ETV Bharat / bharat

ଇ ଲର୍ଣ୍ଣିଂ: ଏକ ନୂଆ ବାସ୍ତବତା - ଡିଜିଟାଲ ପାଠପଢା

କୋରୋନା ସଂକ୍ରମଣ ପାଇଁ ଦେଶରେ ସ୍କୁଲ ଓ କଲେଜ ଖୋଲିବାକୁ ଅନୁମତି ଦେବାକୁ ସୁରକ୍ଷିତ ମଣୁନାହାଁନ୍ତି କେନ୍ଦ୍ର ଓ ରାଜ୍ୟ ସରକାର । ନିରାପଦ ଓ କୁଶଳ ଶିକ୍ଷାର ଅଭିଜ୍ଞତା ପାଇଁ ଡିଜିଟାଲ୍ ଓ କ୍ଲାସରୁମ ସେସନ୍ ଉପରେ ଗୁରୁତ୍ୱାରୋପ କରିଛନ୍ତି ବିଶେଷଜ୍ଞ । ପାରମ୍ପରିକ ଶିକ୍ଷା ଠାରୁ ଏହି ଅନଲାଇନ ପାଠକ୍ରମ୍ୟ ସମ୍ପୂର୍ଣ୍ଣ ଭିନ୍ନ । ଅଧିକ ପଢନ୍ତୁ...

ଇ ଲର୍ଣ୍ଣିଂ : ଏକ ନୂଆ ବାସ୍ତବତା
ଇ ଲର୍ଣ୍ଣିଂ : ଏକ ନୂଆ ବାସ୍ତବତା
author img

By

Published : Jun 30, 2020, 8:45 AM IST

କୋଭିଡ-୧୯ ବିଶ୍ୱବ୍ୟାପୀ ଶିକ୍ଷା ବ୍ୟବସ୍ଥାକୁ ବିପର୍ଯ୍ୟସ୍ତ କରିଦେଇଛି । ଚଳିତ ଶିକ୍ଷାବର୍ଷ ପାଇଁ ଏକ ଫୁଲପ୍ରୁଫ୍ ପ୍ଲାନ ପ୍ରସ୍ତୁତ ପାଇଁ ବିଭିନ୍ନ ଦେଶ ବାଟ ପାଉନାହାଁନ୍ତି । ଇଟାଲୀ ଓ ଦକ୍ଷିଣ କୋରିଆ ଅନଲାଇନ କ୍ଲାସର ପନ୍ଥା ଆପଣାଇଥିବାବେଳେ ଭିଏତନାମ ଓ ହଂକଂ ଆଂଶିକ ଭାବେ ସ୍କୁଲ ଖୋଲିଛନ୍ତି । ଏଣେ ଭାରତରେ କୋରୋନା ସଂକ୍ରମଣ ମାମଲା ବଢି ବଢି ଚାଲିଥିବାବେଳେ ସ୍କୁଲ ଓ କଲେଜରେ କ୍ଲାସରୁମ ପଢାପଢି ପୁଣି ଆରମ୍ଭ ହୋଇପାରିବ ନାହିଁ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି । ଉଭୟ କେନ୍ଦ୍ରୀୟ ଓ ରାଜ୍ୟ ସ୍କୁଲଗୁଡିକ ଗତବର୍ଷର ପାଠ୍ୟକ୍ରମ ଅନଲାଇନ୍ କ୍ଲାସ କରି ଶେଷ କରିଛନ୍ତି । ସ୍କୁଲ ଓ ଜୁନିୟର କଲେଜଗୁଡିକ ବିନା ପରୀକ୍ଷାରେ ଛାତ୍ରଛାତ୍ରୀଙ୍କୁ ପରବର୍ତ୍ତୀ କ୍ଲାସକୁ ଉନ୍ନୀତ କରିଛନ୍ତି । ଉଚ୍ଚଶିକ୍ଷା ପ୍ରତି ଅନୁଷ୍ଠାନ ଗୁଡିକ ନିଜର ପରବର୍ତ୍ତୀ କାର୍ଯ୍ୟ ପନ୍ଥା ଏ ଯାଏଁ ସ୍ଥିର କରିନାହାଁନ୍ତି ।

