଓ ଚୀନ ସୈନିକଙ୍କ ମଧ୍ୟରେ ହୋଇଥିବା ସଂଘର୍ଷରେ 20 ଜଣ ଯବାନ ଶହୀଦ ହୋଇଛନ୍ତି । ଯାହାକୁ ନେଇ ରାହୁଲ ଗାନ୍ଧୀ ମୋଦି ସରକାରଙ୍କୁ ଟାର୍ଗେଟ କରିଥିଲେ । ସେ କହିଥିଲେ, 'ଚୀନ ଭାରତର ଅସ୍ତ୍ରବିହୀନ ସୈନ୍ୟଙ୍କର ହତ୍ୟା କରି ଏକ ବଡ ଅପରାଧ କରିଛି । ସେ ଏଭଳି କରିବା କୁ ସାହାସ କେମିତି କଲା ? ଏହି ବୀରମାନଙ୍କୁ ବିନା ଯୁଦ୍ଧାସ୍ତ୍ରରେ କିଏ ବିପଦ ମୁହଁକୁ ଠେଲିଥିଲା ? '

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.