ETV Bharat / bharat

ଦିଲ୍ଲୀ ହିଂସା: ସହାୟତା ପାଇଁ ଫୋନ୍ କଲେ 1880 ଲୋକ, 40 ଗିରଫ - ଦିଲ୍ଲୀରେ ହିଂସା

ରାଜଧାନୀ ଦିଲ୍ଲୀରେ ହିଂସାକୁ ନେଇ ମିଥ୍ୟା ପ୍ରଚାର କାରଣରୁ ରବିବାର କେବଳ 1,880 ଲୋକ ପୋଲିସକୁ ଫୋନ କରି ସହାୟତା ମାଗିଛନ୍ତି । ଏହାସହ 40ଜଣଙ୍କୁ ମିଥ୍ୟା ପ୍ରଚାର ଅଭିଯୋଗରେ ଗିରଫ କରାଯାଇଛି । ଅଧିକ ପଢନ୍ତୁ...

delhi violence
ଦିଲ୍ଲୀ ହିଂସା
author img

By

Published : Mar 3, 2020, 9:49 AM IST

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ହିଂସାକୁ ନେଇ ମିଥ୍ୟା ପ୍ରଚାର କାରଣରୁ ରବିବାର କେବଳ 1,880 ଲୋକ ପୋଲିସକୁ ଫୋନ କରି ସହାୟତା ମାଗିଛନ୍ତି । ଏହାସହ 40ଜଣଙ୍କୁ ମିଥ୍ୟା ପ୍ରଚାର ଅଭିଯୋଗରେ ଗିରଫ କରାଯାଇଛି ।

ପିସିଆରକୁ 481, ଦକ୍ଷିଣ-ପୂର୍ବ ଦିଲ୍ଲୀରୁ 413, ଦ୍ବାରିକାରୁ 310, ଦକ୍ଷିଣ ଦିଲ୍ଲୀରୁ 127, ରୋହିଣୀରୁ 168, ଦିଲ୍ଲୀରୁ ବାହାର ଅଞ୍ଚଳରୁ 222, ଉତ୍ତର-ପଶ୍ଚିମ ଦିଲ୍ଲୀରୁ 54, ମଧ୍ୟ ଦିଲ୍ଲୀରୁ 35, ଉତ୍ତର ଦିଲ୍ଲୀରୁ 22, ଉତ୍ତର-ପୂର୍ବ ଦିଲ୍ଲୀରୁ 2ଜଣ ପୋଲିସ ପାଖକୁ ଫୋନ କରିଥିବା ସୂଚନା ଦେଇଛନ୍ତି ପୋଲିସ ଜନସମ୍ପର୍କ ଅଧିକାରୀ ଏମ ଏସ ରନ୍ଧାୱା ।

ଏହାପୂର୍ବରୁ ବରିଷ୍ଠ ପୋଲିସ ଅଧିକାରୀ 3,000ରୁ ଅଧିକ କଲ୍ ଆସିଥିବା ସୂଚନା ଦେଇଥିଲେ । ଅନ୍ୟପକ୍ଷେ ମିଥ୍ୟା ପ୍ରଚାର କରିବା ପରେ ପୋଲିସ ନିଜେ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିଥିଲେ ଓ ସୋସିଆଲ ମିଡିଆରେ ମିଥ୍ୟା ପ୍ରଚାର ନକରିବାକୁ ଅପିଲ କରିଥିଲେ ।

ଦିଲ୍ଲୀ ମେଟ୍ରୋ ନଗର ନିଗମ ମଧ୍ୟ ବିନା କୌଣସି କାରଣରେ 7ଟି ମେଟ୍ରୋ ଷ୍ଟେସନ ବନ୍ଦ ରଖିଥିଲେ ପରେ କିଛି ସମୟ ପରେ ଏହାକୁ ଖୋଲାଯାଇଥିଲା । ଦିଲ୍ଲୀ ପୋଲିସ ଟ୍ବିଟ କରି ମିଥ୍ୟା ପ୍ରଚାର ହେଉଥିବା ସୂଚନା ଦେଇଥିଲେ । ମିଥ୍ୟା ଖବର ପ୍ରସାର କରୁଥିବା ସୋସିଆଲ ମିଡିଆ ଆକାଉଣ୍ଟ ଉପରେ ପୋଲିସ ନଜର ରଖିଛି ବୋଲି ସୂଚନା ଦେଇଛନ୍ତି ରନ୍ଧାୱା ।

ଅନ୍ୟପକ୍ଷେ ଦକ୍ଷିଣ-ପୂର୍ବ ଦିଲ୍ଲୀର ଭିନ୍ନ ଭିନ୍ନ ସ୍ଥାନରେ ପୋଲିସ ଶାନ୍ତି ପାଇଁ ଲଗାତାର ଅପିଲ କରୁଛି । ଲାଉଡସ୍ପିକର ଜରିଆରେ ଲୋକଙ୍କୁ ସଚେତନ କରାଯାଉଛି । ଫ୍ଲାଗ୍ ମାର୍ଚ୍ଚ, ଲୋକଙ୍କ ସହ ବୈଠକ ଆଦି କାର୍ଯ୍ୟ କରୁଛି ପୋଲିସ । ଏହାଛଡା ଦିଲ୍ଲୀର କାଲିନ୍ଦିଗୁଞ୍ଜ, ପୁଲ ପ୍ରହଲାଦପୁର, ବଦରପୁର, ଜୈତପୁର ସହିତ ଅନ୍ୟ ସ୍ଥାନରେ ଦଙ୍ଗା ହେଉଥିବାର ମିଥ୍ୟା ପ୍ରଚାର ହେବା ପରେ ପୋଲିସ ସେଠାରେ ପହଞ୍ଚି ଶାନ୍ତି ବଜାୟ ରଖିବାକୁ ଅପିଲ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.