ସ୍କୁଲ, କଲେଜ ପୁଣି ଖୋଲିବାକୁ କେନ୍ଦ୍ର ଓ ରାଜ୍ୟ ସରକାରମାନେ ବିଚାର କରିଥିଲେ ମଧ୍ୟ ବାରମ୍ବାର ନିଷ୍ପତି ସ୍ଥଗିତ ରହୁଛି । ତେବେ, ନିରାପଦ ଓ କୁଶଳ ଶିକ୍ଷାର ଅଭିଜ୍ଞତା ପାଇଁ ଡିଜିଟାଲ୍ ଓ କ୍ଲାସରୁମ ସେସନ୍ ଉପରେ ଗୁରୁତ୍ୱାରୋପ କରିଛନ୍ତି ବିଶେଷଜ୍ଞ । ଅନଲାଇନ ଲର୍ନିଂ ପାରମ୍ପରିକ ଶିକ୍ଷାଠାରୁ ପୁରା ଅଲଗା । କେବଳ ପ୍ରଚଳିତ ପାଠ୍ୟକ୍ରମ ବର୍ତ୍ତମାନର ଆବଶ୍ୟକତାକୁ ସୁହାଇ ପାରିବ ନାହିଁ । ତେଣୁ ପାଠ୍ୟକ୍ରମ ଓ ଲେସନ୍ ପ୍ଲାନ ପରିବର୍ତ୍ତନ କରିବା ଜରୁରୀ ହୋଇପଡିଛି । ସମୟର ଆବଶ୍ୟକତା ଅନୁସାରେ ସିବିଏସଇ ପାଠ୍ୟକ୍ରମରେ ପରିବର୍ତ୍ତନ କରାଯିବ ବୋଲି ନିକଟରେ ଶିକ୍ଷା ମନ୍ତ୍ରାଳୟ ଘୋଷଣା କରିଥିଲା ।

ପୂର୍ବରୁ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିୟାଲ କହିଥିଲେ ଯେ, ଆଗାମୀ ଶିକ୍ଷା ବର୍ଷ ପାଇଁ ସିଲାବସ୍ ଓ ଇନଷ୍ଟ୍ରକସନାଲ ସମୟସୀମା ହ୍ରାସ କରାଯାଇପାରେ । ଏପରିକି କର୍ଣ୍ଣାଟକ ସରକାର ସ୍କୁଲ୍ ସିଲାବସ ହ୍ରାସ ପାଇଁ ଚିନ୍ତା କରୁଛନ୍ତି । ଅବଶ୍ୟ, ସିଲାବସ ହ୍ରାସର ନକାରାତ୍ମକ ଦିଗ ବି ରହିଛି । ବିଶେଷ କରି ଗଣିତ ଓ ସାଧାରଣ ବିଜ୍ଞାନ କ୍ଷେତ୍ରରେ ପ୍ରତ୍ୟେକ ବିଷୟ ଅନ୍ୟ ବିଷୟ ସହ ଯୋଡି ହୋଇଥାଏ । ତେଣୁ ପଢାପଢିରେ ନିରନ୍ତରତା ନ ରହିଲେ ଛାତ୍ରଛାତ୍ରୀଙ୍କୁ ଅସୁବିଧା ହୋଇପାରେ । ସ୍ଥାନୀୟ ଆବଶ୍ୟକତା ପୂରଣ ସହ ଆନ୍ତର୍ଜାତିକ ମାନର ଶିକ୍ଷା ପାଇଁ ବିଶେଷଜ୍ଞମାନେ ପାଠକ୍ରମ ପ୍ରସ୍ତୁତ କରିବା ଜରୁରୀ ହୋଇପଡିଛି ।

ଅନଲାଇନ ଶିକ୍ଷା କ୍ଷେତ୍ର ଏବେ ବି ପ୍ରାରମ୍ଭିକ ଅବସ୍ଥାରେ ରହିଛି । ଶିକ୍ଷକଙ୍କ ଶାରୀରିକ ଉପସ୍ଥିତି, ମାର୍ଗ ଦର୍ଶନ ଓ ପ୍ରେରଣା ଛାତ୍ରମାନଙ୍କୁ ଉତ୍ସାହିତ କରିଥାଏ । ଅନଲାଇନ୍ କ୍ଲାସ ହେଲେ ଶିକ୍ଷକ-ଛାତ୍ର ସଂପର୍କର ସେହି ନିବିଡତା ଆସିବ ନାହିଁ । ପ୍ରଶିକ୍ଷକମାନଙ୍କର ତତ୍ୱାବଧାନ ବିନା ଛାତ୍ରମାନେ ବିଭିନ୍ନ ବିଷୟ ସଂପର୍କିତ ପ୍ରଶ୍ନର ସମାଧାନ କରିପାରିବେ ନାହିଁ । ଏହାଛଡା ଡିଜିଟାଲ୍ ପାଠପଢାରେ ସବୁଛାତ୍ରଙ୍କ ମଧ୍ୟରେ ସମନ୍ୱୟ ରକ୍ଷା କରିବା ଶିକ୍ଷକମାନଙ୍କ ପାଇଁ କଷ୍ଟ ହେବ । ଏ ସବୁ ସୀମିତତା ମଧ୍ୟରେ ଇ ଲର୍ନିଂ ପ୍ଲାଟଫର୍ମକୁ କିଭଳି ଉନ୍ନତ କରାଯାଇପାରିବ, ସେ ଦିଗରେ ବିଶେଷଜ୍ଞମାନେ ତୁରନ୍ତ ଧ୍ୟାନ ଦେବା ଜରୁରୀ । ଛାତ୍ରମାନଙ୍କ ସୃଜନଶୀଳତା ଯେଭଳି ବୃଦ୍ଧି ହୋଇପାରିବ, ସେଥିପ୍ରତି ଧ୍ୟାନ ଦେବା ମଧ୍ୟ ଆବଶ୍ୟକ । ଡିଜିଟାଲ ଶିକ୍ଷାରେ ଶିକ୍ଷକ ଓ ଛାତ୍ରଙ୍କ ତତ୍ପରତା ସହ ଏକ କୋହଳ ବାତାବରଣ ସର୍ବାଧିକ ଗୁରୁତ୍ୱ ବହନ କରେ ।

ଅନେକ ବିଶ୍ୱବିଦ୍ୟାଳୟ ଓ ସ୍କୁଲ ଅନଲାଇନ୍ କ୍ଲାସ ପରିଚାଳନା କରୁଥିଲେ ମଧ୍ୟ ଏଥିରେ ଏକାଧିକ ସାମାଜିକ ଓ ଅର୍ଥନୈତିକ ଆହ୍ୱାନ ରହିଛି, ଯାହାକୁ କି ଅଣଦେଖା ହେଉଛି । ସହରାଞ୍ଚଳରେ ଛାତ୍ରଛାତ୍ରୀମାନଙ୍କ ପାଇଁ ଡିଜିଟାଲ୍ ଶିକ୍ଷା କ୍ଷେତ୍ରରେ କୌଣସି ଅସୁବିଧା ନ ଥିବା ବେଳେ ଗ୍ରାମାଂଚଳରେ ପିଲାମାନେ ଏ ଦିଗରେ ଅସୁବିଧାର ସମ୍ମୁଖୀନ ହୁଅନ୍ତି । କାହିଁକି ନା ଗ୍ରାମାଞ୍ଚଳରେ ବିଦ୍ୟୁତ ଓ ଇଣ୍ଟରନେଟ ସୁବିଧା ସବୁବେଳେ ଉପଲବ୍ଧ ରହେ ନାହିଁ ।

ତେଣୁ ସରକାର ଏହି ଦିଗ ପ୍ରତି ମଧ୍ୟ ଯଥେଷ୍ଟ ଧ୍ୟାନ ଦେବା ଦରକାର । ଗ୍ରାମାଞ୍ଚଳ ଛାତ୍ରଛାତ୍ରୀଙ୍କୁ ଇଣ୍ଟରନେଟ ଓ ଟାବଲେଟ୍ ଯୋଗାଣ କ୍ଷେତ୍ରରେ ସରକାରଙ୍କ ଧ୍ୟାନ କେନ୍ଦ୍ରୀଭୂତ ହେବା ଆବଶ୍ୟକ । ଭିନ୍ନକ୍ଷମ ଛାତ୍ରଛାତ୍ରୀ ଅଲଗା ପ୍ରକାର ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି । ଅଧିକାଂଶ ସମୟରେ ସେମାନେ ପାଠ୍ୟ ଉପକରଣ ପାଇବାରେ ଅସମର୍ଥ ହୋଇଥାଆନ୍ତି । ଅନ୍ୟ ଛାତ୍ରଛାତ୍ରୀଙ୍କ ସହ ସେମାନେ ବି କିଭଳି ସମାନ ସୁଯୋଗ ପାଇବେ, ସେ ନେଇ ବିଶ୍ୱବିଦ୍ୟାଳୟ ଓ ଶିକ୍ଷାନୁଷ୍ଠାନଗୁଡିକ ପ୍ରଚେଷ୍ଟା କରିବା ଦରକାର । ରେଡିଓ ଓ ଟିଭି ପ୍ରସାରଣକୁ ଶିକ୍ଷାର ସାଧନ ଭାବେ ବ୍ୟବହାର କରିବା ନେଇ ଶିକ୍ଷା ମନ୍ତ୍ରାଳୟ ବିଚାର କରିବା ଦରକାର । ଏଭଳି ମିଡିଆରେ ଭାବବିନିମୟର ସୁଯୋଗ ଜମା ନ ଥିଲେ ମଧ୍ୟ ଲକ୍ଷ ଲକ୍ଷ ଛାତ୍ର ମୁକ୍ତ ଭାବେ ଶିକ୍ଷା ପାଇପାରିବେ । ଏଥରର ଶିକ୍ଷାବର୍ଷ ପାଇଁ ସମସ୍ୟାମୁକ୍ତ ଅନଲାଇନ ଶିକ୍ଷା ପାଇଁ ସରକାର, ଶିକ୍ଷକ ଓ ଅଭିଭାବକମାନେ ପରସ୍ପର ସହ ସହ ଯୋଗ କରି ନିଜ ନିଜର ଦାୟିତ୍ୱ ସୂଚାରୁ ରୂପେ ନିର୍ବାହ କରିବା ଜରୁରୀ ହୋଇପଡିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.